1
ମାର୍କ 16:15
ପବିତ୍ର ବାଇବଲ (Re-edited) - (BSI)
ପୁଣି, ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭେମାନେ ସମୁଦାୟ ଜଗତକୁ ଯାଇ ସମସ୍ତ ମାନବଜାତି ନିକଟରେ ସୁସମାଚାର ଘୋଷଣା କର।
နှိုင်းယှဉ်
ମାର୍କ 16:15ရှာဖွေလေ့လာလိုက်ပါ။
2
ମାର୍କ 16:17-18
ଆଉ, ବିଶ୍ଵାସୀମାନଙ୍କର ଏହିସବୁ ଚିହ୍ନ ଅନୁବର୍ତ୍ତୀ ହେବ, ସେମାନେ ମୋʼ ନାମରେ ଭୂତ ଛଡ଼ାଇବେ, ନୂତନ ନୂତନ ଭାଷାରେ କଥା କହିବେ, ହସ୍ତରେ ସର୍ପ ଧରିବେ, ପୁଣି ପ୍ରାଣନାଶକ କୌଣସି ପଦାର୍ଥ ପାନ କଲେ ସେମାନଙ୍କର କିଛି କ୍ଷତି ହେବ ନାହିଁ; ସେମାନେ ପୀଡ଼ିତମାନଙ୍କ ଉପରେ ହସ୍ତ ଥୋଇଲେ ସେମାନେ ସୁସ୍ଥ ହେବେ।
ମାର୍କ 16:17-18ရှာဖွေလေ့လာလိုက်ပါ။
3
ମାର୍କ 16:16
ଯେ ବିଶ୍ଵାସ କରି ବାପ୍ତିଜିତ ହୁଏ, ସେ ପରିତ୍ରାଣ ପାଇବ; କିନ୍ତୁ ଯେ ଅବିଶ୍ଵାସ କରେ, ସେ ଦଣ୍ତାଜ୍ଞା ପାଇବ।
ମାର୍କ 16:16ရှာဖွေလေ့လာလိုက်ပါ။
4
ମାର୍କ 16:20
କିନ୍ତୁ ସେମାନେ ପ୍ରସ୍ଥାନ କରି ସର୍ବତ୍ର ପ୍ରଚାର କଲେ, ଆଉ ପ୍ରଭୁ ସେମାନଙ୍କର ସହକର୍ମୀ ହୋଇ ଅନୁବର୍ତ୍ତୀ ଚିହ୍ନଗୁଡ଼ିକ ଦ୍ଵାରା ସେହି ବାକ୍ୟ ପ୍ରମାଣସିଦ୍ଧ କଲେ।
ମାର୍କ 16:20ရှာဖွေလေ့လာလိုက်ပါ။
5
ମାର୍କ 16:6
ସେଥିରେ ସେ ସେମାନଙ୍କୁ କହିଲେ, ବିସ୍ମୟାନ୍ଵିତ ହୁଅ ନାହିଁ; ତୁମ୍ଭେମାନେ କ୍ରୁଶରେ ହତ ନାଜରିତୀୟ ଯୀଶୁଙ୍କର ଅନ୍ଵେଷଣ କରୁଅଛ; ସେ ଉଠିଅଛନ୍ତି, ସେ ଏଠାରେ ନାହାନ୍ତି; ଦେଖ, ଏହି ସ୍ଥାନରେ ସେମାନେ ତାହାଙ୍କୁ ରଖିଥିଲେ।
ମାର୍କ 16:6ရှာဖွေလေ့လာလိုက်ပါ။
6
ମାର୍କ 16:4-5
ଏପରି ସମୟରେ ସେମାନେ ଚାହିଁ ଦେଖିଲେ ଯେ, ପଥର ଗଡ଼ାଇ ଦିଆଯାଇଅଛି। ସେମାନେ ସମାଧି ମଧ୍ୟରେ ପ୍ରବେଶ କରି ଶୁକ୍ଳବସ୍ତ୍ର ପରିହିତ ଜଣେ ଯୁବାଙ୍କୁ ଦକ୍ଷିଣ ପାର୍ଶ୍ଵରେ ବସିଥିବା ଦେଖି ଅତିଶୟ ବିସ୍ମୟାନ୍ଵିତ ହେଲେ।
ମାର୍କ 16:4-5ရှာဖွေလေ့လာလိုက်ပါ။
ပင်မစာမျက်နှာ
သမ္မာကျမ်းစာ
အစီအစဉ်များ
ဗီဒီယိုများ