1
ମାଥିଉ 14:30-31
ପବିତ୍ର ବାଇବଲ (Re-edited) - (BSI)
ମାତ୍ର ସେ ପବନ ଦେଖି ଭୟ କଲେ, ପୁଣି ବୁଡ଼ି ଯାଉ ଯାଉ ଚିତ୍କାର କରି କହିଲେ, ହେ ପ୍ରଭୁ, ମୋତେ ରକ୍ଷା କରନ୍ତୁ। ଯୀଶୁ ସେହିକ୍ଷଣି ହାତ ବଢ଼ାଇ ତାଙ୍କୁ ଧରି କହିଲେ, ହେ ଅଳ୍ପବିଶ୍ଵାସୀ, କାହିଁକି ସନ୍ଦେହ କଲ?
Compare
Explore ମାଥିଉ 14:30-31
2
ମାଥିଉ 14:30
ମାତ୍ର ସେ ପବନ ଦେଖି ଭୟ କଲେ, ପୁଣି ବୁଡ଼ି ଯାଉ ଯାଉ ଚିତ୍କାର କରି କହିଲେ, ହେ ପ୍ରଭୁ, ମୋତେ ରକ୍ଷା କରନ୍ତୁ।
Explore ମାଥିଉ 14:30
3
ମାଥିଉ 14:27
କିନ୍ତୁ ଯୀଶୁ ସେହିକ୍ଷଣି ସେମାନଙ୍କ ସହିତ କଥାବାର୍ତ୍ତା କରି କହିଲେ, ସାହସ ଧର, ଏ ତ ମୁଁ, ଭୟ କର ନାହିଁ।
Explore ମାଥିଉ 14:27
4
ମାଥିଉ 14:28-29
ସେଥିରେ ପିତର ଉତ୍ତର ଦେଲେ, ହେ ପ୍ରଭୁ, ଯେବେ ଆପଣ, ତେବେ ଜଳ ଉପରେ ଆପଣଙ୍କ ନିକଟକୁ ଯିବା ପାଇଁ ମୋତେ ଆଜ୍ଞା କରନ୍ତୁ। ଯୀଶୁ କହିଲେ, ଆସ। ସେଥିରେ ପିତର ନୌକାରୁ ଓହ୍ଳାଇ ଜଳ ଉପରେ ଚାଲି ଯୀଶୁଙ୍କ ନିକଟକୁ ଗଲେ।
Explore ମାଥିଉ 14:28-29
5
ମାଥିଉ 14:33
ସେଥିରେ ନୌକାରେ ଥିବା ଲୋକମାନେ ତାହାଙ୍କୁ ପ୍ରଣାମ କରି କହିଲେ, ଆପଣ ନିଶ୍ଚୟ ଈଶ୍ଵରଙ୍କ ପୁତ୍ର।
Explore ମାଥିଉ 14:33
6
ମାଥିଉ 14:16-17
କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, ସେମାନଙ୍କର ଯିବା ଆବଶ୍ୟକ ନୁହେଁ, ତୁମ୍ଭେମାନେ ସେମାନଙ୍କୁ ଭୋଜନ କରାଅ। ସେମାନେ ତାହାଙ୍କୁ କହିଲେ, ଆମ୍ଭମାନଙ୍କର ଏଠାରେ କେବଳ ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛ ଅଛି।
Explore ମାଥିଉ 14:16-17
7
ମାଥିଉ 14:18-19
ସେ କହିଲେ, ସେଗୁଡ଼ିକ ଏଠାକୁ ମୋʼ ପାଖକୁ ଆଣ। ପୁଣି, ସେ ଲୋକସମୂହକୁ ଘାସ ଉପରେ ବସିବା ପାଇଁ ଆଜ୍ଞା ଦେଲେ, ଆଉ ସେ ସେହି ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛ ଘେନି ସ୍ଵର୍ଗ ଆଡ଼େ ଊର୍ଦ୍ଧ୍ଵଦୃଷ୍ଟି କରି ଆଶୀର୍ବାଦ କଲେ ଏବଂ ରୋଟୀଗୁଡ଼ିକ ଭାଙ୍ଗି ଶିଷ୍ୟମାନଙ୍କୁ ଦେଲେ, ଆଉ ଶିଷ୍ୟମାନେ ଲୋକସମୂହକୁ ଦେଲେ।
Explore ମାଥିଉ 14:18-19
8
ମାଥିଉ 14:20
ପୁଣି, ସମସ୍ତେ ଭୋଜନ କରି ତୃପ୍ତ ହେଲେ ଓ ଭଙ୍ଗା ରୋଟୀରୁ ଯାହା ବଳିଲା, ତାହା ସେମାନେ ଉଠାଇ ବାର ଟୋକାଇ ଭର୍ତ୍ତି କଲେ।
Explore ମାଥିଉ 14:20
Home
Bible
Plans
Videos