YouVersion Logo
Search Icon

ଆଦି ପୁସ୍ତକ 5

5
ଆଦମର ବଂଶାବଳୀର ଇତିହାସ
1ଏହା ହେଉଛି ଆଦମର ବଂଶାବଳୀର ଇତିହାସ। ପରମେଶ୍ୱର ତାଙ୍କ ସାଦୃଶ୍ୟରେ ମନୁଷ୍ୟକୁ ସୃଷ୍ଟି କଲେ। 2ପରମେଶ୍ୱର ସେମାନଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ ଏବଂ ସେହି ଦିନ ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କଲେ ଏବଂ ସେମାନଙ୍କର ନାମ “ମନୁଷ୍ୟ”#5:2 ମନୁଷ୍ୟ ଏହି ନାମର ଅର୍ଥ “ଆଦମ” କିମ୍ବା “ଲୋକମାନେ”। ଏହା ଶାଦ୍ଦିକ ଅର୍ଥ “ଭୂମି” କିମ୍ବା “ଲାଲ ମାଟି।” ଦେଲେ।
3ଆଦମକୁ 130 ବର୍ଷ ହେବା ପରେ ତାଙ୍କର ଆଉ ଏକ ପୁତ୍ର ସନ୍ତାନ ଜନ୍ମ ହେଲା। ଦେଖିବାକୁ ସେ ଠିକ୍ ଆଦମଙ୍କର ପରି ଥିଲା। ଆଦମ ତା'ର ନାମ ଶେଥ ଦେଇଥିଲା। 4ଶେଥର ଜନ୍ମ ପରେ ଆଦମ 800 ବର୍ଷ ବଞ୍ଚିଲା। ସେହି ସମୟରେ ଆଉ ପୁତ୍ରକନ୍ୟାମାନଙ୍କୁ ଜନ୍ମ କଲା। 5ଏହିପରି ଆଦମ ମୋଟ 930 ବର୍ଷ ବଞ୍ଚି ମୃତ୍ୟୁବରଣ କଲା।
6ଶେଥ 105 ବର୍ଷ ବୟସରେ ଏକ ପୁତ୍ର ଜନ୍ମ କଲେ, ଯାହାର ନାମ ଈନୋଶ। 7ଈନୋଶର ଜନ୍ମ ପରେ ଶେଥ 807 ବର୍ଷ ବଞ୍ଚିଲେ। ସେହି ସମୟ ମଧ୍ୟରେ ଶେଥର ଅନ୍ୟପୁତ୍ର ଓ କନ୍ୟାମାନେ ଜନ୍ମ ହେଲେ। 8ଏହା ପରେ ଶେଥ ମୋଟ 912 ବର୍ଷ ବଞ୍ଚିବା ପରେ ମୃତ୍ୟୁବରଣ କଲା।
9ଈନୋଶର ନବେ ବର୍ଷ ବୟସରେ ତା'ର ଏକ ପୁତ୍ର ଜନ୍ମିଥିଲା। ତା'ର ନାମ ଥିଲା କୟିନାନ୍। 10କୟିନାନର ଜନ୍ମ ପରେ ଈନୋଶ 815 ବର୍ଷ ବଞ୍ଚିଲା। ସେହି ସମୟ ମଧ୍ୟରେ ତାହାର ଅନ୍ୟ ପୁତ୍ରକନ୍ୟାମାନ ଜନ୍ମ ହେଲେ। 11ଏହିପରି ଈନୋଶ ମୋଟ 905 ବର୍ଷ ବଞ୍ଚିଲା ପରେ ମୃତ୍ୟୁବରଣ କଲା।
12କୟିନାନ ସତୁରି ବର୍ଷ ବୟସରେ ତା'ର ଏକ ପୁତ୍ର ଜନ୍ମ କଲା, ତାହାର ନାମ ମହଲଲେଲ। 13ମହଲଲେଲ ଜନ୍ମ ହେବାପରେ କୟିନାନ 840 ବର୍ଷ ବଞ୍ଚିଲା। ସେହି ସମୟ ମଧ୍ୟରେ କୟିନାନର ଅନ୍ୟ ପୁତ୍ର ଓ କନ୍ୟାଗଣ ଜନ୍ମ ହେଲେ। 14ଏହିପରି ଭାବରେ କୟିନାନ 910 ବର୍ଷ ବଞ୍ଚିଲା ପରେ ମୃତ୍ୟୁବରଣ କଲା।
15ମହଲଲେଲ ପଞ୍ଚଷଠି ବର୍ଷ ବୟସରେ ଯେରଦ ନାମକ ଏକ ପୁତ୍ର ସନ୍ତାନ ଜନ୍ମ କଲା। 16ଯେରଦ ଜନ୍ମ ହେଲା ପରେ ମହଲଲେଲ 830 ବର୍ଷ ବଞ୍ଚିଲା ଏବଂ ସେହି ସମୟରେ ସେ ଅନ୍ୟ ପୁତ୍ର ଓ କନ୍ୟାମାନଙ୍କୁ ଜନ୍ମ କଲା। 17ଏହିପରି ଭାବରେ ମହଲଲେଲ 895 ବର୍ଷ ବଞ୍ଚିଲା ପରେ ମୃତ୍ୟୁବରଣ କଲା।
18ଯେରଦକୁ ଯେତେବେଳେ 162 ବର୍ଷ ବୟସ ହୋଇଥିଲା ସେ ସମୟରେ ତାଙ୍କର ଏକପୁତ୍ର ଜନ୍ମ ହେଲା, ତାହାର ନାମ ହନୋକ। 19ହନୋକ ଜନ୍ମ ହେଲା ପରେ, ଯେରଦ 800 ବର୍ଷ ବଞ୍ଚିଲା। ସେହି ସମୟ ମଧ୍ୟରେ ସେ ଅନ୍ୟ ପୁତ୍ର ଏବଂ କନ୍ୟାମାନଙ୍କୁ ଜନ୍ମ କଲା। 20ଏହିପରି ଭାବରେ ଯେରଦ 962 ବର୍ଷ ବଞ୍ଚି ମୃତ୍ୟୁବରଣ କଲା।
21ହନୋକ 65 ବର୍ଷ ବୟସରେ ତାଙ୍କର ଏକ ପୁତ୍ର ଜନ୍ମ କଲେ, ଯାହାର ନାମ ମଥୂଶେଲହ। 22ମଥୂଶେଲହ ଜନ୍ମ ହେବା ପରେ ହନୋକ 300 ବର୍ଷ ପର୍ଯ୍ୟନ୍ତ ପରମେଶ୍ୱରଙ୍କୁ ଅନୁସରଣ କଲେ।#5:22 ଅନୁସରଣ କଲେ ଆକ୍ଷରିକ ଭାବରେ “ପରମେଶ୍ୱରଙ୍କ ସହିତ ଗ୍ଭଲିବା” ଯାହାର ଅର୍ଥ ସେ ପରମେଶ୍ୱରଙ୍କ ଇଚ୍ଛାନୁସାରେ ବାସ କଲା। ଆହୁରି ମଧ୍ୟ ଅନ୍ୟ ପୁତ୍ର ଏବଂ କନ୍ୟାଗଣ ତାଙ୍କଠାରୁ ଜନ୍ମ ନେଲେ। 23ଏହିପରି ଭାବରେ ହନୋକ 365 ବର୍ଷ ବଞ୍ଚିଲେ। 24ଦିନେ, ଯେତେବେଳେ ହନୋକ ପରମେଶ୍ୱରଙ୍କୁ ଅନୁସରଣ କରୁଥିଲେ, ସେ ଅନ୍ତର୍ଦ୍ଧାନ ହେଲେ, ଯେହେତୁ ତାଙ୍କୁ ପରମେଶ୍ୱର ନେଇଗଲେ।
25ମଥୁଶେଲହ 187 ବର୍ଷ ବୟସରେ ତାଙ୍କର ଏକ ପୁତ୍ର ଜନ୍ମ କଲା। ତାହାର ନାମ ଲେମକ। 26ଲେମକର ଜନ୍ମ ପରେ ମଥୂଶେଲହ 782 ବର୍ଷ ବଞ୍ଚିଲା ଏବଂ ସେ ଆହୁରି ଅନେକ ପୁତ୍ରକନ୍ୟାମାନଙ୍କୁ ଜନ୍ମ ଦେଇଥିଲା। 27ମଥୁଶେଲହ ମୋଟ 969 ବର୍ଷ ବଞ୍ଚିଲା ପରେ ମୃତ୍ୟୁବରଣ କଲା।
28ଯେତେବେଳେ ଲେମକକୁ 182 ବର୍ଷ ବୟସ ହୋଇଥିଲା, ତାଙ୍କର ଗୋଟିଏ ପୁତ୍ର ଜନ୍ମ ହେଲା। 29ଲେମକ ତା'ର ନାମ ରଖିଲା ନୋହ। ସେ କହିଲା, “ପରମେଶ୍ୱରଙ୍କ ଦ୍ୱାରା ଅଭିଶପ୍ତ ଭୂମିରେ ଆମ୍ଭର କଠିନ ପରିଶ୍ରମକୁ ଲାଘବ କରିବା ପାଇଁ, ସେ ଆମ୍ଭମାନଙ୍କୁ ସାନ୍ତ୍ୱନା ଦେବ।”
30ନୋହ ଜନ୍ମ ହେବାପରେ ଲେମକ 595 ବର୍ଷ ବଞ୍ଚିଲା ଏବଂ ଅନ୍ୟ ପୁତ୍ର ଏବଂ କନ୍ୟାମାନଙ୍କୁ ଜନ୍ମ ଦେଇଥିଲା। 31ସେ ମୋଟ 777 ବର୍ଷ ବଞ୍ଚି ମୃତ୍ୟୁବରଣ କଲା।
32ଏହା ପରେ ନୋହଙ୍କୁ ଯେତେବେଳେ 500 ବର୍ଷ ବୟସ ହୋଇଥିଲା ସେ ତାଙ୍କର ପୁତ୍ରମାନଙ୍କୁ ଜନ୍ମ ଦେଲେ। ତାଙ୍କର ନାମ ଥିଲା ଶେମ, ହାମ ଓ ଯେଫତ୍।

Highlight

Share

Copy

None

Want to have your highlights saved across all your devices? Sign up or sign in