1
ମାଥିଉ 15:18-19
ପବିତ୍ର ବାଇବଲ (Re-edited) - (BSI)
କିନ୍ତୁ ମୁଖରୁ ଯାହାସବୁ ନିର୍ଗତ ହୁଏ, ତାହା ହୃଦୟରୁ ବାହାରେ ଓ ତାହା ହିଁ ମନୁଷ୍ୟକୁ ଅଶୁଚି କରେ। କାରଣ ହୃଦୟରୁ କୁଚିନ୍ତା, ନରହତ୍ୟା, ବ୍ୟଭିଚାର, ବେଶ୍ୟାଗମନ, ଚୌର୍ଯ୍ୟ, ମିଥ୍ୟାସାକ୍ଷ୍ୟ ଓ ନିନ୍ଦା ବାହାରେ
Compare
Explore ମାଥିଉ 15:18-19
2
ମାଥିଉ 15:11
ମୁଖରେ ଯାହା ପ୍ରବେଶ କରେ, ତାହା ଯେ ମନୁଷ୍ୟକୁ ଅଶୁଚି କରେ, ଏପରି ନୁହେଁ, କିନ୍ତୁ ମୁଖରୁ ଯାହା ବାହାରେ, ତାହା ହିଁ ମନୁଷ୍ୟକୁ ଅଶୁଚି କରେ।
Explore ମାଥିଉ 15:11
3
ମାଥିଉ 15:8-9
ଏହି ଜାତି ମୁଖରେ ଆମ୍ଭକୁ ସମାଦର କରନ୍ତି, କିନ୍ତୁ ସେମାନଙ୍କ ହୃଦୟ ଆମ୍ଭଠାରୁ ଦୂରରେ ଥାଏ। ସେମାନେ ମନୁଷ୍ୟମାନଙ୍କ ବିଧିଗୁଡ଼ିକୁ ଧର୍ମର ଉପଦେଶବାଣୀ ବୋଲି ଶିକ୍ଷା ଦେଇ ବୃଥାରେ ଆମ୍ଭର ଆରାଧନା କରନ୍ତି।
Explore ମାଥିଉ 15:8-9
4
ମାଥିଉ 15:28
ସେଥିରେ ଯୀଶୁତାହାକୁ ଉତ୍ତର ଦେଲେ, ଗୋ ନାରୀ, ତୁମ୍ଭର ବଡ଼ ବିଶ୍ଵାସ, ତୁମ୍ଭର ଇଚ୍ଛାନୁସାରେ ତୁମ୍ଭ ପ୍ରତି ଘଟୁ। ସେହି ଦଣ୍ତରୁ ତାହାର କନ୍ୟା ସୁସ୍ଥ ହେଲା।
Explore ମାଥିଉ 15:28
5
ମାଥିଉ 15:25-27
କିନ୍ତୁ ସେହି ସ୍ତ୍ରୀ ଆସି ତାହାଙ୍କୁ ପ୍ରଣାମ କରି କହିବାକୁ ଲାଗିଲା, ହେ ପ୍ରଭୁ, ମୋର ଉପକାର କରନ୍ତୁ। ମାତ୍ର ସେ ଉତ୍ତର ଦେଲେ, ସନ୍ତାନମାନଙ୍କ ଆହାର ନେଇ କୁକୁରମାନଙ୍କ ପାଖରେ ପକାଇବା ଉଚିତ ନୁହେଁ। କିନ୍ତୁ ସେ କହିଲା, ହଁ, ପ୍ରଭୁ କାରଣ କୁକୁରମାନେ ତ ନିଜ ନିଜ ପ୍ରଭୁଙ୍କ ମେଜରୁ ପଡ଼ିବା ଗୁଣ୍ତିଗୁଣ୍ତା ଖାଆନ୍ତି।
Explore ମାଥିଉ 15:25-27
Home
Bible
Plans
Videos