ଆଦି ପୁସ୍ତକ 34
34
ଦୀଣାର ଧର୍ଷଣ
1ଲେୟା ଓ ଯାକୁବର କନ୍ୟା ଥିଲା ଦୀଣା। ଦିନେ ଦୀଣା ସେହି ସ୍ଥାନର ସ୍ତ୍ରୀଲୋକମାନଙ୍କୁ ଭେଟିବାକୁ ଗଲା। 2ସେହି ଦେଶର ରାଜା ଥିଲେ ହମୋର। ତାଙ୍କର ପୁତ୍ର ଶିଖିମ ଦୀଣାକୁ ଦେଖିଲା। ଶିଖିମ ଦୀଣାକୁ ବଳପୂର୍ବକ ନେଇଗଲା ଏବଂ ତାକୁ ଧର୍ଷଣ କଲା। 3ଏହା ପରେ ଶିଖିମ ଦୀଣାର ପ୍ରେମରେ ପଡ଼ିଗଲା ଓ ତାକୁ ବିବାହ ହେବାକୁ ଗ୍ଭହିଁଲା। 4ଶିଖିମ ତା'ର ପିତା ହମୋରକୁ କହିଲା, “ଦୟାକରି ଏହି ଝିଅ ସହିତ ମୋର ବିବାହର ବନ୍ଦୋବସ୍ତ କର।”
5ଯାକୁବ ଜାଣିବାକୁ ପାଇଲେ ଯେ, ସେହି ଯୁବକ ଦୀଣା ଉପରେ ଅପମାନ ଆଣିଛି। କିନ୍ତୁ ଯାକୁବର ସମସ୍ତ ପୁଅମାନେ କ୍ଷେତ୍ରରେ ପଶୁପଲଙ୍କ ସହିତ ଥିଲେ। ସେ କିଛି କଲେ ନାହିଁ, ତାଙ୍କର ପୁତ୍ରମାନେ ଫେରିବା ପର୍ଯ୍ୟନ୍ତ ଅପେକ୍ଷା କଲେ। 6ସେହି ସମୟରେ, ଶିଖିମର ପିତା ହମୋର ଯାକୁବ ସହିତ କଥା ହେବାକୁ ବାହାରି ଗଲେ।
7ଯେତେବେଳେ ସେମାନେ କ୍ଷେତରୁ ଫେରିଲେ, ତା'ର ସମସ୍ତ ଭାଇମାନେ ଏହି କଥା ଶୁଣିଲେ, ସେମାନେ ଭୟଙ୍କର ଭାବରେ ରାଗିଗଲେ କାରଣ ଶିଖିମ ଇସ୍ରାଏଲରେ ଏପରି ଅପମାନଜନକ କାର୍ଯ୍ୟ କଲା। ସେ ଯାକୁବର କନ୍ୟାକୁ ଧର୍ଷଣ କରିବା ଉଚିତ୍ ନ ଥିଲା।
8କିନ୍ତୁ ହମୋର ଭାଇମାନଙ୍କୁ କହିଲେ, “ମୋର ପୁତ୍ର ଶିଖିମ ଦୀଣାକୁ ବିବାହ ହେବାକୁ ଗ୍ଭହେଁ। ଦୟାକରି ତାକୁ ତାହା ସହିତ ବିବାହ ଦିଅ। 9ଏହି ବିବାହ ଆମ୍ଭ ମଧ୍ୟରେ ଏକ ଚୁକ୍ତି ହେବ। ଏହା ପରେ ଆମ୍ଭର ଲୋକମାନେ ତୁମ୍ଭର କନ୍ୟାମାନଙ୍କୁ ଏବଂ ତୁମ୍ଭର ଲୋକମାନେ ଆମ୍ଭର କନ୍ୟାମାନଙ୍କୁ ବିବାହ କରି ପାରିବେ। 10ତୁମ୍ଭେମାନେ ଆମ୍ଭମାନଙ୍କ ସହିତ ଏହି ଦେଶରେ ବାସ କରିବ, ବାଣିଜ୍ୟ କରିବ ଓ ଭୂମି ଗ୍ରହଣ କରି ପାରିବ।”
11ଶିଖିମ ମଧ୍ୟ ଯାକୁବ ଓ ତାଙ୍କର ଭାଇମାନଙ୍କ ସହିତ କଥା ହେଲା। ଶିଖିମ କହିଲା, “ଦୟାକରି ମୋତେ ଗ୍ରହଣ କର। ତୁମ୍ଭେ ଯାହା କହିବ ମୁଁ ତାହା କରିବାକୁ ପ୍ରସ୍ତୁତ। 12ମୁଁ ତୁମ୍ଭକୁ ସବୁକିଛି ଉପହାର ଦେବି ଏବଂ ସବୁ ଟଙ୍କା ଦେବି, ଯାହା ତୁମ୍ଭେ ମାଗୁଛ। ମାତ୍ର ଏହି କନ୍ୟାକୁ ମୋତେ ବିବାହ ଦିଅ।”
13ଯାକୁବର ପୁତ୍ରମାନେ ଶିଖିମକୁ ଓ ତା'ର ପିତାଙ୍କୁ ମିଥ୍ୟା କହିବା ପାଇଁ ନିଷ୍ପତ୍ତି ନେଲେ। ତା'ର ଭାଇମାନେ ସେତେବେଳେ ପାଗଳ ପ୍ରାୟ ଥିଲେ କାରଣ ଦୀଣାକୁ ଶିଖିମ ଭ୍ରଷ୍ଟା କରିଥିଲା। 14ତେଣୁ ଭାଇମାନେ ତାକୁ କହିଲେ, “ଆମ୍ଭେମାନେ ତୁମ୍ଭ ସହିତ ଆମ୍ଭର ଭଉଣୀକୁ ବିବାହ ଦେଇ ପାରିବୁ ନାହିଁ। କାରଣ ତୁମ୍ଭେମାନେ ଏପର୍ଯ୍ୟନ୍ତ ସୁନ୍ନତ ହୋଇ ନାହଁ। ଆମ୍ଭ ଭଉଣୀ ସହିତ ବିବାହ କରିବା ବହୁତ ଭୁଲ୍ ହେବ। 15କିନ୍ତୁ ଆମ୍ଭେ ଆମ୍ଭ ଭଉଣୀ ସହିତ ତୁମ୍ଭକୁ ବିବାହ ଦେବୁ ଯଦି ତୁମ୍ଭେ ଓ ତୁମ୍ଭ ସହରର ପ୍ରତ୍ୟେକ ଲୋକ ଆମ୍ଭମାନଙ୍କ ପରି ସୁନ୍ନତ ହେବ। 16ଏହା ପରେ ତୁମ୍ଭର ଲୋକମାନେ ଆମ୍ଭର କନ୍ୟାମାନଙ୍କୁ ବିବାହ କରି ପାରିବେ। ଏବଂ ଆମ୍ଭର ପୁରୁଷମାନେ ତୁମ୍ଭର କନ୍ୟାମାନଙ୍କୁ ବିବାହ କରି ପାରିବେ। ଏହା ପରେ ଆମ୍ଭେମାନେ ଏକା ସଙ୍ଗେ ବାସ କରି ଏକାପରି ହୋଇ ପାରିବା। 17ଯଦି ତୁମ୍ଭେ ସୁନ୍ନତ ହେବା ପାଇଁ ମନା କର ତେବେ ଆମ୍ଭେ ଆମ୍ଭର ଭଉଣୀ ଦୀଣାକୁ ନେଇଯିବୁ।”
18ଏହି ଚୁକ୍ତି ହମୋର ଓ ଶିଖିମକୁ ଖୁସୀ କରାଇଲା। 19ଦୀଣାର ଭାଇମାନଙ୍କର କଥାନୁସାରେ ସୁନ୍ନତ ହେବାକୁ ଖୁସୀରେ ଗ୍ରହଣ କଲେ।
ଶିଖିମ ତାଙ୍କ ବଂଶରେ ବହୁ ସମ୍ମାନୀୟ ବ୍ୟକ୍ତି ଥିଲା। 20ହମୋର ଓ ଶିଖିମ ତାଙ୍କ ସହରର ସଭାସ୍ଥଳକୁ ଗଲେ। ସେମାନେ ସେହି ସହରର ଲୋକମାନଙ୍କୁ କହିଲେ, 21“ଏହି ଲୋକମାନେ ଆମ୍ଭ ସହିତ ବନ୍ଧୁତା କରିବାକୁ ଗ୍ଭହୁଁଛନ୍ତି। ଆମ୍ଭେମାନେ ଆମ୍ଭ ଦେଶରେ ତାଙ୍କୁ ଶାନ୍ତିରେ ବାସ କରିବାକୁ ଦେବା। ଆମ୍ଭମାନଙ୍କ ଓ ସେମାନଙ୍କ ପାଇଁ ଯଥେଷ୍ଟ ଭୂମି ଅଛି। ଆମ୍ଭେମାନେ ତାଙ୍କ କନ୍ୟାମାନଙ୍କୁ ବିବାହ କରି ପାରିବା। ଆମ୍ଭେମାନେ ମଧ୍ୟ ଆମ୍ଭମାନଙ୍କର କନ୍ୟାମାନଙ୍କୁ ତାଙ୍କ ସହିତ ବିବାହ ଦେଇ ପାରିବା। 22ସେମାନେ ଆମ୍ଭମାନଙ୍କୁ ଗ୍ରହଣ କରିବା ପାଇଁ ଏବଂ ଆମ୍ଭମାନଙ୍କ ମଧ୍ୟରେ ବାସ କରିବା ପାଇଁ ଗୋଟିଏ କଥା ଆମ୍ଭ ସମସ୍ତଙ୍କୁ କରିବାକୁ ହେବ। ସେମାନଙ୍କ ପରି ଆମ୍ଭମାନଙ୍କୁ ସୁନ୍ନତ ହେବାକୁ ପଡ଼ିବ। 23ଯଦି ଆମ୍ଭେ ଏପରି କରିବା, ତେବେ ତାଙ୍କର ପଶୁମାନଙ୍କ ଦ୍ୱାରା ଆମ୍ଭେ ଧନୀ ହୋଇ ପାରିବା। ତେଣୁ ଆମ୍ଭେ ସେମାନଙ୍କ ସହିତ ଚୁକ୍ତି କରିବା ଉଚିତ୍। ଏବଂ ସେମାନେ ଏହିଠାରେ ଆମ୍ଭମାନଙ୍କ ସହିତ ବାସ କରିବେ।” 24ସଭାସ୍ଥଳର ସମସ୍ତ ଲୋକ ହମୋର ଓ ଶିଖିମ କଥାରେ ରାଜି ହୋଇଗଲେ। ଏବଂ ଏକା ସମୟରେ ସମସ୍ତେ ସୁନ୍ନତ ହେଲେ।
25ତିନି ଦିନ ପରେ, ସେହି ସ୍ଥାନର ଲୋକମାନେ ସୁନ୍ନତ ଯୋଗୁଁ କଷ୍ଟରେ ଥିଲେ। ଯାକୁବର ଦୁଇପୁତ୍ର ଶିମିୟୋନ ଓ ଲେବୀ, ତାଙ୍କର ଖଡ଼୍ଗ ନେଲେ ଏବଂ ନିର୍ଭୟରେ ସେହି ନଗରର ପ୍ରତ୍ୟେକ ପୁରୁଷମାନଙ୍କୁ ମାରି ଦେଲେ। 26ଦୀଣାର ଭାଇ ଶିମିୟୋନ ଓ ଲେବୀ, ଶିଖିମ ଓ ହମୋରକୁ ହତ୍ୟା କଲେ। ଏହା ପରେ ସେମାନେ ଦୀଣାକୁ ଶିଖିମର ଘରୁ ନେଇଗଲେ। 27ଯାକୁବର ପୁତ୍ରମାନେ ସେହି ନଗରକୁ ଗଲେ, ଯେଉଁଠାରେ ତାଙ୍କ ଭଉଣୀ କଳୁଷିତା ହୋଇଥିଲା, ଏବଂ ପ୍ରତ୍ୟେକ ଦ୍ରବ୍ୟ ହରଣ କଲେ। 28ସେଥିପାଇଁ ତା'ର ଭାଇମାନେ ସେହି ସହରରୁ ଓ କ୍ଷେତ୍ରରୁ ସମସ୍ତ ପଶୁପଲ, ମେଷ, ଛେଳି ଏବଂ ଗଧ ନେଇଗଲେ। 29ସେହି ଲୋକମାନଙ୍କର ଯାହାସବୁ ଥିଲା ସମସ୍ତ ଏମାନେ ନେଇ ଆସିଲେ। ତା'ର ଭାଇମାନେ ଏପରିକି ତାଙ୍କର ସ୍ତ୍ରୀ ଓ ପିଲାମାନଙ୍କୁ ବନ୍ଦୀକରି ନେଇ ଆସିଲେ।
30କିନ୍ତୁ ଯାକୁବ, ଶିମିୟୋନ ଓ ଲେବୀକୁ କହିଲେ, “ତୁମ୍ଭେମାନେ ମୋତେ ବହୁ ଅସୁବିଧାରେ ପକାଇଲଣି। ଏଠାକାର ସମସ୍ତ ଲୋକେ ମୋତେ ଘୃଣା କରିବେ। ସମସ୍ତ କିଣାନୀୟ ସମସ୍ତ ପିରିଜୀୟ ସମସ୍ତ ଲୋକେ ମୋର ବିରୁଦ୍ଧାଚରଣ କରିବେ। ଆମ୍ଭମାନଙ୍କର ବହୁତ କମ୍ ଲୋକ। ଯଦି ଏହି ସ୍ଥାନର ଲୋକମାନେ ଆମ୍ଭ ସହ ଯୁଦ୍ଧ କରିବା ପାଇଁ ଏକତ୍ରିତ ହେବେ, ତେବେ ଆମ୍ଭେ ଧ୍ୱଂସ ପାଇଯିବା। ଏବଂ ଆମ୍ଭର ସମସ୍ତ ଲୋକ ମୋ’ ସହିତ ଶେଷ ହୋଇଯିବେ।”
31କିନ୍ତୁ ଭାଇମାନେ କହିଲେ, “ସେହି ଲୋକମାନେ ଆମ ଭଉଣୀ ପ୍ରତି ଏକ ବେଶ୍ୟା ଭଳି ବ୍ୟବହାର କରି ଠିକ୍ କରି ନାହାନ୍ତି।”
Trenutno izabrano:
ଆଦି ପୁସ୍ତକ 34: OERV
Istaknuto
Podijeli
Kopiraj

Želiš li da tvoje istaknuto bude sačuvano na svim tvojim uređajima? Kreiraj nalog ili se prijavi
Odia Holy Bible: Easy-to-Read Version (OERV)
@ 2004 Bible League International