1
ଯୋହନ 11:25-26
ପବିତ୍ର ବାଇବଲ (Re-edited) - (BSI)
ଯୀଶୁ ତାଙ୍କୁ କହିଲେ, ମୁଁ ପୁନରୁତ୍ଥାନ ଓ ଜୀବନ; ଯେ ମୋʼଠାରେ ବିଶ୍ଵାସ କରେ, ସେ ଯଦ୍ୟପି ମରେ, ତଥାପି ସେ ବଞ୍ଚିବ, ପୁଣି ଯେକେହି ବଞ୍ଚେ ଓ ମୋʼଠାରେ ବିଶ୍ଵାସ କରେ, ସେ କଦାପି କେବେ ହେଁ ମରିବ ନାହିଁ; ଏହା କଅଣ ବିଶ୍ଵାସ କରୁଅଛ?
Сравнить
Изучить ଯୋହନ 11:25-26
2
ଯୋହନ 11:40
ଯୀଶୁ ତାଙ୍କୁ କହିଲେ, ଯଦି ତୁମ୍ଭେ ବିଶ୍ଵାସ କର, ତାହାହେଲେ ଈଶ୍ଵରଙ୍କ ମହିମା ଦେଖିବ, ଏହା କଅଣ ମୁଁ ତୁମ୍ଭକୁ କହିଲି ନାହିଁ? ସେଥିରେ ସେମାନେ ପଥର ଘୁଞ୍ଚାଇଦେଲେ।
Изучить ଯୋହନ 11:40
3
ଯୋହନ 11:35
ଯୀଶୁ କାନ୍ଦିଲେ।
Изучить ଯୋହନ 11:35
4
ଯୋହନ 11:4
କିନ୍ତୁ ଯୀଶୁ ତାହା ଶୁଣି କହିଲେ, ଏହି ପୀଡ଼ା ମୃତ୍ୟୁ ନିମନ୍ତେ ନୁହେଁ, ମାତ୍ର ଈଶ୍ଵରଙ୍କ ଗୌରବ ନିମନ୍ତେ, ଯେପରି ତଦ୍ଦ୍ଵାରା ଈଶ୍ଵରଙ୍କ ପୁତ୍ର ଗୌରବପ୍ରାପ୍ତ ହୁଅନ୍ତି।
Изучить ଯୋହନ 11:4
5
ଯୋହନ 11:43-44
ସେ ଏହା କହି ଉଚ୍ଚ ସ୍ଵରରେ ଡାକିଲେ, ଲାଜାର, ବାହାରିଆସ। ମୃତ ଲୋକଟି ବାହାରି ଆସିଲେ; ତାଙ୍କ ହାତ ଓ ପାଦ ସମାଧିବସ୍ତ୍ରରେ ବନ୍ଧା ହୋଇଥିଲା, ପୁଣି ତାଙ୍କ ମୁଖରେ ଖଣ୍ତେ ଗାମୁଛା ଗୁଡ଼ା ହୋଇଥିଲା। ଯୀଶୁ ସେମାନଙ୍କୁ କହିଲେ, ଏହାଙ୍କ ବନ୍ଧନ ଫିଟାଇ ଚାଲିଯିବାକୁ ଦିଅ।
Изучить ଯୋହନ 11:43-44
6
ଯୋହନ 11:38
ସେଥିରେ ଯୀଶୁ ପୁନର୍ବାର ଅନ୍ତରରେ ବିରକ୍ତ ହୋଇ ସମାଧି ନିକଟକୁ ଆସିଲେ; ତାହା ଗୋଟିଏ ଗୁହା, ପୁଣି ତାʼ ମୁହଁରେ ଗୋଟାଏ ପଥର ଥିଲା।
Изучить ଯୋହନ 11:38
7
ଯୋହନ 11:11
ସେ ଏସମସ୍ତ କଥା କହିଲା ଉତ୍ତାରେ ସେମାନଙ୍କୁ ଆହୁରି କହିଲେ, ଆମ୍ଭମାନଙ୍କ ବନ୍ଧୁ ଲାଜାର ନିଦ୍ରା ଯାଇଅଛନ୍ତି, କିନ୍ତୁ ତାଙ୍କୁ ନିଦ୍ରାରୁ ଉଠାଇବା ନିମନ୍ତେ ମୁଁ ଯାଉଅଛି।
Изучить ଯୋହନ 11:11
Главная
Библия
Планы
Видео