YouVersion Logo
Search Icon

ଯିଖରିୟ 3

3
ମହାଯାଜକ
1ସଦାପ୍ରଭୁ ସ୍ୱର୍ଗଦୂତ ମହାଯାଜକ ଯିହୋଶୂୟଙ୍କୁ ମୋତେ ଦେଖାଇଲେ। ଯିହୋଶୂୟ ସଦାପ୍ରଭୁଙ୍କ ସ୍ୱର୍ଗଦୂତଙ୍କ ସମ୍ମୁଖରେ ଓ ଶୟତାନ ଯିହୋଶୂୟଙ୍କ ଦକ୍ଷିଣ ପାର୍ଶ୍ୱରେ ଛିଡ଼ା ହୋଇଥିଲେ। ତାଙ୍କୁ ଦୋଷ ଦେବାକୁ ଶୟତାନ ସେଠାରେ ଉପସ୍ଥିତ ଥିଲେ। 2ତା'ପରେ ସଦାପ୍ରଭୁ କହିଲେ, “ସଦାପ୍ରଭୁ ତୁମ୍ଭକୁ ଭର୍ତ୍ସନା କରିବେ, ହେ ଶୟତାନ, ସେ ତୁମ୍ଭକୁ ସମାଲୋଚନା କରି ଗ୍ଭଲିଥିବେ। ସଦାପ୍ରଭୁ ଯିରୁଶାଲମକୁ ତାଙ୍କ ସ୍ୱତନ୍ତ୍ର ନଗରରୂପେ ମନୋନୀତ କରିଛନ୍ତି। ଗୋଟିଏ ଜଳନ୍ତା କାଠଗଣ୍ତି ନିଆଁରୁ ଟାଣି ଆଣିବାପରି, ସେ ସେହି ନଗରକୁ ରକ୍ଷା କରିଥିଲେ।”
3ଯିହୋଶୂୟ ସ୍ୱର୍ଗଦୂତଙ୍କ ସମ୍ମୁଖରେ ଛିଡ଼ା ହୋଇଥିଲେ ଏବଂ ସେ ଏକ ମଇଳା ବସ୍ତ୍ର ପରିଧାନ କରିଥିଲେ। 4ତା'ପରେ ସେହି ସ୍ୱର୍ଗଦୂତ ତାଙ୍କ ନିକଟରେ ଛିଡ଼ା ହୋଇଥିବା ଅନ୍ୟ ସ୍ୱର୍ଗଦୂତକୁ କହିଲେ, “ଯିହୋଶୂୟଙ୍କ ଶରୀରରୁ ସେହି ମଇଳା ବସ୍ତ୍ର ଗୁଡ଼ିକୁ କାଢ଼ିନିଅ।” ତା'ପରେ ସ୍ୱର୍ଗଦୂତ ଯିହୋଶୂୟଙ୍କୁ କହିଲେ, “ବର୍ତ୍ତମାନ, ମୁଁ ତୁମ୍ଭର ଅପରାଧ କାଢ଼ିନେଇଛି ଏବଂ ମୁଁ ତୁମ୍ଭକୁ ନୂଆ ମୂଲ୍ୟବାନ ବସ୍ତ୍ରରେ ଆଚ୍ଛାଦିତ କରୁଛି।”
5ତା'ପରେ ମୁଁ କହିଲି, “ତା'ର ମସ୍ତକରେ ଏକ ନିର୍ମଳ ପଗଡ଼ି ବାନ୍ଧି ଦିଅନ୍ତୁ।” ତେଣୁ ସେମାନେ ତାଙ୍କର ମସ୍ତକରେ ନିର୍ମଳ ପଗଡ଼ି ବାନ୍ଧି ଦେଲେ। ସେମାନେ ତାଙ୍କୁ ପୁଣି ବସ୍ତ୍ର ପିନ୍ଧାଇଲା ବେଳେ ସଦାପ୍ରଭୁଙ୍କର ଦୂତ ପାଖରେ ଠିଆ ହୋଇଥିଲେ। 6ତା'ପରେ ସଦାପ୍ରଭୁଙ୍କ ଦୂତ ଯିହୋଶୂୟଙ୍କୁ ଏହା କହି ସତର୍କ କରାଇଲେ:
7ସର୍ବଶକ୍ତିମାନ ସଦାପ୍ରଭୁ କହନ୍ତି,
“ଆମ୍ଭେ ଯେପରି ନିର୍ଦ୍ଦେଶ ଦେଉ
ତୁମ୍ଭେ ସେପରି ପରିଗ୍ଭଳିତ ହୁଅ ଏବଂ ଯତ୍ନ ସହକାରେ କର ଯାହା ଆମ୍ଭେ ଗ୍ଭହୁଁ।
ତେବେ ତୁମ୍ଭେ ଆମ୍ଭର ଗୃହରେ ବିଗ୍ଭର କରିବ
ଏବଂ ଆମ୍ଭର ମନ୍ଦିର ଅଗଣାର ରକ୍ଷକ ହେବ।
ଆମ୍ଭେ ତୁମ୍ଭକୁ ପ୍ରବେଶ କରାଇବା ସେହିମାନଙ୍କ ମଧ୍ୟରେ,
ଯେଉଁମାନେ କି ଏଠାରେ ଛିଡ଼ା ହେଉଛନ୍ତି।
8ହେ! ମହାଯାଜକ ଯିହୋଶୂୟ ଓ ତୁମ୍ଭ ସମ୍ମୁଖରେ ବସିଥିବା ସହ ଯାଜକ ଆମ୍ଭ କଥା ଶୁଣ।
ଯେତେବେଳେ ଆମ୍ଭେ ଆପଣା ସ୍ୱତନ୍ତ୍ର ଅନୁଚର ଆଣିବା
ସେତେବେଳେ ଏହି ଲୋକମାନେ ଯିଏ କି କ’ଣ ଘଟିବ ବୋଲି ଦେଖାଇବେ ଉଦାହରଣ ହେବେ।
ଯେଉଁ ଅନୁଚରକୁ ଆମ୍ଭେ ଆଣିବା ତାଙ୍କୁ ଶାଖା କୁହାଯିବ।
9ଯିହୋଶୂୟଙ୍କ ସମ୍ମୁଖରେ ଆମ୍ଭେ ଯେଉଁ ସ୍ୱତନ୍ତ୍ର ପ୍ରସ୍ତର ସ୍ଥାପନ କରୁଅଛୁ ତାକୁ ଦେଖ।
ସେହି ପ୍ରସ୍ତରରେ ସାତୋଟି ଚକ୍ଷୁ ଅଛି।
ସେହି ସ୍ୱତନ୍ତ୍ର ପ୍ରସ୍ତର ଉପରେ ଆମ୍ଭେ ବାର୍ତ୍ତା ଖୋଦନ କରିବା।
ସଦାପ୍ରଭୁ କୁହନ୍ତି ଆମ୍ଭେ ସେ ଦେଶରୁ ଅଧର୍ମ ଦୂର କରିବା, ଏହା ସେ ପ୍ରସ୍ତର ଦିନେ ଦେଖାଇବ।”
10ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି,
“ସେତେବେଳେ ଲୋକମାନେ ଏକତ୍ର ବସିବେ
ଓ ସେମାନଙ୍କର ବନ୍ଧୁ ଓ ପଡ଼ୋଶୀଙ୍କ ସହିତ ଆଳାପ କରିବେ।
ସେମାନେ ଡିମ୍ବିରି ବୃକ୍ଷତଳେ
ଓ ଦ୍ରାକ୍ଷାଲତା ତଳେ ବସିବାକୁ ପରସ୍ପରକୁ ନିମନ୍ତ୍ରଣ କରିବେ।”

Currently Selected:

ଯିଖରିୟ 3: OERV

Highlight

Share

Copy

None

Want to have your highlights saved across all your devices? Sign up or sign in