ଆଦି ପୁସ୍ତକ 10

10
ଜାତିମାନଙ୍କର ବୃଦ୍ଧି ଓ ବିସ୍ତାର ହେଲା
1ନୋହଙ୍କର ପୁତ୍ରମାନେ ଥିଲେ, ଶେମ, ହାମ ଏବଂ ଯେଫତ୍। ବନ୍ୟା ପରେ ଏହି ତିନି ଜଣଙ୍କର ସନ୍ତାନସନ୍ତତି ଜନ୍ମ ନେଇଥିଲେ।
ଯେଫତଙ୍କର ବଂଶାବଳୀ
2ଯେଫ‌‌‌ତ୍‌‌‌ଙ୍କର ପୁତ୍ରମାନେ ହେଲେ, ଗୋମର, ମାଗୋଗ୍, ମାଦୟ, ତୁବଲ, ଯବନ, ମେଶକ ଓ ତିରସ।
3ଅସ୍କିନସ୍, ରୀଫତ୍ ଓ ତୋଗର୍ମ ଏମାନେ ଥିଲେ ଗୋମରର ସନ୍ତାନ।
4ପୁଣି ଇଲୀଶା, ତର୍ଶୀଶ, କିତ୍ତୀମ ଓ ଦୋଦାନୀମ ଏମାନେ ଯବନର ସନ୍ତାନ ଥିଲେ।
5ଏମାନଙ୍କଠାରୁ ଅନ୍ୟ ଦେଶୀୟମାନଙ୍କର ଦ୍ୱୀପନିବାସୀଗଣ ଆପଣାମାନଙ୍କ ପାଇଁ ଦେଶ ବିଦେଶରେ ନିଜ ନିଜ ଭାଷାନୁଯାୟୀ ବ୍ୟାପ୍ତ ହୋଇ ନିଜ ନିଜ ବଂଶ ଓ ଗୋଷ୍ଠୀ ଅନୁସାରେ ବିଭକ୍ତ ହେଲେ!
ହାମର ବଂଶାବଳୀ
6ହାମର ସନ୍ତାନଗଣ ଥିଲେ, କୂଶ୍, ମିଶର, ପୂଟ୍ ଓ କିଣାନ।
7ସବା, ହବୀଲା, ସପ୍ତା, ରୟମା ଓ ସପ୍ତକା ଏମାନେ ଥିଲେ କୂଶର ସନ୍ତାନ। ଶିବା ଓ ଦନାନ ଏମାନେ ରୟମାର ସନ୍ତାନ।
8ନିମ୍ରୋଦ୍ କୂଶର ପୁତ୍ର। ସେ ପୃଥିବୀ ମଧ୍ୟରେ ପରାକ୍ରମି ହେବାକୁ ଲାଗିଲା। 9ସେ ସଦାପ୍ରଭୁଙ୍କ ସାକ୍ଷାତରେ ପରାକ୍ରାନ୍ତ ବ୍ୟାଧ ହେଲା। ସଦାପ୍ରଭୁଙ୍କ ସାକ୍ଷାତରେ ପରାକ୍ରାନ୍ତ ବ୍ୟାଧ ନିମ୍ରୋଦ୍ ତୁଲ୍ୟ ଥିଲେ ବୋଲି ଲୋକମାନେ କହୁଥିଲେ, “ସେ ବ୍ୟକ୍ତି ନିମ୍ରୋଦ୍ ସଦୃଶ ସଦାପ୍ରଭୁଙ୍କ ସମ୍ମୁଖରେ ଗୋଟିଏ ପରାକ୍ରାନ୍ତ ବ୍ୟାଧ।”
10ଶିନିୟର ଦେଶରେ ବାବିଲ୍, ଏରକ୍, ଏକ୍କଦ୍ ଓ କଲନୀ ଏହିସବୁ ନଗର ତାହାର ପ୍ରଥମ ରାଜ୍ୟ ହେଲା। 11ସେହି ଦେଶରୁ ଅଗ୍ରିୟା ବାହାରି ନୀନିବୀ ରହୋବୋତ୍ ପୁରୀ ଓ କେଲହ 12ଏବଂ ନୀନିବୀ ଓ କେଲହର ମଧ୍ୟସ୍ଥିତ ରେଷନ ନଗର ସ୍ଥାପନ କଲା। (ରେଷନ ଏକ ପ୍ରଧାନ ନଗର ଥିଲା)।
13ମିଶରୀୟମ ଲୂଦୀୟ, ଅନାମୀୟ, ଲହାବୀୟ ଓ ନପ୍ତୁହୀୟ ଲୋକମାନଙ୍କର ପିତା ଥିଲା। 14ପଥ୍ରୋଷୀୟ, କ‌ସ୍‌ଲୁହୀୟ ଓ କପ୍ତୋରିୟ (ଏହି ପଲେଷ୍ଟୀୟ ଲୋକମାନେ କ‌ସ୍‌ଲୁହୀୟରୁ ଆସିଲେ।)
15ସୀଦୋନର ପିତା ଥିଲା କିଣାନ, ସିଦୋନ ଥିଲା କିଣାନର ପ୍ରଥମ ପୁତ୍ର। କିଣାନ ମଧ୍ୟ ହେତର ପିତାଥିଲା। ହେତର ହେଲେ ଦୀଟାତୀୟମାନଙ୍କର ପିତା। 16କିଣାନ ମଧ୍ୟ ଯିବୂଷୀୟ, ଇମୋରୀୟ ଓ ଗିର୍ଗାଶୀୟର ପିତା ଥିଲା। 17ହିବ୍ବୀୟ, ଅର୍କୀୟ ଓ ସୀନିୟ 18ଅର୍ବଦୀୟ, ସାମରୀୟ ଓ ହମାତୀୟ,
ଏହିପରି କିଣାନୀୟମାନଙ୍କର ବଂଶ ବ୍ୟାପିଲା। 19ତହିଁରେ ସୀଦୋନଠାରୁ ଗରାର ଦିଗକୁ ହସା ପର୍ଯ୍ୟନ୍ତ ପୁଣି ସଦୋମ, ହମୋରା ଓ ଅଦ୍ମା, ସବୟୀମ ଦିଗରେ ଲେଶା ପର୍ଯ୍ୟନ୍ତ କିଣାନୀୟମାନଙ୍କ ବସତିର ସୀମା ଥିଲା।
20ନିଜ ନିଜ ଦେଶ ଓ ଗୋଷ୍ଠୀରେ ସେମାନଙ୍କ ବଂଶ ଓ ଭାଷାନୁସାରେ ଏ ସମସ୍ତ ହାମର ସନ୍ତାନ।
ଶେମର ବଂଶାବଳୀ
21ଯେଫତର ବଡ଼ଭାଇ ଶେମଙ୍କର ମଧ୍ୟ ସନ୍ତାନସନ୍ତତି ଥିଲେ, ସେହି ଏବର ଯେଫତର ବଡ଼ଭାଇ ହିବ୍ରୁ ବଂଶଧରମାନଙ୍କ ଆଦିପୁରୁଷ ଥିଲା।
22ଶେମର ଏହିସବୁ ସନ୍ତାନ: ଏଲମ୍ ଓ ଅଶୂର ଓ ଅର୍ଫ‌କ୍‌ଷଦ ଓ ଲୂଦ୍ ଓ ଅରାମ୍।
23ଏହି ଅରାମର ସନ୍ତାନ ଊଷ୍, ହୂଲ, ଗେଥର ଓ ମଶ୍।
24ଏବଂ ଅର୍ଫ‌କ୍‌ଷଦର ସନ୍ତାନ ଶେଲହ,
ଓ ଶେଲହର ସନ୍ତାନ ଏବର।
25ଏହି ଏବରର ଦୁଇ ପୁତ୍ର, ପ୍ରଥମର ନାମ ପେଲଗ୍, କାରଣ ସେହି ସମୟରେ ପୃଥିବୀ ବିଭକ୍ତ ହେଲା। ତାହାର ଭ୍ରାତାର ନାମ ଯକ୍ତନ।
26ଏବଂ ଯକ୍ତନର ପୁତ୍ର ଅଲମୋଦଦ୍ ଓ ଶେଲପ୍, ହ‌ତ୍‌ସର୍ମାବତ ଓ ଯେରହ। 27ହଦୋରାମ ଓ ଊଷଲ ଓ ଦିକ୍ଳ। 28ଓବଲ ଓ ଅବୀମାୟେଲ୍ ଓ ଶିବା। 29ଓଫୀର, ହବୀଲା ଓ ଯୋବବ୍, ଏହି ସମସ୍ତ ଯକ୍ତନର ସନ୍ତାନ। 30ମେଷା ଅବଧି ପୂର୍ବ ଦିଗର ସଫାର ପର୍ବତ ପର୍ଯ୍ୟନ୍ତ ସେମାନଙ୍କର ବସତି ଥିଲା।
31ଆପଣା ଦେଶରେ ସେମାନଙ୍କର ବଂଶ ଓ ଭାଷା ଓ ଗୋଷ୍ଠୀ ଅନୁସାରେ ଏ ସମସ୍ତେ ଶେମର ସନ୍ତାନ।
32ନିଜ ନିଜ ଗୋଷ୍ଠୀରେ ସେମାନଙ୍କ ବଂଶାବଳୀ ଅନୁସାରେ ଏମାନେ ନୋହଙ୍କର ସନ୍ତାନଗଣର ବଂଶ ଥିଲେ। ପୁଣି ଜଳପ୍ଳାବନ ପରେ ଏମାନଙ୍କଠାରୁ ଉତ୍ପନ୍ନ ନାନା ଗୋଷ୍ଠୀ ପୃଥିବୀରେ ବିଭକ୍ତ ହେଲେ।

Kleurmerk

Deel

Kopieer

None

Wil jy jou kleurmerke oor al jou toestelle gestoor hê? Teken in of teken aan

Video vir ଆଦି ପୁସ୍ତକ 10