YouVersion 標識
搜索圖示

ଆଦି ପୁସ୍ତକ 7

7
ବନ୍ୟାର ଆରମ୍ଭ
1ଏହା ପରେ ସଦାପ୍ରଭୁ ନୋହଙ୍କୁ କହିଲେ, “ମୁଁ ଦେଖିଛି ତୁମ୍ଭେ ଜଣେ ଧାର୍ମିକ ଲୋକ, ଏହି କାଳର ଦୁଷ୍ଟ ଲୋକମାନଙ୍କ ମଧ୍ୟରେ। ତେଣୁ ତୁମ୍ଭର ପରିବାର ଏକତ୍ରିତ ହୋଇ ଜାହାଜରେ ପ୍ରବେଶ କର। 2ତୁମ୍ଭେ ତୁମ୍ଭ ସହିତ ସାତ ଯୋଡ଼ି ଶୁଚି ପଶୁ ଓ ଏକ ଯୋଡ଼ି ଅଶୁଚି ପଶୁ ନେଇ ଆସିବ। ପ୍ରତ୍ୟେକ ଯୋଡ଼ିରେ ଗୋଟିଏ ପୁରୁଷ ଓ ଗୋଟିଏ ସ୍ତ୍ରୀ ନିଶ୍ଚୟ ରହିବ। 3ପ୍ରତ୍ୟେକ ପକ୍ଷୀ ଜାତିର ପୁରୁଷ ଓ ସ୍ତ୍ରୀ ସାତ ସାତ ଯୋଡ଼ି ସଙ୍ଗରେ ନିଅ, ବଂଶ ରକ୍ଷା କରିବା ପାଇଁ। 4ସାତ ଦିନ ପରେ ମୁଁ ଗ୍ଭଳିଶ୍ ଦିବାରାତ୍ରି ପୃଥିବୀରେ ବୃଷ୍ଟି କରାଇବି। ପୃଥିବୀର ସମସ୍ତ ଜୀବିତ ପ୍ରାଣୀ ଓ ସେଠାକାର ସମସ୍ତ ଜିନିଷ ଧ୍ୱଂସ କରି ଦେବି, ଯାହା ମୁଁ ସୃଷ୍ଟି କରିଥିଲି।”
5ନୋହ ସଦାପ୍ରଭୁଙ୍କ ବାକ୍ୟାନୁସାରେ ସମସ୍ତ କାର୍ଯ୍ୟ କଲେ।
6ବନ୍ୟା ଆସିବା ସମୟରେ ନୋହଙ୍କୁ 600 ବର୍ଷ ବୟସ ହୋଇଥିଲା। 7ନୋହ ଏବଂ ତାଙ୍କର ପରିବାର ବନ୍ୟାରୁ ରକ୍ଷା ପାଇବା ନିମିତ୍ତ ଜାହାଜ ମଧ୍ୟକୁ ଗଲେ। ଜାହାଜରେ ନୋହ, ତାଙ୍କର ସ୍ତ୍ରୀ, ପୁତ୍ର ଓ ପୁତ୍ରବଧୂମାନେ ଥିଲେ। 8ସମସ୍ତ ପଶୁଗୁଡ଼ିକ ଶୁଚି ଓ ଅଶୁଚି ଓ ପଶୁପକ୍ଷୀବର୍ଗ ଓ ଭୂଚର ଉରୋଗାମୀ ଜନ୍ତୁବର୍ଗ ନୋହଙ୍କ ନିକଟକୁ ଯାଇ ଭିତରକୁ ଗଲେ। 9ସେମାନେ ଯୋଡ଼ି ଯୋଡ଼ି କରି ପୁରୁଷ ଓ ସ୍ତ୍ରୀ, ଠିକ୍ ପରମେଶ୍ୱରଙ୍କ ଆଜ୍ଞାନୁସାରେ ନୋହଙ୍କ ନିକଟକୁ ଯାଇ ଜାହାଜରେ ପ୍ରବେଶ କଲେ। 10ସାତ ଦିନ ପରେ ବନ୍ୟାର ପାଣି ପୃଥିବୀ ଉପରେ ଆରମ୍ଭ ହେଲା।
11-13ଦ୍ୱିତୀୟ ମାସର ସତର ଦିବସ ଯେତେବେଳେ ନୋହଙ୍କୁ 600 ବର୍ଷ ବୟସ ହୋଇଥିଲା। ମହାସମୁଦ୍ରର ସମଗ୍ର ଜଳଧାର ଭାଙ୍ଗିଗଲା। ପୁଣି ଆକାଶସ୍ଥ ଦ୍ୱାର ସବୁ ମୁକ୍ତ ହେଲା। ତହିଁରେ ଗ୍ଭଳିଶ୍ ଦିବାରାତ୍ରି ବୃଷ୍ଟି ହେଲା। ସେହି ଦିନରେ ନୋହ, ଶେମ, ହାମ ଓ ଯେଫତ୍ ନୋହଙ୍କର ପୁତ୍ରମାନେ ଆଉ ସେମାନଙ୍କର ସ୍ତ୍ରୀମାନେ ଓ ନୋହଙ୍କର ସ୍ତ୍ରୀ ଜାହାଜରେ ପ୍ରବେଶ କଲେ। 14ସେହି ଲୋକମାନେ ଏବଂ ପ୍ରତ୍ୟେକ ପ୍ରକାରର ପଶୁ, ସେହି ଜାହଜକୁ ପ୍ରବେଶ କଲେ। ସବୁ ପ୍ରକାରର ଗୃହପାଳିତ ପଶୁ, ସବୁପ୍ରକାର ଉରୋଗାମୀ ସବୁଜାତୀୟ ଭୂଚର ଓ ଖେଚର ପକ୍ଷୀ ସମସ୍ତ ଜାହାଜ ମଧ୍ୟକୁ ପ୍ରବେଶ କଲେ। 15ନୋହଙ୍କ ସହିତ ଏହି ସମସ୍ତ ଜୀବ ଜାହାଜ ମଧ୍ୟରେ ରହିଲେ। ସମସ୍ତ ଜୀବିତ ପ୍ରାଣୀ ଯୋଡ଼ା ଯୋଡ଼ା ହୋଇ ଆସିଲେ। 16ପରମେଶ୍ୱରଙ୍କର ଆଜ୍ଞାନୁସାରେ ଏକ ପୁରୁଷ ଏବଂ ଏକ ସ୍ତ୍ରୀ ପ୍ରତ୍ୟେକ ପ୍ରକାରର ଜାହାଜ ମଧ୍ୟକୁ ପ୍ରବେଶ କଲେ, ଏହା ପରେ ସଦାପ୍ରଭୁ ଜାହାଜର ଦ୍ୱାର ବନ୍ଦ କରିଦେଲେ।
17ଗ୍ଭଳିଶ୍ ଦିନ ପୃଥିବୀରେ ଜଳପ୍ଳାବନ ହେଲା, ପୁଣି ଜଳ ବଢ଼ିବାରୁ ଜାହାଜ ଭୂମିକୁ ଛାଡ଼ି ଭାସିବାକୁ ଲାଗିଲା। 18ପୃଥିବୀରେ କ୍ରମାନ୍ୱୟରେ ଜଳରାଶି ବଢ଼ିବାକୁ ଲାଗିଲା ଓ ସେଥିରେ ଜାହାଜ ଭାସିବାକୁ ଆରମ୍ଭ କଲା। 19ପୃଥିବୀ ଉପରେ ଜଳ ଅତିଶୟ ବଢ଼ି ଆକାଶ ତଳସ୍ଥ ସମସ୍ତ ଉଚ୍ଚ ପର୍ବତ ମଗ୍ନ କଲା। 20ଜଳରାଶିର ପତ୍ତନ ବଢ଼ିବାକୁ ଲାଗିଲା, ଏପରିକି ଉଚ୍ଚ ପର୍ବତ ଉପରେ ପନ୍ଦର ହାତ ପାଣି ଚଢ଼ି ରହିଲା।
21-22ପୃଥିବୀ ପୃଷ୍ଠରୁ ପ୍ରତ୍ୟେକ ସଜୀବ ପ୍ରାଣୀ ମୃତ୍ୟୁବରଣ କଲେ। ପ୍ରତ୍ୟେକ ପୁରୁଷ ଓ ସ୍ତ୍ରୀ, ପ୍ରତ୍ୟେକ ପ୍ରକାର ପକ୍ଷୀ ଓ ପଶୁ ପୃଥିବୀ ପୃଷ୍ଠରୁ ମଲେ। ସମସ୍ତ ଭୂଚର ଓ ସମସ୍ତ ଉରୋଗାମୀ ଜୀବ ପୃଥିବୀ ପୃଷ୍ଠରୁ ଲୋପ ପାଇଗଲେ। 23ଏହି ପ୍ରକାରେ ପରମେଶ୍ୱର ପୃଥିବୀରେ ବାସ କରୁଥିବା ସମସ୍ତ ଜୀବିତ ପ୍ରାଣୀଙ୍କୁ ନିଶ୍ଚିହ୍ନ କଲେ। ସମସ୍ତ ମନୁଷ୍ୟ, ପଶୁ, ସରୀସୃପ ପ୍ରାଣୀ, ଖେଚର ପକ୍ଷୀ, ପୃଥିବୀରେ ମୃତ୍ୟୁବରଣ କଲେ। କେବଳ ନୋହ ଓ ଜାହାଜରେ ଥିବା ଲୋକମାନେ ଏବଂ ପଶୁଗଣ ରକ୍ଷା ପାଇଗଲେ। 24ଏହିପରି ଭାବରେ ପୃଥିବୀ 150 ଦିନ ପର୍ଯ୍ୟନ୍ତ ଜଳରେ ମଗ୍ନ ହୋଇ ରହିଲା।

醒目顯示

分享

複製

None

想要在所有設備上保存你的醒目顯示嗎? 註冊或登入