ଆଦି ପୁସ୍ତକ 22
22
ଅବ୍ରହାମ, ତୁମ୍ଭର ପୁତ୍ରକୁ ହତ୍ୟାକର
1ଏହିସବୁ ଘଟଣା ଘଟିବାପରେ, ପରମେଶ୍ୱର ଅବ୍ରହାମଙ୍କ ବିଶ୍ୱାସକୁ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଲେ। ପରମେଶ୍ୱର ତାଙ୍କୁ କହିଲେ, “ଅବ୍ରହାମ!”
ଏବଂ ଅବ୍ରହାମ କହିଲେ, “ହଁ!”
2ଏହା ପରେ ପରମେଶ୍ୱର କହିଲେ, “ତୁମ୍ଭର ପୁତ୍ରକୁ ମୋରିୟାକୁ ନିଅ। ମୋରିୟାରେ ତୁମ୍ଭର ଏକ ମାତ୍ର ସ୍ନେହର ପୁତ୍ର ଇସ୍ହାକକୁ ମୋ’ ନିମନ୍ତେ ହୋମାର୍ଥେ ବଳିଦାନ କର। ମୁଁ ଯେଉଁ ପର୍ବତକୁ କହିବି ସେହି ପର୍ବତକୁ ନେଇ ସେଠାରେ ହୋମବଳି କର।”
3ପ୍ରଭାତରେ ଅବ୍ରହାମ ଉଠିଲେ ଏବଂ ତାଙ୍କର ଗଧକୁ ସଜାଇଲେ। ଅବ୍ରହାମ ତାଙ୍କର ପୁତ୍ର ଇସ୍ହାକ ଏବଂ ଦୁଇଜଣ ଦାସଙ୍କୁ ତାଙ୍କ ସହିତରେ ନେଲେ। ଅବ୍ରହାମ ହୋମବଳି ନିମନ୍ତେ କାଠ କାଟି ପରମେଶ୍ୱର କହିଥିବା ସ୍ଥାନକୁ ନେଇଗଲେ। 4ତୃତୀୟ ଦିନର ଯାତ୍ରା ପରେ ଅବ୍ରହାମ ନିରୀକ୍ଷଣ କଲେ ଓ ଦୂର ସ୍ଥାନକୁ ଦେଖିଲେ, ଯେଉଁଠାକୁ ସେ ଯାଉଥିଲେ। 5ଏହା ପରେ ଅବ୍ରହାମ ତାଙ୍କର ଦାସମାନଙ୍କୁ କହିଲେ, “ତୁମ୍ଭେମାନେ ଗଧ ସହ ଏହିଠାରେ ଅପେକ୍ଷା କର। ମୁଁ ମୋର ପୁତ୍ରକୁ ନେଇ ସେହି ସ୍ଥାନକୁ ଉପାସନା ପାଇଁ ଯାଉଛି। କିଛି ସମୟ ପରେ ଆମ୍ଭେ ତୁମ୍ଭ ନିକଟକୁ ଫେରି ଆସିବୁ।”
6ଅବ୍ରହାମ ତାଙ୍କ ପୁତ୍ରର କାନ୍ଧରେ ହୋମବଳି ନିମନ୍ତେ କାଠ ରଖିଲେ ଏବଂ ନିଜେ ଏକ ସ୍ୱତନ୍ତ୍ର ଛୁରୀ ଏବଂ ନିଆଁ ନେଇ ଗଲେ। ଏହା ପରେ ଦୁଇଜଣ ଏକତ୍ର ହୋଇଗଲେ।
7ଇସ୍ହାକ ତାଙ୍କର ପିତା ଅବ୍ରହାମଙ୍କୁ କହିଲେ, “ପିତା!”
ଅବ୍ରହାମ ଉତ୍ତର ଦେଲେ, “ହଁ, ମୋର ପୁତ୍ର।”
ଇସ୍ହାକ କହିଲେ, “ଆମ୍ଭର ହୋମବଳି ନିମନ୍ତେ କାଠ ଓ ନିଆଁ ଅଛି, କିନ୍ତୁ ଯେଉଁ ମେଷକୁ ଉତ୍ସର୍ଗ କରାଯିବ ତାହା କେଉଁଠାରେ?”
8ଅବ୍ରହାମ ଉତ୍ତର ଦେଲେ, “ହେ ମୋର ପୁତ୍ର, ପରମେଶ୍ୱର ନିଜେ ଉତ୍ସର୍ଗ ପାଇଁ ସେହି ମେଷ ଯୋଗାଇବେ।”
ତେଣୁ ଇସ୍ହାକ ଓ ଅବ୍ରହାମ ଏକତ୍ର ସେଇ ସ୍ଥାନକୁ ଗ୍ଭଲିଲେ। 9ପରମେଶ୍ୱର କହିଥିବା ସ୍ଥାନକୁ ସେମାନେ ଆସିଲେ। ସେଠାରେ ଅବ୍ରହାମ ଏକ ଯଜ୍ଞବେଦି ସ୍ଥାପନ କଲେ ଏବଂ ତାହା ଉପରେ କାଠ ସଜାଡ଼ିଲେ। ଏହା ପରେ ଅବ୍ରହାମ ଇସ୍ହାକକୁ ବାନ୍ଧି ଯଜ୍ଞବେଦିର କାଠ ଉପରେ ଶୁଆଇ ଦେଲେ। 10ଏହା ପରେ ଅବ୍ରହାମ ତାଙ୍କର ଛୁରୀ ଆଣିଲେ ଏବଂ ଇସ୍ହାକକୁ ହତ୍ୟା କରିବା ପାଇଁ ପ୍ରସ୍ତୁତ ହେଲେ।
11କିନ୍ତୁ ଏହା ପରେ ସଦାପ୍ରଭୁଙ୍କର ଦୂତ ସ୍ୱର୍ଗରୁ ଅବ୍ରହାମଙ୍କୁ ଡାକି କହିଲେ, “ହେ ଅବ୍ରହାମ, ହେ ଅବ୍ରହାମ!”
ଅବ୍ରହାମ ଉତ୍ତର ଦେଲେ, “ହଁ ପ୍ରଭୁ!”
12ସଦାପ୍ରଭୁଙ୍କର ଦୂତ ଅବ୍ରହାମଙ୍କୁ କହିଲେ, “ତୁମ୍ଭର ପୁତ୍ରକୁ ହତ୍ୟା କର ନାହିଁ କି କିଛି ଆଘାତ କର ନାହିଁ। ବର୍ତ୍ତମାନ ମୁଁ ଦେଖି ପାରୁଛି ଯେ, ତୁମ୍ଭେ ପରମେଶ୍ୱରଙ୍କୁ ସମ୍ମାନ କରୁଛ ଏବଂ ତାଙ୍କର ଆଜ୍ଞା ମାନି ଚଳୁଛ। କାରଣ ତୁମ୍ଭେ ତୁମ୍ଭର ଏକମାତ୍ର ପୁତ୍ରକୁ ମୋ’ ସକାଶେ ଉତ୍ସର୍ଗ କରିବାକୁ କୁଣ୍ଠାବୋଧ କରି ନାହଁ।”
13ଏହା ପରେ ଅବ୍ରହାମ ନିରୀକ୍ଷଣ କଲେ ଓ ଏକ ଅଣ୍ଡିରା ମେଷ ଦେଖିଲେ, ତା'ର ଶିଙ୍ଗ ବୁଦାରେ ଚ୍ଛନ୍ଦି ହୋଇଥିଲା। ତେଣୁ ଅବ୍ରହାମ ସେହି ଅଣ୍ଡିରା ମେଷକୁ ଆଣି ହତ୍ୟା କଲେ ଓ ତାହାକୁ ନିଜପୁତ୍ର ବଦଳରେ ହୋମବଳିରେ ଉତ୍ସର୍ଗ କଲେ। 14ତେଣୁ ଅବ୍ରହାମ ସେହି ସ୍ଥାନର ନାମ ଦେଲେ, “ଯିହୋବାଃ-ଯିରି”#22:14 ଯିହୋବାଃ-ଯିରି ଏହାର ଅର୍ଥ “ସଦାପ୍ରଭୁ ଦେଖନ୍ତି ଅଥବା ସଦାପ୍ରଭୁ ପ୍ରଦାନ କରିବେ।” ଏପରିକି ଆଜି ମଧ୍ୟ ଲୋକମାନେ କୁହନ୍ତି, “ପର୍ବତରେ ସଦାପ୍ରଭୁ ପ୍ରଦାନ କରନ୍ତି।”
15ସଦାପ୍ରଭୁଙ୍କର ଦୂତ ଦ୍ୱିତୀୟ ଥର ଅବ୍ରହାମଙ୍କୁ ସ୍ୱର୍ଗରୁ ଡାକିଲେ। 16ସଦାପ୍ରଭୁଙ୍କର ଦୂତ କହିଲେ, “ତୁମ୍ଭର ଏକମାତ୍ର ପୁତ୍ର ଆମ୍ଭକୁ ଦେବାକୁ ସମ୍ମତ ହେଲ, କାରଣ ମୋ’ ପାଇଁ ତୁମ୍ଭେ ଏପରି କଲ। ମୁଁ ତୁମ୍ଭକୁ ଏହି ପ୍ରତିଜ୍ଞା କରାଇଥିଲି। ମୁଁ ସେହି ସଦାପ୍ରଭୁ ପ୍ରତିଜ୍ଞା କରିଥିଲି ଯେ, 17ମୁଁ ତୁମ୍ଭକୁ ଆଶୀର୍ବାଦ କରିବି। ଆକାଶର ତାରାତୁଲ୍ୟ ଓ ସମୁଦ୍ର କୂଳର ଅସଂଖ୍ୟ ବାଲି ତୁଲ୍ୟ ତୁମ୍ଭର ବଂଶଧର ବଢ଼ାଇବି। ଏବଂ ତୁମ୍ଭର ଲୋକମାନେ ଯେଉଁ ସହର ଅଧିକାର କରିଛନ୍ତି ସେହି ସହରରେ ବାସ କରିବ। 18ପୃଥିବୀର ସମସ୍ତ ଜାତି ତୁମ୍ଭର ବଂଶଧରମାନଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ। ମୁଁ ଏପରି କରିବି କାରଣ ତୁମ୍ଭେ ମୋର ବାକ୍ୟ ମାନିଅଛ।”
19ଏହା ପରେ ଅବ୍ରହାମ ତାଙ୍କର ଦାସଗଣ ନିକଟକୁ ଫେରିଗଲେ। ଏହା ପରେ ସେମାନେ ସମସ୍ତେ ବେର୍ଶେବାକୁ ଫେରିଗଲେ। ଏବଂ ଅବ୍ରହାମ ସେଠାରେ ବାସ କଲେ।
20ଏହିସବୁ ଘଟଣା ଘଟିଯିବା ପରେ, ଅବ୍ରହାମଙ୍କୁ ଏକ ବାର୍ତ୍ତା ପଠାଗଲା। ବାର୍ତ୍ତାଟି ଏହିପରି ଥିଲା, “ତୁମ୍ଭର ଭାଇ ନାହୋର ଏବଂ ତା'ର ସ୍ତ୍ରୀ ମିଲ୍କା ସନ୍ତାନ ପ୍ରସବ କରିଅଛି। 21ତାହାର ଜ୍ୟେଷ୍ଠପୁତ୍ର ଊଷ, ତାହାର ଭାଇ ବୂଷ ଓ ଅରାମର ପିତା କମୂୟେଲ। 22ଏହା ପରେ, କେଷଦ୍, ହସୋ, ପିଲଦଶ୍, ଯିଦ୍ଲଫ୍ ଓ ବଥୂୟେଲ।” 23ସେହି ବଥୂୟେଲର କନ୍ୟା ରିବିକା। ମିଲ୍କା ଏହି ଆଠ ଜଣଙ୍କୁ ଅବ୍ରହାମଙ୍କର ଭ୍ରାତା ନାହୋର ନିମନ୍ତେ ଜନ୍ମ କଲା। 24ଏବଂ ନାହୋରର ରୂମା ନାମ୍ନୀ ଦାସୀଠାରୁ ଟେବହ, ଗହନ୍, ତହଶ୍ ଓ ମାଖା ଏମାନେ ଜନ୍ମ ନେଲେ।
Tans Gekies:
ଆଦି ପୁସ୍ତକ 22: OERV
Kleurmerk
Deel
Kopieer

Wil jy jou kleurmerke oor al jou toestelle gestoor hê? Teken in of teken aan
Odia Holy Bible: Easy-to-Read Version (OERV)
@ 2004 Bible League International