ଆଦି ପୁସ୍ତକ 12
12
ଅବ୍ରାମଙ୍କୁ ପରମେଶ୍ୱରଙ୍କର ଡାକରା
1ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, “ତୁମ୍ଭର ଦେଶ ଓ ତୁମ୍ଭର ଲୋକମାନଙ୍କୁ ପରିତ୍ୟାଗ କର। ତୁମ୍ଭର ପିତାଙ୍କ ପରିବାର ଛାଡ଼। ମୁଁ ତୁମ୍ଭକୁ ଯେଉଁ ଦେଶ ଦେଖାଇବି ସେହି ଦେଶକୁ ଯାଅ।
2ମୁଁ ତୁମ୍ଭଠାରୁ ଏକ ମହାନ ଗୋଷ୍ଠୀ ଉତ୍ପନ୍ନ କରିବି।
ମୁଁ ତୁମ୍ଭକୁ ଆଶୀର୍ବାଦ କରିବି
ଓ ତୁମ୍ଭକୁ ମହାନ କରିବି
ଏବଂ ତୁମ୍ଭେ ଆଶୀର୍ବାଦର
ସଙ୍କେତ ହେବ।
3ଯେଉଁମାନେ ତୁମ୍ଭକୁ ଆଶୀର୍ବାଦ କରନ୍ତି ମୁଁ ସେମାନଙ୍କୁ ଆଶୀର୍ବାଦ କରିବି।
ଏବଂ ଯିଏ ତୁମ୍ଭକୁ ଅଭିଶାପ ଦେବ ମୁଁ ସେମାନଙ୍କୁ ଅଭିଶାପ ଦେବି।
ତୁମ୍ଭଠାରୁ ପୃଥିବୀର ସବୁବଂଶ
ଆଶୀର୍ବାଦ ପାଇବେ।”
ଅବ୍ରାମଙ୍କର କିଣାନ ଯାତ୍ରା
4ସଦାପ୍ରଭୁଙ୍କର ବାକ୍ୟାନୁସାରେ ଅବ୍ରାମ ହାରୋଣକୁ ପରିତ୍ୟାଗ କଲେ ଏବଂ ଲୋଟ ମଧ୍ୟ ତାଙ୍କ ସଙ୍ଗରେ ଗଲେ। ହାରୋଣଠାରୁ ପ୍ରସ୍ଥାନ କରିବା ସମୟରେ ଅବ୍ରାମଙ୍କର ବୟସ ପଞ୍ଚସ୍ତରି ବର୍ଷ ହୋଇଥିଲା। 5ଅବ୍ରାମ ତାଙ୍କର ସ୍ତ୍ରୀ ସାରୀକୁ, ଭାତୃପୁତ୍ର ଲୋଟଙ୍କୁ ଓ ହାରଣଠାରେ ଆପଣାମାନଙ୍କ ସଞ୍ଚିତ ଧନ ଏବଂ ଲବ୍ଧ ପ୍ରାଣୀମାନଙ୍କୁ ଘେନି କିଣାନ ଦେଶକୁ ଯାତ୍ରା କଲେ। 6ଅବ୍ରାମ ସେହି ଦେଶ ମଧ୍ୟଦେଇ ଗଲେ, ଶିଖିମରେ ପହଞ୍ଚିବା ପର୍ଯ୍ୟନ୍ତ, ମୋରିର ଅଲୋନବୃକ୍ଷମୂଳରେ ରହିଲେ। ସେହି ସମୟରେ କିଣାନୀୟମାନେ ସେହି ସ୍ଥାନରେ ବାସ କଲେ।
7ସଦାପ୍ରଭୁ ଅବ୍ରାମଙ୍କୁ ଦର୍ଶନ ଦେଲେ ଏବଂ କହିଲେ, “ମୁଁ ତୁମ୍ଭ ବଂଶଧରଙ୍କୁ ଏହି ଦେଶ ଦେବି।”
ସଦାପ୍ରଭୁ ଅବ୍ରାମଙ୍କୁ ଯେଉଁ ସ୍ଥାନରେ ଦର୍ଶନ ଦେଇଥିଲେ। ଅବ୍ରାମ ସେହିଠାରେ ସଦାପ୍ରଭୁଙ୍କର ଉପାସନା ପାଇଁ ଏକ ଯଜ୍ଞବେଦି ସ୍ଥାପନ କଲେ। 8ଏହା ପରେ ଅବ୍ରାମ ସେହି ସ୍ଥାନ ଛାଡ଼ି ବୈଥେଲ୍ର ପୂର୍ବଆଡ଼େ ପର୍ବତକୁ ଯାଇ ନିଜର ତମ୍ବୁ ସ୍ଥାପନ କଲେ। ସେଠାରେ ପଶ୍ଚିମରେ ବୈଥେଲ୍ ଓ ପୂର୍ବ ଦିଗରେ ଅୟ ନଗର ଥିଲା। ଏବଂ ସେହିଠାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କରି ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲେ। 9ଏହା ପରେ ଅବ୍ରାମ ଭ୍ରମଣ କରୁ କରୁ ଦକ୍ଷିଣ ଦିଗକୁ ଗଲେ।
ମିଶରରେ ଅବ୍ରାମ
10ସେହି ସମୟରେ ସେହି ଦେଶରେ ଭୟଙ୍କର ଦୁର୍ଭିକ୍ଷ ପଡ଼ିଲା। ତେଣୁ ଅବ୍ରାମ ବାସ କରିବା ପାଇଁ ମିଶର ଦେଶକୁ ଯାତ୍ରା କଲେ। 11ସେ ଯେତେବେଳେ ମିଶର ଦେଶର ନିକଟବର୍ତ୍ତୀ ହେଲେ ଅବ୍ରାମ ନିଜର ସ୍ତ୍ରୀ ସାରୀଙ୍କୁ କହିଲେ, “ମୁଁ ଜାଣେ ତୁମ୍ଭେ ଦେଖିବାକୁ ବହୁତ ସୁନ୍ଦରୀ। 12ମିଶରୀୟମାନେ ତୁମ୍ଭକୁ ଦେଖିବେ ଏବଂ ଜାଣିବେ ଯେ, ‘ତୁମ୍ଭେ ମୋର ସ୍ତ୍ରୀ।’ ତା'ପରେ ସେମାନେ ମୋତେ ମାରି ଦେବେ ଏବଂ ତୁମ୍ଭକୁ ଦୂରକୁ ନେଇଯିବେ। 13ତେଣୁ ତୁମ୍ଭେ ଲୋକମାନଙ୍କୁ କହିବ, ତୁମ୍ଭେ ମୋର ଭଉଣୀ ବୋଲି। ଯଦ୍ଦ୍ୱାରା ସେମାନେ ମୋତେ ଦୟା ଦେଖାଇବେ। ଏହି ପ୍ରକାରେ ତୁମ୍ଭେ ମୋର ପ୍ରାଣକୁ ରକ୍ଷା କରି ପାରିବ।”
14ଯେତେବେଳେ ଅବ୍ରାମ ମିଶରକୁ ପ୍ରବେଶ କଲେ, ମିଶରୀୟମାନେ ସେହି ସୁନ୍ଦରୀ ସ୍ତ୍ରୀଲୋକ ସାରୀଙ୍କୁ ଦେଖିଲେ। 15ଏହା ପରେ ଫାରୋଙ୍କର ଅଧିପତିମାନେ ତାଙ୍କୁ ଦେଖି ଫାରୋଙ୍କ ଛାମୁରେ ତାଙ୍କର ପ୍ରଶଂସା କଲେ। ଏହା ପରେ ସେହି ସ୍ତ୍ରୀଲୋକଟିକୁ ଫାରୋଙ୍କ ଗୃହକୁ ଅଣାଗଲା। 16ଫାରୋ ତାଙ୍କ ଲାଗି ଅବ୍ରାମଙ୍କୁ ଦୟା ଦେଖାଇଲେ, ଏବଂ ତାଙ୍କୁ ଗୋରୁ, ଗର୍ଦ୍ଦଭ, ଦାସଦାସୀ ଓ ଗର୍ଦ୍ଦଭୀ ଓ ଓଟ ଦେଲେ।
17ମାତ୍ର ସଦାପ୍ରଭୁ ଫାରୋ ଏବଂ ତାଙ୍କ ପରିବାର ପ୍ରତି ଭୟଙ୍କର ମହାମାରୀ ଦ୍ୱାରା ଶାସ୍ତି ବିଧାନ କଲେ, ଅବ୍ରାମଙ୍କ ସ୍ତ୍ରୀ ସାରୀଙ୍କ କାରଣରୁ। 18ତେଣୁ ଫାରୋ ଅବ୍ରାମଙ୍କୁ ଡାକି କହିଲେ, “ତୁମ୍ଭେ କାହିଁକି ମୋ’ ପ୍ରତି ଏପରି ମନ୍ଦ ଆଚରଣ କଲ? ସାରୀ ତୁମ୍ଭର ସ୍ତ୍ରୀ ବୋଲି ତୁମ୍ଭେ କହି ନ ଥିଲ କାହିଁକି? 19ତୁମ୍ଭେ କହିଲ ଯେ, ‘ସେ ତୁମ୍ଭର ଭଉଣୀ ଥିଲା।’ ତୁମ୍ଭେ ଏପରି କାହିଁକି କଲ? ମୁଁ ତାଙ୍କୁ ମୋର ସ୍ତ୍ରୀ କରି ବିବାହ କରିବାକୁ ଆଣିଲି। କିନ୍ତୁ ମୁଁ ବର୍ତ୍ତମାନ ତାକୁ ଫେରାଇ ଦେଉଛି। ତାଙ୍କୁ ଗ୍ରହଣ କର ଓ ଏଠାରୁ ଫେରିଯାଅ।” 20ଅବ୍ରାମଙ୍କୁ ମିଶରରୁ ତଡ଼ି ଦେବା ପାଇଁ ଫାରୋ ତାଙ୍କର ଲୋକମାନଙ୍କୁ ନିର୍ଦ୍ଦେଶ ଦେଲେ। ତେଣୁ ଅବ୍ରାମ ଓ ତାଙ୍କର ସ୍ତ୍ରୀ ସମସ୍ତ ଦ୍ରବ୍ୟ ଧରି ସେହି ସ୍ଥାନ ପରିତ୍ୟାଗ କଲେ।
Ekhethiweyo ngoku:
ଆଦି ପୁସ୍ତକ 12: OERV
Qaqambisa
Yabelana
Kopa

Ufuna ukuba iimbalasane zakho zigcinwe kuzo zonke izixhobo zakho? Bhalisela okanye ngena
Odia Holy Bible: Easy-to-Read Version (OERV)
@ 2004 Bible League International