YouVersion Logo
Search Icon

ଆଦି ପୁସ୍ତକ 20

20
ଅବ୍ରହାମ ଗରାରକୁ ଗଲେ
1ଏହା ପରେ ଅବ୍ରହାମ ସେଠାରୁ ଦକ୍ଷିଣ ଦେଶକୁ ଯାତ୍ରା କରି କାଦେଶ ଓ ଶୁରର ମଧ୍ୟସ୍ଥାନରେ ଥାଇ ଗରାରରେ ବାସ କଲେ। 2ଯେତେବେଳେ ଗରାରରେ ଥିଲେ, ଅବ୍ରହାମ ଲୋକମାନଙ୍କୁ କହିଲେ, ସାରା ହେଉଛି ତାଙ୍କର ଭଉଣୀ, ଗରାରର ରାଜା ଅବିମେଲକ୍ ଏ କଥା ଶୁଣିଲେ। ଅବିମେଲକ ସାରାଙ୍କୁ ଗ୍ଭହୁଁଥିଲେ। ତେଣୁ ସେ ତାଙ୍କୁ ଆଣିବା ପାଇଁ କେତେକ ଦାସକୁ ପଠାଇଲେ। 3କିନ୍ତୁ ଏକ ରାତିରେ, ପରମେଶ୍ୱର ଅବିମେଲକକୁ ସ୍ୱପ୍ନରେ କହିଲେ, “ତୁମ୍ଭେ ମରିବ, ତୁମ୍ଭେ ଯେଉଁ ସ୍ତ୍ରୀଲୋକକୁ ଆଣିଛ ସେ ବିବାହିତା।”
4କିନ୍ତୁ ସେପର୍ଯ୍ୟନ୍ତ ଅବିମେଲକ ସାରା ସହିତ ସହବାସ କରି ନ ଥିଲେ। ତେଣୁ ଅବିମେଲକ କହିଲେ, “ତୁମ୍ଭେ କ’ଣ ଏକ ନିର୍ଦ୍ଦୋଷ ବ୍ୟକ୍ତିକୁ ହତ୍ୟା କରିବ? 5ଅବ୍ରହାମ ନିଜେ ମୋତେ କହିଲେ, ‘ଏହି ସ୍ତ୍ରୀ ମୋର ଭଉଣୀ’ ଏବଂ ସେହି ସ୍ତ୍ରୀ ମଧ୍ୟ କହିଲେ, ‘ଅବ୍ରହାମ ମୋର ଭାଇ’, ମୁଁ ନିର୍ଦ୍ଦୋଷ, ମୁଁ ଜାଣି ନ ଥିଲି। ନିର୍ଦ୍ଦୋଷତାରେ ମୁଁ ଏହି କାର୍ଯ୍ୟ କରିଛି।”
6ଏହା ପରେ ପରମେଶ୍ୱର ଅବିମେଲକକୁ ସ୍ୱପ୍ନରେ କହିଲେ, “ହଁ, ମୁଁ ଜାଣେ ତୁମ୍ଭେ ନିର୍ଦ୍ଦୋଷ। ତେଣୁ ମୁଁ ତୁମ୍ଭକୁ ରକ୍ଷା କଲି। ମୁଁ ତୁମ୍ଭକୁ ମୋ’ ବିରୁଦ୍ଧରେ ପାପ କରିବାକୁ ଦେବି ନାହିଁ। ମୁଁ ତୁମ୍ଭକୁ ତାଙ୍କ ସହିତ ସହବାସ କରିବାକୁ ଦେଇ ନ ଥିଲି। 7ତେଣୁ ତୁମ୍ଭେ ଅବ୍ରହାମଙ୍କୁ ପୁନରାୟ ତାଙ୍କ ସ୍ତ୍ରୀଙ୍କୁ ତାଙ୍କୁ ଫେରାଇଦିଅ। ଅବ୍ରହାମ ଜଣେ ଭବିଷ୍ୟ‌ଦ୍‌ବକ୍ତା। ସେ ତୁମ୍ଭ ପାଇଁ ପ୍ରାର୍ଥନା କରିବ। ତୁମ୍ଭେ ବଞ୍ଚି ରହିବ। ତୁମ୍ଭେ ଯଦି ସାରାକୁ ନ ଫେରାଅ ତେବେ ମୁଁ ତୁମ୍ଭକୁ ପ୍ରତିଜ୍ଞା କରି କହୁଛି ତୁମ୍ଭେ ମରିବ। ଏବଂ ତୁମ୍ଭର ପରିବାର ତୁମ୍ଭ ସହିତ ମୃତ୍ୟୁବରଣ କରିବେ।”
8ତେଣୁ ତା’ ପରଦିନ ପ୍ରଭାତରୁ ଅବିମେଲକ ତାଙ୍କର ଦାସମାନଙ୍କୁ ଡାକିଲେ ଏବଂ ତାଙ୍କର ସ୍ୱପ୍ନ ବିଷୟରେ କହିଲେ। ଦାସମାନେ ଭୟରେ ଥରିଲେ। 9ଏହା ପରେ ଅବିମେଲକ ଅବ୍ରହାମଙ୍କୁ ଡାକି କହିଲେ, “ତୁମ୍ଭେ କାହିଁକି ଆମ୍ଭ ପ୍ରତି ଏପରି କଲ? ମୁଁ ତୁମ୍ଭର ତ କିଛି ଦୋଷ କରି ନାହିଁ? ମୁଁ ତୁମ୍ଭ ପ୍ରତି କ’ଣ କରିଛି ଯେ, ମୋ’ ଦେଶ ପ୍ରତି ବିପଦ ଆଣିବାକୁ ତୁମ୍ଭେ ଇଚ୍ଛା କଲ? ତୁମ୍ଭର ମୋ’ ପ୍ରତି ଏପରି କରିବାର ନ ଥିଲା। 10କାହିଁକି ତୁମ୍ଭେ ମୋ’ ପ୍ରତି ଏପରି ବ୍ୟବହାର କଲ?”
11ଏହା ପରେ ଅବ୍ରହାମ କହିଲେ, “ଏଠାରେ କେହି ପରମେଶ୍ୱରଙ୍କୁ ଭୟ କରୁ ନାହିଁ ବୋଲି ମୁଁ ଜାଣିଲି। ମୁଁ ଭାବିଲି ଏଠାରେ କାଳେ କିଏ ମୋତେ ହତ୍ୟାକରି ସାରାକୁ ମୋ'ଠାରୁ ନେଇଯିବ। 12ସେ ମୋର ସ୍ତ୍ରୀ, କିନ୍ତୁ ସେ ମଧ୍ୟ ମୋର ଭଉଣୀ। ସେ ହେଉଛି ମୋ’ ବାପାଙ୍କର ଏକ ଝିଅ। କିନ୍ତୁ ସେ ମୋ’ ମା’ର ଝିଅ ନୁହେଁ। 13ପରମେଶ୍ୱର ମୋତେ ମୋର ପିତାଙ୍କ ଗୃହରୁ ଦୂରକୁ ଆଗେଇ ନେଲେ। ପରମେଶ୍ୱର ମୋତେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ବୁଲାଇଲେ। ଏପରି ଯେତେବେଳେ ହେଲା ମୁଁ ସାରାକୁ କହିଲି, ‘ଦୟାକରି ମୋ’ ପାଇଁ ଏହା କର! ଆମ୍ଭେ ଯେଉଁଠାକୁ ଯିବା, ତୁମ୍ଭେ ଲୋକମାନଙ୍କୁ କହିବ ମୁଁ ତୁମ୍ଭର ଭାଇ।’”
14ତେଣୁ ଅବିମେଲକ ସାରାକୁ ଫେରାଇ ଦେଲେ। ଅବିମେଲକ ମଧ୍ୟ ତାଙ୍କୁ କିଛି ମେଷ, ଗାଈ, ଗୋରୁ ଏବଂ କିଛି ସେବକ ଓ ସେବିକାଗଣଙ୍କୁ ଦେଲେ। 15ଏବଂ ଅବିମେଲକ କହିଲେ, “ତୁମ୍ଭ ଚତୁର୍ପାର୍ଶ୍ୱକୁ ଗ୍ଭହଁ ଏହା ମୋର ଭୂମି, ତୁମ୍ଭେ ଯେଉଁଠାରେ ଗ୍ଭହଁ ସେଠାରେ ରହିପାର।”
16ଅବିମେଲକ ସାରାକୁ କହିଲେ, “ମୁଁ ତୁମ୍ଭର ଭାଇକୁ ସହସ୍ର ରୂପା ଖଣ୍ଡ ଦେଉଛି। ମୁଁ ଏପରି କରୁଛି କାରଣ ମୁଁ ଅନୁତପ୍ତ ଯେ ଯାହା କରିଛି ଭୁଲ୍ କରିଛି। ମୁଁ ଗ୍ଭହେଁ ପ୍ରତ୍ୟେକେ ଦେଖନ୍ତୁ ଓ ହୃ‌ଦ୍‌ବୋଧ କରନ୍ତୁ ଯେ, ମୁଁ ଠିକ୍ କରୁଛି ବୋଲି।”
17-18ସଦାପ୍ରଭୁ ଅବିମେଲକଙ୍କର ସମସ୍ତ ସ୍ତ୍ରୀଙ୍କୁ ବନ୍ଧ୍ୟା କଲେ। ପରମେଶ୍ୱର ଏପରି କଲେ, କାରଣ ଅବିମେଲକ ଅବ୍ରହାମଙ୍କ ସ୍ତ୍ରୀ ସାରାଙ୍କୁ ନେଇଥିଲେ। କିନ୍ତୁ ଅବ୍ରହାମ ପରମେଶ୍ୱରଙ୍କୁ ପ୍ରାର୍ଥନା କଲେ ଏବଂ ପରମେଶ୍ୱର ଅବିମେଲକ, ତାଙ୍କର ସମସ୍ତ ସ୍ତ୍ରୀଗଣଙ୍କୁ ଓ ଦାସୀଗଣଙ୍କୁ ଆରୋଗ୍ୟ କଲେ। ଏବଂ ସେମାନଙ୍କର ସନ୍ତାନସନ୍ତତି ଜାତ ହେଲେ।

Highlight

Share

Copy

None

Want to have your highlights saved across all your devices? Sign up or sign in