YouVersion Logo
Search Icon

ଆଦି ପୁସ୍ତକ 47

47
ଇସ୍ରାଏଲ ଗୋଶନରେ ବସତି ସ୍ଥାପନ କଲେ
1ଯୋଷେଫ ଫାରୋଙ୍କ ନିକଟକୁ ଯାଇ କହିଲେ, “ମୋର ପିତା ଓ ଭାଇମାନେ ସେମାନଙ୍କର ସମସ୍ତ ପରିବାର ଏବେ କିଣାନ ଦେଶରୁ ଆସିଛନ୍ତି। ସେମାନଙ୍କର ସର୍ବଶ୍ୱ ଓ ପଶୁପଲ ସହ ସେମାନେ ଏହିଠାରେ ଅଛନ୍ତି। ସେମାନେ ବର୍ତ୍ତମାନ ଗୋଶନ ପ୍ରଦେଶରେ ଅଛନ୍ତି।” 2ଯୋଷେଫ ତାଙ୍କର ଭାଇମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କୁ ନେଇ ଫାରୋଙ୍କ ସହିତ ସାକ୍ଷାତ କରାଇଲେ।
3ଫାରୋ ତାଙ୍କର ଭାଇମାନଙ୍କୁ ପଗ୍ଭରିଲେ, “ତୁମ୍ଭେ କି କାର୍ଯ୍ୟ କରୁଅଛ?”
ଭାଇମାନେ ଫାରୋଙ୍କୁ ଉତ୍ତର ଦେଲେ, “ହେ ଆମ୍ଭର ମହାଶୟ, ଆମ୍ଭେମାନେ ମେଷପାଳକ ଅଟୁ, ଆମ୍ଭର ପୂର୍ବପୁରୁଷମାନେ ପୂର୍ବରୁ ମେଷପାଳକ ଥିଲେ।” 4ସେମାନେ ଫାରୋଙ୍କୁ କହିଲେ, “କିଣାନର ଦୁର୍ଭିକ୍ଷ ବହୁତ ଖରାପ ଅଛି। ଆମ୍ଭମାନଙ୍କର ପଶୁମାନଙ୍କ ପାଇଁ ସେଠାରେ କୌଣସି ଭୂମିରେ ଘାସ କଅଁଳୁ ନାହିଁ। ତେଣୁ ଆମ୍ଭେମାନେ ଏହିଠାକୁ ବାସ କରିବାକୁ ଆସିଅଛୁ। ଆମ୍ଭେ ଦୟାକରି ଗୋଶନ ଦେଶରେ ରହି ପାରିବୁ କି?”
5ଏହା ପରେ ଫାରୋ ଯୋଷେଫଙ୍କୁ କହିଲେ, “ତୁମ୍ଭର ପିତା ଓ ତୁମ୍ଭର ଭାଇମାନେ ତୁମ୍ଭ ନିକଟକୁ ଆସି ଅଛନ୍ତି। 6ତୁମ୍ଭେ ସେମାନଙ୍କୁ ମିଶରର ଯେକୌଣସି ସ୍ଥାନରେ ଆମ୍ଭମାନଙ୍କର ଭୂମିର ଅଂଶରୁ ନିଜର ରୁଚି ଅନୁସାରେ ଦେଇ ପାର। ମିଶରର ସବୁଠାରୁ ଭଲ ଭୂମି ତୁମ୍ଭର ପିତା ଓ ତୁମ୍ଭର ଭାଇମାନଙ୍କୁ ଦିଅ। ସେମାନେ ଗୋଶନ ଦେଶରେ ରୁହନ୍ତୁ। ରହିବା ପାଇଁ ସେମାନଙ୍କୁ ଗୋଶନ ପ୍ରଦେଶ ଦିଅ। ଏବଂ ସେମାନେ ଯଦି ପାରଙ୍ଗମ ତେବେ ସେମାନଙ୍କୁ ମୋର ପଶୁପଲଗୁଡ଼ିର ଅଧ୍ୟକ୍ଷ ଭାବରେ ନିଯୁକ୍ତ କର।”
7ଏହା ପରେ ଯୋଷେଫ ତାଙ୍କର ପିତା ଯାକୁବଙ୍କୁ ଫାରୋଙ୍କ ସହିତ ସାକ୍ଷାତ କରାଇଲେ। ଯାକୁବ ଫାରୋଙ୍କୁ ଆଶୀର୍ବାଦ କଲେ।
8ଏବଂ ଫାରୋ ତାଙ୍କୁ ପଗ୍ଭରିଲେ, “ତୁମ୍ଭର ବୟସ କେତେ?”
9ଯାକୁବ ଫାରୋଙ୍କୁ କହିଲେ, “ମୋର ପ୍ରବାସ କାଳର ଦିନ 130 ବର୍ଷ, ମୋର ପରମାୟୁର ଦିନ ଅଳ୍ପ ଓ ଆପଦଜନକ। ପୁଣି ମୋରହ ପୂର୍ବପୁରୁଷମାନଙ୍କର ପ୍ରବାସ କାଳୀନ ଆୟୁର ଦିନ ତୁଲ୍ୟ ନୁହେଁ।”
10ଏହା ପରେ ଯାକୁବ ଫାରୋଙ୍କୁ ଆଶୀର୍ବାଦ କଲେ। ତାଙ୍କ ଛାମୁରୁ ବିଦାୟ ନେଲେ।
11ଫାରୋ ଯେପରି ଆଜ୍ଞା ଦେଲେ ଯୋଷେଫ ସେହିପରି କଲେ ଓ ଭାଇମାନଙ୍କୁ ଭୂମି ଦେଲେ। ସେହି ଭୂମି ମିଶରରେ ସବୁଠାରୁ ଉତ୍ତମ ଭୂମି ଥିଲା। ରାମିଷେଷ୍ ଅଞ୍ଚଳ ତାଙ୍କ ଅଧିକାରରେ ଦେଲେ। 12ଯୋଷେଫ ତାଙ୍କର ପିତା, ଭାଇମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ଆବଶ୍ୟକ ପରିମାଣରେ ଖାଦ୍ୟ ଦେଲେ।
ଯୋଷେଫ ଫାରୋଙ୍କ ପାଇଁ ଜମି କିଣିଲେ
13ସେହି ସମୟରେ ଅତିଶୟ ଦୁର୍ଭିକ୍ଷ ହେବାରୁ ସର୍ବଦେଶରେ ଖାଦ୍ୟଦ୍ରବ୍ୟର ଅଭାବ ହେଲା। ତହିଁରେ ମିଶର ଦେଶୀୟ ଓ କିଣାନ ଦେଶୀୟ ଲୋକମାନେ ଦୁର୍ଭିକ୍ଷ ହେତୁ ପ୍ରାୟ ମୂର୍ଚ୍ଛାଗତ ହେବାକୁ ଲାଗିଲେ। 14ଆଉ ମିଶର ଦେଶରେ ଓ କିଣାନ ଦେଶରେ ଯେତେ ରୂପା ଥିଲା। ଲୋକମାନେ ତାହା ଦେଇ ଶସ୍ୟ କିଣିବାରୁ ଯୋଷେଫ ସେ ସବୁ ରୂପା ସଂଗ୍ରହ କରି ଫାରୋଙ୍କର ଗୃହକୁ ଆଣିଲେ। 15ଏହା ପରେ ମିଶର ଦେଶରେ ଓ କିଣାନ ଦେଶରେ ରୂପାର ଅଭାବ ହୁଅନ୍ତେ ମିସ୍ରୀୟ ଲୋକ ସମସ୍ତେ ଯୋଷେଫଙ୍କ ନିକଟକୁ ଆସିଲେ ଏବଂ କହିଲେ, “ଆମ୍ଭମାନଙ୍କୁ ଖାଦ୍ୟ ସାମଗ୍ରୀ ଦିଅନ୍ତୁ। ଆମ୍ଭେ କାହିଁକି ତୁମ୍ଭ ସମ୍ମୁଖରେ ମରିବୁ। କାରଣ ଆମ୍ଭର ଆଉ ଅଧିକ ରୂପା ନାହିଁ।”
16କିନ୍ତୁ ଯୋଷେଫ ଉତ୍ତର ଦେଲେ, “ତୁମ୍ଭର ପଇସା ସବୁ ଶେଷ ହେବାରୁ ତୁମ୍ଭର ପଶୁମାନଙ୍କୁ ମୋତେ ଦିଅ ଓ ମୁଁ ତୁମ୍ଭମାନଙ୍କୁ ଖାଦ୍ୟ ଦେବି।” 17ତେଣୁ ଲୋକମାନେ ତାଙ୍କର ଜୀବନ୍ତ ପଶୁସବୁ ଯୋଷେଫଙ୍କ ନିକଟକୁ ଆଣିଲେ। ସେମାନଙ୍କୁ ଅଶ୍ୱ, ମେଷ, ଛେଳି ପଶୁପଲ ଏବଂ ଗଧ ବଦଳରେ ଖାଦ୍ୟ ଦ୍ରବ୍ୟ ଦେଲେ। ସେ ବର୍ଷ ଯୋଷେଫ ସେମାନଙ୍କର ଖାଦ୍ୟ ବଦଳରେ ସମସ୍ତ ଜୀବନ୍ତ ପଶୁ ନେଲେ।
18କିନ୍ତୁ ତା'ପର ବର୍ଷ, ସେମାନଙ୍କୁ ପଶୁ ଦେଇ ଖାଦ୍ୟ ସଂଗ୍ରହ କରିବା ପାଇଁ, ଲୋକମାନଙ୍କ ନିକଟରେ ଆଉ ପଶୁ ନ ଥିଲା। ତେଣୁ ଲୋକମାନେ ଯୋଷେଫଙ୍କ ନିକଟକୁ ଯାଇ କହିଲେ, “ଆପଣ ଜାଣନ୍ତି ଯେ ଆମ୍ଭ ନିକଟରେ ଆଉ ରୂପା ନାହିଁ। ଏବଂ ଆମ୍ଭମାନଙ୍କର ସମସ୍ତ ପଶୁ ସମ୍ପଦ ମଧ୍ୟ ମହାଶୟଙ୍କର ହୋଇଅଛି। ଏବେ ମହାଶୟଙ୍କ ସାକ୍ଷାତରେ ଆମ୍ଭମାନଙ୍କର ଦେହ ଓ ଭୂମି ବିନା ଆଉ କିଛି ଆମ୍ଭ ନିକଟରେ ନାହିଁ। 19ନିଶ୍ଚିତରେ ଆମ୍ଭେମାନେ ଆପଣଙ୍କ ସମ୍ମୁଖରେ ମରିବୁ। କିନ୍ତୁ ଯଦି ଆପଣ ଆମ୍ଭକୁ ଖାଦ୍ୟ ଦିଅନ୍ତି ତେବେ ଆମ୍ଭେ ଆମ୍ଭର ଭୂମି ଫାରୋଙ୍କୁ ଦେବୁ। ଏବଂ ଆମ୍ଭେ ତାଙ୍କର ଦାସ ହେବୁ। ଆମ୍ଭକୁ କିଛି ବିହନ ମଧ୍ୟ ଦିଅନ୍ତୁ। ଆମ୍ଭେ ଗଛ କରି ପାରିବୁ। ଏଥିରେ ଆମ୍ଭେ ନ ମରି ବଞ୍ଚିବୁ। ଏବଂ ଭୂମି ମଧ୍ୟ ଆମ୍ଭମାନଙ୍କ ପାଇଁ ଖାଦ୍ୟ ଯୋଗାଇବ।”
20ତେଣୁ ଯୋଷେଫ ଫାରୋଙ୍କ ନିମନ୍ତେ ମିଶର ଦେଶର ସମସ୍ତ ଭୂମି କ୍ରୟ କଲେ। ମିଶରରେ ସମସ୍ତ ଲୋକ ସେମାନଙ୍କର ଭୂମି ସବୁ ବିକ୍ରୟ କଲେ। ସେମାନେ ଭୋକରେ ଥିବାରୁ ଏହିପରି କଲେ। 21ଏବଂ ଏହିପରି ଭାବରେ ସମସ୍ତ ଲୋକ ଫାରୋଙ୍କର ଦାସ ହେଲେ। ମିଶରରେ ଗ୍ଭରିଆଡ଼େ ଲୋକମାନେ ଫାରୋଙ୍କର ଦାସ ହେଲେ। 22ସେ କେବଳ ଯାଜକମାନଙ୍କର ଭୂମି କ୍ରୟ କଲେ ନାହିଁ। କାରଣ ଫାରୋ ସେମାନଙ୍କୁ ବୃତ୍ତି ଯୋଗାଇଲେ। ଏଣୁ ଫାରୋଙ୍କର ଦ୍ୱାରା ଦିଆ ଯାଇଥିବା ବୃତ୍ତିରେ ସେମାନେ ବଞ୍ଚୁଥିଲେ। ସେମାନେ ଆପଣା ଭୂମି ବିକ୍ରୟ କଲେ ନାହିଁ।
23ଏହା ପରେ ଯୋଷେଫ ପ୍ରଜାମାନଙ୍କୁ କହିଲେ, “ଆଜି ପର୍ଯ୍ୟନ୍ତ ମୁଁ ଫାରୋଙ୍କ ନିମନ୍ତେ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କ ଭୂମି ସବୁ କିଣିଲି। ଏବେ ଏହି ବିହନ ନେଇ ଭୂମିରେ ବୁଣ। 24ତହିଁରୁ ଯାହା ଉତ୍ପନ୍ନ ହେବ। ତାହାର ପଞ୍ଚମାଂଶ ଫାରୋଙ୍କୁ ଦେବ। ପୁଣି ଅନ୍ୟ ଗ୍ଭରିଅଂଶ ଭୂମିର ବିହନପାଇଁ ଓ ତୁମ୍ଭେ ତୁମ୍ଭର ପରିଜନ ଏବଂ ତୁମ୍ଭର ପିଲାମାନଙ୍କ ପାଇଁ ଖାଦ୍ୟ ରହିବ।”
25ଲୋକମାନେ କହିଲେ, “ଆପଣ ଆମ୍ଭମାନଙ୍କ ପ୍ରାଣ ରକ୍ଷା କଲେ। ଆପଣଙ୍କ କୃପା ଦୃଷ୍ଟି ହେଲେ ଆମ୍ଭେମାନେ ଫାରୋଙ୍କର ଦାସ ହେବୁ।”
26ପଞ୍ଚମାଂଶ ଫାରୋ ପାଇବେ। ମିଶରର ସମସ୍ତ ଭୂମି ବିଷୟରେ ଯୋଷେଫଙ୍କର ସ୍ଥାପିତ ଏହି ନିୟମ ଆଜି ପର୍ଯ୍ୟନ୍ତ ଚଳୁଅଛି। କେବଳ ଯାଜକମାନଙ୍କର ଭୂମି ଫାରୋଙ୍କର ହେଲା ନାହିଁ।
ମୋର ଶବକୁ ମିଶରରେ କବର ଦେବ ନାହିଁ
27ସେ ସମୟରେ ଇସ୍ରାଏଲ (ଯାକୁବ) ମିଶରରେ ଗୋଶନ ପ୍ରଦେଶରେ ବାସ କଲେ। ସେଠାରେ ଇସ୍ରାଏଲମାନେ ସଫଲ ହେଲେ ଏବଂ ସେମାନଙ୍କର ପରିବାରସବୁ ବୃଦ୍ଧି ପାଇଲା।
28ଯାକୁବ ମିଶର ଦେଶରେ ସତର ବର୍ଷ କାଳ କ୍ଷେପଣ କଲେ ଏବଂ ତାଙ୍କର ପରମାୟୁ 147 ବର୍ଷ ଥିଲା। 29ଇସ୍ରାଏଲଙ୍କର ମରଣ ଦିନ ପାଖେଇ ଆସିବାରୁ ସେ ଆପଣା ପୁତ୍ର ଯୋଷେଫଙ୍କୁ ଡାକି କହିଲେ, “ମୁଁ ଯେବେ ତୁମ୍ଭ ସାକ୍ଷାତରେ ଅନୁଗ୍ରହ ପାଇଲି, ତେବେ ବିନୟ କରୁଅଛି, ତୁମ୍ଭେ ମୋ’ ଜଙ୍ଘରେ ହସ୍ତ ଦିଅ। ପୁଣି ମୋ’ ପ୍ରତି ଦୟା ଓ ସତ୍ୟ ବ୍ୟବହାର କରି ମୋତେ ଏହି ମିଶର ଦେଶରେ କବର ଦିଅ ନାହିଁ। 30ମୁଁ ମୋର ପୂର୍ବପୁରୁଷମାନଙ୍କ ସହିତ ଶୟନ କଲେ ତୁମ୍ଭେ ମୋତେ ଏହି ମିଶର ଦେଶରୁ ନେଇଯାଇ ସେମାନଙ୍କର କବର ସ୍ଥାନରେ କବରଶାୟୀ କରାଅ।”
ଯୋଷେଫ କହିଲେ, “ମୁଁ ପ୍ରତିଜ୍ଞା କରୁଅଛି ତୁମ୍ଭର ଇଚ୍ଛାନୁସାରେ କରିବି।”
31ଏହା ପରେ ଯାକୁବ କହିଲେ, “ତୁମ୍ଭେ ଶପଥ କର।” ଏବଂ ଯୋଷେଫ ତାଙ୍କ ସମ୍ମୁଖରେ ଶପଥ କଲେ। ଏହା ପରେ ଇସ୍ରାଏଲ ଶଯ୍ୟାର ମୁଣ୍ଡ ଆଡ଼େ ପ୍ରଣାମ କଲେ।

Highlight

Share

Copy

None

Want to have your highlights saved across all your devices? Sign up or sign in