YouVersion Logo
Search Icon

ମାର୍କ 7

7
ପରମେଶ୍ୱରଙ୍କ ବ୍ୟବସ୍ଥା ଓ ମନୁଷ୍ୟକୃତ ନିୟମ
(ମାଥିଉ 15:1-20)
1କେତେକ ଫାରୂଶୀ ଓ କେତେକ ଧର୍ମଶାସ୍ତ୍ରୀ ଯିରୁଶାଲମରୁ ଆସି ଯୀଶୁଙ୍କ ଗ୍ଭରିପଟେ ରୁଣ୍ତ ହୋଇଗଲେ। 2ସେମାନେ ଯୀଶୁଙ୍କର କେତେକ ଶିଷ୍ୟଙ୍କୁ ଅପବିତ୍ର ହାତରେ ଅର୍ଥାତ୍ ନିର୍ଦ୍ଧାରିତ ପଦ୍ଧତିରେ ହାତ ନ ଧୋଇ ଖାଉଥିବାର ଦେଖିଲେ। 3ଫାରୂଶୀ ଓ ସମସ୍ତ ଯିହୂଦୀମାନେ ନିର୍ଦ୍ଧାରିତ ପଦ୍ଧତିରେ ହାତ ନ ଧୋଇ କେବେ ହେଲେ ଖାଉ ନ ଥିଲେ। ସେମାନେ ତାହାଙ୍କର ମହାନ ପୂର୍ବ ପୁରୁଷଙ୍କ ଦ୍ୱାରା ପ୍ରଚଳିତ ପରମ୍ପରା ପାଳନ କରିବା ପାଇଁ ଏହା କରୁଥିଲେ। 4ଏପରିକି ବଜାରରୁ ଅଣାଯାଉଥିବା ଖାଦ୍ୟ ପଦାର୍ଥକୁ ସେମାନେ ନିର୍ଦ୍ଧାରିତ ପଦ୍ଧତିରେ ନ ଧୋଇ ଖାଆନ୍ତି ନାହିଁ। ଗିନା, କଳସ, ତମ୍ବାପାତ୍ର ଆଦି ମାଜିବା ଧୋଇବା ଭଳି ଅନେକ ପରମ୍ପରା ସେମାନେ ପାଳନ କରନ୍ତି।
5ତେଣୁ ଫାରୂଶୀ ଓ ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କୁ ପଗ୍ଭରିଲେ, “ତୁମ୍ଭର ଶିଷ୍ୟମାନେ ପୂର୍ବ ପୁରୁଷରୁ ପ୍ରଚଳିତ ପରମ୍ପରାଗୁଡ଼ିକୁ କାହିଁକି ପାଳୁ ନାହାନ୍ତି? ସେମାନେ ଅପବିତ୍ର ହାତରେ ଖାଆନ୍ତି, ସେମାନେ ଏଭଳି କାହିଁକି କରନ୍ତି?”
6ଯୀଶୁ କହିଲେ, “ତୁମ୍ଭଭଳି କପଟୀମାନଙ୍କ ସମ୍ବନ୍ଧରେ ଯିଶାଇୟ ଯାହା ଭବିଷ୍ୟ‌ଦ୍‌ବାଣୀ କରିଥିଲେ ତାହା ଯଥାର୍ଥ, ଯିଶାଇୟ ଲେଖିଥିଲେ,
‘ଏ ଲୋକମାନେ କେବଳ ମୁଖରେ ମୋର ସମ୍ମାନ କରନ୍ତି,
କିନ୍ତୁ ସେମାନଙ୍କ ମନ ମୋ'ଠାରୁ ବହୁ ଦୂରରେ।
7ସେମାନଙ୍କର ମୋ’ ପାଇଁ ଉପାସନା ନିରର୍ଥକ,
କାରଣ ସେମାନେ ଲୋକଙ୍କୁ ତାହାଙ୍କ ସିଦ୍ଧାନ୍ତ ଭାବରେ ମନୁଷ୍ୟକୃତ ନିୟମ ମାନିବାକୁ ଉପଦେଶ ଦିଅନ୍ତି।’#ଯିଶାଇୟ 29:13
8ତୁମ୍ଭେମାନେ ପରମେଶ୍ୱରଙ୍କ ଆଦେଶ ତ୍ୟାଗ କରିଛ। ଏବେ ତୁମ୍ଭେମାନେ ମନୁଷ୍ୟକୃତ ପରମ୍ପରାକୁ ଧରି ବସିଛ।”
9ଯୀଶୁ ପୁଣି ସେମାନଙ୍କୁ କହିଲେ, “ନିଜ ପରମ୍ପରା ପାଳନ କରିବା ପାଇଁ ତୁମ୍ଭେମାନେ ପରମେଶ୍ୱରଙ୍କ ଆଦେଶ ତ୍ୟାଗ କରି ଦେଇ ନିଜକୁ ଚତୁର ବୋଲି ଭାବୁଛ। 10ମୋଶା କହିଥିଲେ, ‘ତୁମ୍ଭେ ତୁମ୍ଭ ବାପା-ମାଙ୍କୁ ସମ୍ମାନ କର’।#ଯାତ୍ରା ପୁସ୍ତକ 20:12; ଦ୍ୱିତୀୟ ବିବରଣ 5:16 ସେ ମଧ୍ୟ କହିଥିଲେ, ‘ଯେଉଁ ଲୋକ ନିଜ ବାପା-ମାଙ୍କୁ ଖରାପ କଥା କହେ, ତାକୁ ମାରି ଦିଆଯିବା ଉଚିତ୍’।#ଯାତ୍ରା ପୁସ୍ତକ 21:17 11କିନ୍ତୁ ତୁମ୍ଭେମାନେ ଉପଦେଶ ଦେଉଛ ଯେ, ଜଣେ ଲୋକ ତା'ର ବାପାମାଙ୍କୁ କହି ପାରିବ, ‘ମୋର ଯେଉଁ ପଦାର୍ଥଟିରେ ତୁମ୍ଭର ଲାଭ ହୋଇ ପାରିଥା’ନ୍ତା, ସେହି ପଦାର୍ଥ ମୁଁ ତୁମ୍ଭ ପାଇଁ ବ୍ୟବହାର କରି ପାରିବି ନାହିଁ, କାରଣ ତାହା ମୁଁ ପରମେଶ୍ୱରଙ୍କୁ ସମର୍ପଣ କରିବି।’ 12ଏହିଭଳି ସେହି ଲୋକକୁ ତା'ର ବାପାମାଙ୍କ ପାଇଁ କିଛି କରିବା ପାଇଁ ତୁମ୍ଭେମାନେ ଅନୁମତି ଦେଉ ନାହଁ। 13ନିଜ ନିୟମ ପାଳିବା ଅଧିକ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରି ତୁମ୍ଭେମାନେ ଲୋକମାନଙ୍କୁ ତାହା ପାଳିବାକୁ ଉପଦେଶ ଦେଉଛ। ତୁମ୍ଭେମାନେ ପରମେଶ୍ୱରଙ୍କ ଆଦେଶ ପାଳିବା ମହତ୍ତ୍ୱପୂର୍ଣ୍ଣ ନୁହେଁ ବୋଲି ଉପଦେଶ ଦେଇ ତାହା ଏଡ଼େଇ ଦେଉଛ। ଏହିଭଳି ଅନେକ କାମ ତୁମ୍ଭେମାନେ କରୁଛ।”
14ଯୀଶୁ ଲୋକମାନଙ୍କୁ ପୁଣି ପାଖକୁ ଡାକିଲେ। ସେ କହିଲେ ପ୍ରତ୍ୟେକ ଲୋକ ମୋର କଥା ଶୁଣ ଓ ବୁଝ। 15ଏଭଳି କୌଣସି ବସ୍ତୁ ନାହିଁ, ଯାହା ବାହାରୁ ମନୁଷ୍ୟ ଭିତରକୁ ପ୍ରବେଶ କରି ତାକୁ ଅଶୁଦ୍ଧ କରି ପକାଇବ। ବରଂ ଯେଉଁ ବସ୍ତୁ ମନୁଷ୍ୟର ଭିତରୁ ବାହାରି ଥାଏ, ତାହା ହିଁ ତାକୁ ଅଶୁଦ୍ଧ କରିପାରେ।’’ 16#7:16 କେତେକ ‌ଗ୍ରୀକ୍ ମୂଳ ଭାଷାରେ ପଦ 16 ଯୋଗ କରାଯାଇଅଛି। “ତୁମ୍ଭେମାନେ, ଯେଉଁମାନେ ଶୁଣୁଛ, ଶୁଣ।”
17ତା'ପରେ ଯୀଶୁ ଲୋକମାନଙ୍କୁ ଛାଡ଼ି ଘର ଭିତରକୁ ଗଲେ। ଶିଷ୍ୟମାନେ ତାହାଙ୍କୁ ଏ ଦୃଷ୍ଟାନ୍ତ କଥା ବିଷୟରେ ପଗ୍ଭରିଲେ। 18ଯୀଶୁ କହିଲେ, “ତୁମ୍ଭେମାନେ ମଧ୍ୟ, ଅନ୍ୟମାନଙ୍କ ଭଳି କ’ଣ ବୁଝି ପାରିଲ ନାହିଁ? ତୁମ୍ଭେମାନେ କ’ଣ ବୁଝି ପାରୁ ନ ଯେ, ଲୋକର ଭିତରକୁ ବାହାରୁ କୌଣସି ବସ୍ତୁ ଗଲେ ତାହା ସେହି ଲୋକକୁ ଦୂଷିତ କରିପାରେ ନାହିଁ। 19କାରଣ ଖାଦ୍ୟ ତା'ର ହୃଦୟକୁ ନ ଯାଇ ପେଟ ଭିତରକୁ ଯାଏ ଓ ପୁଣି ମଳ ଆକାରରେ ବାହାରକୁ ବାହାରି ଯାଏ।” ଏହା କହି ଯୀଶୁ ସମସ୍ତ ଖାଦ୍ୟ-ପଦାର୍ଥ ଯେ ଶୁଦ୍ଧ ଅଟେ, ଏହା ପ୍ରମାଣିତ କଲେ।
20ସେ ପୁଣି କହିଲେ, “ମନୁଷ୍ୟର ଭିତରୁ ଯାହା ବାହାରକୁ ଆସେ, ତାହା ତାହାକୁ ଅଶୁଦ୍ଧ କରିଥାଏ। 21ମନୁଷ୍ୟ ଭିତରେ, ତା'ର ମନରେ, ଏହିସବୁ ଖରାପ ଜିନିଷ ଜନ୍ମ ଦିଏ, ମନ୍ଦ ବିଗ୍ଭର, ଯୌନଗତ ପାପ, ଗ୍ଭେରି, ହତ୍ୟା। 22ବ୍ୟଭିଗ୍ଭର, ଲାଳସା ବା ଲୋଭ, ଦୁଷ୍ଟାତ୍ମା, ମନ୍ଦକାମ କରିବା, ପ୍ରବଞ୍ଚନା, ଈର୍ଷା, ଚୁଗୁଲି, ଅହଙ୍କାର ଏବଂ ମୂର୍ଖତା। 23ଏହିସବୁ ଖରାପ ଜିନିଷ ମନୁଷ୍ୟର ଭିତରୁ ବାହାରକୁ ଆସିଥାଏ। ଏଗୁଡ଼ିକ ମନୁଷ୍ୟକୁ ଅଶୁଦ୍ଧ କରିପକାଏ।”
ଯୀଶୁ ଜଣେ ଅଣଯିହୂଦୀ ସ୍ତ୍ରୀଲୋକକୁ ସାହାଯ୍ୟ କଲେ
(ମାଥିଉ 15:21-28)
24ଯୀଶୁ ସେ ସ୍ଥାନ ଛାଡ଼ି ସୋରର ଆଖ ପାଖ ଅଞ୍ଚଳକୁ ଗଲେ। ସେଠାରେ ଯୀଶୁ ଗୋଟିଏ ଘର ଭିତରକୁ ଗଲେ। ସେ ଗ୍ଭହୁଁ ନ ଥିଲେ ଯେ, କୌଣସି ଲୋକ ତାହାଙ୍କର ଆସିଥିବା ଖବର ଜାଣନ୍ତୁ। କିନ୍ତୁ ସେ ସେଠାରେ ଲୁଚି ରହି ପାରିଲେ ନାହିଁ। 25ଜଣେ ସ୍ତ୍ରୀଲୋକ ଯୀଶୁ ଆସିଥିବା ଖବର ଶୁଣି ପାରିଲା। ତା'ର ଝିଅ ଦେହରେ ଦୁଷ୍ଟାତ୍ମା ପ୍ରବେଶ କରି ରହିଥିଲା। ତେଣୁ ସେ ସଙ୍ଗେ ସଙ୍ଗେ ଯୀଶୁଙ୍କ ପାଖକୁ ଆସି ତାହାଙ୍କ ପାଦ ତଳେ ପଡ଼ିଗଲା। 26ସେ ସ୍ତ୍ରୀ ଲୋକଟି ଗ୍ରୀକ୍ ଥିଲା। ସେ ସୁର ଫୈନୀକୀୟାଠାରେ ଜନ୍ମ ହୋଇଥିଲା। ସେ ତା’ ଝିଅଠାରୁ ଭୂତକୁ ବାହାର କରି ଦେବା ପାଇଁ ଯୀଶୁଙ୍କୁ ପ୍ରାର୍ଥନା କଲା।
27ଯୀଶୁ ତାହାକୁ କହିଲେ, “ପ୍ରଥମେ ପିଲାମାନଙ୍କୁ ତୃପ୍ତ ହେବାକୁ ଦିଅ, କାରଣ ପିଲାମାନଙ୍କର ରୋଟୀ ନେଇ ଯାଇ କୁକୁରମାନଙ୍କ ଆଗରେ ଫିଙ୍ଗି ଦେବା ଠିକ୍ ନୁହେଁ।”
28ସେ ସ୍ତ୍ରୀ ଲୋକଟି ଉତ୍ତର ଦେଲୋ, “ହେ ପ୍ରଭୁ, ତାହା ସତ୍ୟ, କିନ୍ତୁ ପିଲାମାନେ ଖାଉଥିବା ସମୟରେ ତଳକୁ ଖସି ପଡ଼ୁଥିବା ଖାଦ୍ୟର ଟିକି ଟିକି ଅଂଶତକ ଟେବୁଲ ତଳେ ଥିବା କୁକୁରମାନେ ମଧ୍ୟ ଖାଇ ଥା’ନ୍ତି।”
29ତା'ପରେ ଯୀଶୁ ସେହି ସ୍ତ୍ରୀଲୋକଟିକୁ କହିଲେ, “ଏହା ହିଁ ଉପଯୁକ୍ତ ଉତ୍ତର। ଏବେ ତୁମ୍ଭେ ଘରକୁ ଯାଇ ପାର। ଭୂତ ତୁମ୍ଭର ଝିଅକୁ ଛାଡ଼ି ଗ୍ଭଲି ଗଲାଣି।”
30ସେହି ସ୍ତ୍ରୀ ଲୋକଟି ଘରକୁ ଯାଇ ଦେଖିଲା ଯେ ତାହାର ଝିଅ ଖଟରେ ଶୋଇଛି। ଦୁଷ୍ଟାତ୍ମା ତା’ ଦେହରୁ ବାହାରି ଗ୍ଭଲି ଯାଇଛିା
ଯୀଶୁ ଜଣେ ମୂକ ବଧିର ଲୋକକୁ ସୁସ୍ଥ କଲେ
31ତା'ପରେ ଯୀଶୁ ସୋର ଆଖ ପାଖ ଅଞ୍ଚଳ ଛାଡ଼ି ଦେକାପଲି ରାସ୍ତାରେ ସୀଦୋନ ହୋଇ ଗାଲିଲୀ ହ୍ରଦ ପାଖକୁ ଆସିଲେ। 32ସେଠାରେ କେତେକ ଲୋକ ଯୀଶୁଙ୍କ ପାଖକୁ ଗୋଟିଏ ଲୋକକୁ ଆଣିଲେ। ସେ ଲୋକଟି ମୂକ ଓ ବଧିର ଥିଲା। ଲୋକମାନେ ଯୀଶୁଙ୍କୁ ଅନୁରୋଧ କଲେ ଯେ, ସେ ତାହାଙ୍କ ହାତ ଲୋକଟି ଉପରେ ରଖି ତାକୁ ଭଲ କରି ଦିଅନ୍ତୁ।
33ଯୀଶୁ ସେ ଲୋକଟିକୁ ଭିଡ଼ଠାରୁ ଟିକିଏ ଦୂରକୁ ଗୋଟିଏ ପାଖକୁ ନେଇଗଲେ। ସେ ସେହି ଲୋକଟିର କାନ ଭିତରେ ନିଜ ଅଙ୍ଗୁଳିଗୁଡ଼ିକୁ ରଖିଲେ। ତା'ପରେ ସେ ଛେପ ପକାଇଲେ ଓ ଲୋକଟିର ଜିଭକୁ ଛୁଇଁଲେ। 34ଯୀଶୁ ପୁଣି ସ୍ୱର୍ଗ ଆଡ଼କୁ ଗ୍ଭହିଁ ଦୀର୍ଘ ନିଶ୍ୱାସ ପକାଇଲେ। ସେ ଲୋକଟିକୁ କହିଲେ, 35“ଇ‌ପ୍‌ପଥଃ” ଅର୍ଥାତ ‘ଖୋଲିଯାଉ। ତ‌ତ୍‌କ୍ଷଣାତ୍ ତା'ର କାନ ଖୋଲିଗଲା। ଜିଭର ଗ୍ରନ୍ଥି ଖୋଲିଗଲା। ସେ ସ୍ପଷ୍ଟ ଭାବରେ କହି ପାରିଲା।
36ଯୀଶୁ ସେମାନଙ୍କୁ ଆଜ୍ଞା ଦେଲେ ଯେ ଏ ବିଷୟରେ କାହାକୁ କିଛି ଯେପରି ନ କୁହନ୍ତି। ଯୀଶୁ ସଦାବେଳେ ଲୋକଙ୍କୁ ଆଜ୍ଞା ଦେଉଥିଲେ ଯେ ସେମାନେ ଅନ୍ୟ କାହାକୁ ତାହାଙ୍କ ବିଷୟରେ କିଛି ନ କୁହନ୍ତୁ। କିନ୍ତୁ ଏହାର ପରିଣାମରେ ଲୋକେ ତାହାଙ୍କ ବିଷୟରେ ଅଧିକରୁ ଅଧିକ ପ୍ରଗ୍ଭର କରୁଥିଲେ। 37ଲୋକମାନେ ବାସ୍ତବରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସେମାନେ କହୁଥିଲେ, “ଯୀଶୁ ସବୁକିଛି ସୁସ୍ଥ କରୁଛନ୍ତି, ଏପରିକି ସେ ବଧିରକୁ ଶ୍ରବଣ ଶକ୍ତି ଓ ମୂକକୁ ବାକ୍ ଶକ୍ତି ପ୍ରଦାନ କରୁଛନ୍ତି।”

Currently Selected:

ମାର୍କ 7: OERV

Highlight

Share

Copy

None

Want to have your highlights saved across all your devices? Sign up or sign in