Logotipo da YouVersion
Ícone de Pesquisa

ଆଦି ପୁସ୍ତକ 16

16
ହାଗାର, ଦାସୀବାଳିକା
1ଅବ୍ରାମଙ୍କର ସ୍ତ୍ରୀ ସାରୀ ନିଃସନ୍ତାନ ଥିଲେ। ତାଙ୍କର ଗୋଟିଏ ହାଗାର ନାମ୍ନୀ ମିଶର ଦେଶୀୟ ଦାସୀ ଥିଲା। 2ସାରୀ ଅବ୍ରାମଙ୍କୁ କହିଲେ, “ସଦାପ୍ରଭୁ ମୋତେ ସନ୍ତାନସନ୍ତତିରୁ ବଞ୍ଚିତ କରିଅଛନ୍ତି। ତେଣୁ ହାଗାର ସହିତ ସହବାସ କର। ପ୍ରାୟ ତା’ ମାଧ୍ୟମରେ ମୁଁ ଏକ ପୁତ୍ର ପାଇ ପାରିବି।” ଅବ୍ରାମ ତାଙ୍କ ସ୍ତ୍ରୀଙ୍କର କଥା ଗ୍ରହଣ କଲେ।
3ଅବ୍ରାମ କିଣାନ ଦେଶରେ ଦଶ ବର୍ଷ କଟାଇଲା ପରେ ଏହିପରି ହୋଇଥିଲା ଯେ, ତାଙ୍କର ସ୍ତ୍ରୀ ସାରୀ ତାହାଙ୍କ ମିଶରୀୟ ଦାସୀ ହାଗାରକୁ ତାଙ୍କ ସ୍ୱାମୀ ଅବ୍ରାମଙ୍କ ସହିତ ବିବାହ ଦେଲେ, ଯାହାଫଳରେ ସେ ତା’ ସହିତ ସହବାସ କରି ପାରିବେ। 4ହାଗାର ଅବ୍ରାମଙ୍କ ଦ୍ୱାରା ଗର୍ଭବତୀ ହେଲା। ଯେତେବେଳେ ହାଗାର ଏହା ଜାଣିଲା ତା'ର ମାଲିକାଣୀଙ୍କୁ ସେ ବେଶି ସମ୍ମାନ ଦେଲା ନାହିଁ। 5କିନ୍ତୁ ସାରା ଅବ୍ରାମଙ୍କୁ କହିଲେ “ଏହା ତୁମ୍ଭର ଭୁଲ୍ ଯେ ମୋର ଦାସୀ ମୋତେ ଖରାପ ବ୍ୟବହାର କରୁଛି। ମୁଁ ତାକୁ ତୁମ୍ଭକୁ ଦେଇଥିଲି, ତା'ପରେ ସେ ଗର୍ଭବତୀ ହେଲା ଏବଂ ଏହା ପରେ ସେ ମୋତେ ଯେତିକି ସମ୍ମାନ ଦେବା ଉଚିତ୍ ସେତିକି ସମ୍ମାନ ଦେଉ ନାହିଁ। ମୁଁ ଗ୍ଭହୁଁଛି ସଦାପ୍ରଭୁ ତୁମ୍ଭ ଓ ମୋର ବିଗ୍ଭର କରନ୍ତୁ।”
6କିନ୍ତୁ ଅବ୍ରାମ ସାରୀକୁ କହିଲେ, “ହାଗାର ତୁମ୍ଭର ଦାସୀ। ତୁମ୍ଭେ ତା’ ପ୍ରତି ଯାହା ଗ୍ଭହଁ ତାହା କରିପାର।” ତେଣୁ ସାରୀ ତା’ ପ୍ରତି କଠିନ ବ୍ୟବହାର କରନ୍ତେ, ହାଗାର ଛାଡ଼ି ପଳାଇଲା।
ହାଗାରର ପୁତ୍ର ଇଶ୍ମାଏଲ
7ସଦାପ୍ରଭୁଙ୍କର ଦୂତ ତାହାଙ୍କୁ ଏକ ମରୁଭୂମିର ଝରଣା ନିକଟରେ ଦେଖିଲେ। ସେହି ଝରଣାଟି, ଶୂରକୁ ଯାଉଥିବା ରାସ୍ତାର ପାଖରେ ଥିଲା। 8ସଦାପ୍ରଭୁଙ୍କର ଦୂତ କହିଲେ, “ହାଗାର, ସାରୀର ଦାସୀ, ତୁମ୍ଭେ କେଉଁଠାରୁ ଆସିଛ ଓ ତୁମ୍ଭେ କେଉଁଠାକୁ ଯାଉଛ?”
ହାଗାର ଉତ୍ତର ଦେଲା, “ମୁଁ ମୋର ମାଲିକାଣୀ ସାରୀ ପାଖରୁ ଦୌଡ଼ି ପଳାଇ ଯାଉଛି।”
9ସଦାପ୍ରଭୁଙ୍କର ଦୂତ ହାଗାରକୁ କହିଲେ, “ତୁମ୍ଭର ମାଲିକାଣୀ ପାଖକୁ ଫେରିଯାଅ ଓ ନିଜକୁ ତା'ର ପାଖରେ ସମର୍ପଣ କର।” 10ସଦାପ୍ରଭୁଙ୍କର ଦୂତ ହାଗାରକୁ ପୁଣି କହିଲେ, “ତୁମ୍ଭର ଅନେକ ବଂଶଧର ଜନ୍ମ ହେବେ। ସେମାନଙ୍କୁ ଗଣି ହେବ ନାହିଁ।”
11ସଦାପ୍ରଭୁଙ୍କର ଦୂତ ମଧ୍ୟ ଏପରି କହିଲେ,
“ହାଗାର ତୁମ୍ଭେ ବର୍ତ୍ତମାନ ଗର୍ଭବତୀ।
ତୁମ୍ଭଠାରୁ ଏକ ପୁତ୍ର ସନ୍ତାନ ଜନ୍ମିବ।
ତୁମ୍ଭେ ତା'ର ନାମ ଇଶ୍ମାଏଲ ଦେବ।
କାରଣ ସଦାପ୍ରଭୁ ଶୁଣିଛନ୍ତି, ତୁମ୍ଭେ ଯେତେବେଳେ ଦୁଃଖ ପାଉଥିଲ।
12ତୁମ୍ଭର ପୁତ୍ର ବନ୍ୟ ଗର୍ଦ୍ଦଭ ଭଳି
ଜୀବନଯାପନ କରିବ।
ତା'ର ହସ୍ତ ସମସ୍ତଙ୍କ ବିରୁଦ୍ଧରେ
ଓ ସମସ୍ତଙ୍କର ହସ୍ତ ତା'ର ବିରୁଦ୍ଧରେ ଥିବ।
ଏବଂ ସେ ତା'ର ଭାଇମାନଙ୍କ ସମ୍ମୁଖରେ ବାସ କରିବ।”
13ଏହା ପରେ ହାଗାର ସଦାପ୍ରଭୁଙ୍କର ଏହି ନାମ ରଖିଲା ଯଥା, “ଯେଉଁ ପରମେଶ୍ୱର ମୋତେ ଦେଖନ୍ତି” ସେ (ସ୍ତ୍ରୀ) ଏହା କହିଲା, କାରଣ ସେ ଚିନ୍ତା କଲା, “ମୁଁ କ’ଣ ପ୍ରକୃତରେ ତାଙ୍କୁ ଏଠାରେ ଦେଖିଲି ଯିଏ ମୋତେ ଦେଖନ୍ତି?”#16:13 ଯେଉଁ … ଦେଖନ୍ତି ହିବ୍ରୁରେ “ଏଲର।” 14ତେଣୁ ସେହି କୂପର ନାମ ବେରଲହୟ-ରୋୟୀ ରଖିଲା। ସେହି କୂପ କାଦେଶ ଓ ବେରଦ ମଧ୍ୟରେ ଅଛି।
15ହାଗାର ଅବ୍ରାମଙ୍କର ପୁତ୍ରକୁ ଜନ୍ମ ଦେଲା ଏବଂ ଅବ୍ରାମ ତା'ର ନାମ ଇଶ୍ମାଏଲ ଦେଲେ। 16ଅବ୍ରାମ ଛୟାଅଶୀ ବର୍ଷ ହୋଇଥିଲେ, ଯେତେବେଳେ ଇଶ୍ମାଏଲ ହାଗାରଠାରୁ ଜନ୍ମ ଲାଭ କଲା।

Destaque

Compartilhar

Copiar

None

Quer salvar seus destaques em todos os seus dispositivos? Cadastre-se ou faça o login