YouVersion Logo
Search Icon

ମାଥିଉଲିଖିତ ସୁସମାଚାର 12

12
ବିଶ୍ରାମବାର ପାଳନ
(ମାର୍କ ୨:୨୩-୨୮; ଲୂକ ୬:୧-୫)
1ଏହାର କିଛି ଦିନ ପରେ ଗୋଟିଏ ବିଶ୍ରାମବାର ଦିନରେ ଯୀଶୁ ଶସ୍ୟ କ୍ଷେତ୍ର ଦେଇ ଯାଉଥିଲେ। ତାଙ୍କ ଶିଷ୍ୟମାନେ ଭୋକ ହେବାରୁ ସେମାନେ କେଣ୍ଡାରୁ ଶସ୍ୟ ଛିଣ୍ଡାଇ ଖଶଇବାକୁ ଲାଗିଲେ।#ଦ୍ୱି. ବିବରଣୀ ୨୩:୨୫। 2ଫାରୁଶୀମାନେ ଏହା ଦେଖି ଲୋକମାନଙ୍କୁ କହିଲେ, “ଦେଖ, ବିଶ୍ରାମ ବାରରେ ତୁମ ଶିଷ୍ୟମାନେ କିପରି ଶାସ୍ତ୍ରବିରୁଦ୍ଧ କାର୍ଯ୍ୟ କରୁଛନ୍ତି?”
3ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ଦିନେ ଦାଉଦ ଓ ତାଙ୍କ ଅନୁଚରମାନେ କ୍ଷୁଧାର୍ତ୍ତ ହେଲା ବେଳେ ଦାଉଦ କ’ଣ କଲେ, ତୁମ୍ଭେମାନେ ଶାସ୍ତ୍ରରେ ପଢ଼ି ନାହିଁ?#୧ ଶାମୁୟେଲ ୨୧:୧-୬। 4ସେମାନେ ସେଦିନ ମନ୍ଦିର ଭିତରକୁ ଯାଇ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗିତ ରୋଟୀ ଖାଇଲେ। ଶାସ୍ତ୍ର ଅନୁଯାୟୀ ପୁରୋହିତଙ୍କ ଛଡ଼ା ସେହି ରୋଟୀ ଖାଇବା ପାଇଁ ଅନ୍ୟ କାହାର ଅଧିକାର ନ ଥିଲା।#ଲେବୀ ୨୪:୯। 5ତୁମ୍ଭେମାନେ କ’ଣ କଢ଼ି ନାହିଁ? ମୋଶାଙ୍କ ବ୍ୟବସ୍ଥା ଅନୁଯାୟୀ ପୁରୋହିତମାନେ ବିଶ୍ରାମ ବାରରେ ମନ୍ଦିର ଭିତରେ ପୌରୋହିତ୍ୟ କରିବା ଦ୍ୱାରା ବିଶ୍ରାମବାର ନିୟମ ଲଘଂନ କରୁଥିଲେ ସୁଦ୍ଧା ସେଥିପାଇଁ ସେମମାନେ ଦୋଷୀ ବିବେଚିତ ହୁଅନ୍ତି ନାହିଁ?#ଗଣନା ୨୮:୯-୧୦। 6ମୁଁ ତୁମ୍ଭମାନଙ୍କୁ କହୁଛି, ମନ୍ଦିରଠାରୁ ମହତ୍ତର ବିଷୟ ଆଜି ଏଠାରେ ଅଛି।
7”ଶାସ୍ତ୍ର କହେ, ‘ମୁଁ ଚାହେଁ ଦୟା, ବଳିଦାନ ନ୍;ହଁ; ଏ କଥାର ଅର୍ଥ ଯଦି ପ୍ରକୃତରେ ବୁଝିଥ।।ନ୍ତି, ଏହି ନିର୍ଦ୍ଧାଷ ଲୋକମାନଙ୍କୁ ତୁମ୍ଭେମାନେ ଦୋଷୀ କରନ୍ତି ନାହିଁ।#ମାଥିଉ ୯:୧୩; ହୋଶେୟ ୬:୬। 8ବୁଝିରଖ, ମନୁଷ୍ୟ ପୁତ୍ର ସ୍ୱୟଂ ବିଶ୍ରାମବାରର କର୍ତ୍ତା।”
ଅଚଳ ହାତ ସଚଳ ହେଲଶ
(ମାର୍କ ୩:୧-୬; ଲୂକ ୬:୬-୧୧)
9ଯୀଶୁ ସେ ସ୍ଥାନରୁ ଯାଇ ସମାଜ ଗୃହରେ ପ୍ରବେଶ କଲେ। 10ଗୋଟିଏ ହାତ ଅଜଳ ହୋଇଥିବା ଜଣେ ଲୋକ ସେଠାରେ ଥିଲା। ଯୀଶୁଙ୍କ ଦୋଷ ଧରିବା ପାଇଁ ଦଳେ ଲୋକ ସେଠାରେ ଜଗି ରହିଥିଲେ। ସେମାନେ ଯୀଶୁଙ୍କୁ ପଚାରିଲେ, “ବିଶ୍ରାମ ବାରରେ ସୁସ୍ଥ କରିବା ଆମ ଶାସ୍ତ୍ର ବିରୁଦ୍ଧ ପୁହେଁ କି?”
11ଯୀଶୁ ଉତ୍ତର ଦେି କହିଲେ, “ବିଶ୍ରାମବାରରେ ଯଦି ତୁମର ମେଣ୍ଢାଟିଏ ଗହୀରିଆ ଖାଇରେ ପଡ଼ିଯାଏ, ତୁମେ ତାକୁ ଉଠାଇ ଆଣିବ ନାହିଁ କି?#ଲୂକ ୧୪:୫। 12ଜଣେ ମନୁଷ୍ୟର ମୂଲ୍ୟ ଗୋଟିଏ ମେଣ୍ଢାର ମୂଲ୍ୟ ଅପେକ୍ଷା ଢ଼େର ବେଶୀ। ଅତଏବ ବିଶ୍ରାମବାରରେ ଅନ୍ୟକୁ ସାହାଯ୍ୟ କରିବା ଆମ ଶସ୍ତ୍ରସମ୍ମତ କାର୍ଯ୍ୟ।” 13ଏହା କହି ସେ ହାତ ଅଚଳ ହୋଇଥିବା ଲୋଟିକୁ କହିଲେ, “ହାତ ସଳଖ କର।”
ଲୋକଟି ହାତ ସଳଖ କରିବାକ୍ଷଣି ସେହି ହାତଟି ଅନ୍ୟ ହାତ ପରି ସୁସ୍ଥ ହୋଇଗଲା। 14ଏହାପରେ ଫାରୁଶୀମାନେ ସେ ସ୍ଥାପରୁ ବାହାରିଯାଇ ଯୀଶଉଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କଲେ।
ଈଶ୍ୱରଙ୍କ ମନୋନୀତ ସେବକ
15ତାଙ୍କ ବିରୁଦ୍ଧରେ ହେଉଥିବା ଷଡ଼ଯନ୍ତ୍ର କଥା ଶୁଣି ଯୀଶଉ ସେ ଅଞ୍ଚଳ ଛାଡ଼ି ଅନ୍ୟଆଡ଼େ ଚାଲିଗଲେ। କିନ୍ତୁ ଅନେକ ଲେଶକ ତାଙକ ପଛେ ପଛେ ଗଲେ।
16ଯୀଶୁ ରୋଗୀମାନଙ୍କୁ ସୁସ୍ଥଇ କରୁଥିଲେ, କିନ୍ତୁି ତାଙ୍କ ବିଷୟ;ର ଅନ୍ୟମାନଙ୍କୁ କିଛି ନ କହିବା ପାଇଁ ସେମାପଙ୍କୁ ଆଦେଶ ଦେଉଥଲେ। 17ଏହାଦ୍ୱାରା ଭାବବାଦୀ ଯିଶାଇୟଙ୍କ ଦ୍ୱାରା ଈଶ୍ୱର ଯେଉଁ କଥା ଶଉଣାଇଥିଲେ, ତାହା ସଫଳ ହେଲା:
18“ଏହି ମୋର ମନୋନୀତ ଦେବକ, ତାକୁ ମୁଁ ଭଲ ପାଏ, ତା’ ପ୍ରତି ମୁଁ ସନ୍ତୁଷ୍ଟ।
ମୋର ଆତ୍ମା ତା’ ଉପରେ ଅବତରଣ କରିବ;
ସବୁ ଜାତି ନିକଟରେ ସେ ମୋ’ ନ୍ୟାୟ ବିଚାର ଘୋଷଣା କରିବ।#ଯିଶାଇୟ ୪୨:୧-୪।
19ସେ ଯୁକ୍ତିତର୍କ କରିବ ନାହିଁ କି ଚିତ୍କାର କରିବ ନାହିଁ,
ରାସ୍ତା ମଝିରେ ଛିଡ଼ାହୋଇ ଉଚ୍ଛ ସ୍ୱରରେ ଭାଷଣ ଦେବ ନାହିଁ।
20ଦୁର୍ବଳମାନଙ୍କ ପ୍ରତି ସେ କୋମଳ ବ୍ୟବହାର କରିବ
ଏବଂ ଅସହାୟମାନଙ୍କୁ ଦୟା କରିବ।
ନ୍ୟାୟ ପ୍ରତିଷ୍ଠିତ ହେବା ପର୍ଯ୍ୟନ୍ତ ସେ ତା’ ସାଧନାରୁ ନିବୃତ୍ତ ହେବ ନାହିଁ।
21ତା’ ଉପରେ ସବୁ ଜାତିର ଲୋକେ ଭରସା ରଖିବେ।”
ଯୀଶୁ ଓ ବାଆଲକିବୂଲ୍
(ମାର୍କ ୩:୨୦-୩୦; ଲୂକ ୧୧:୧୪-୨୩)
22ତା’ପରେ ଦିନେ ଲୋକେ ଗୋଟିଏ ଅନ୍ଧ ଓ ମୂକକୁ ନେଇ ଆସିଲେ। ସେ ଭୂତଗ୍ରସ୍ତ ହୋଇଥିବାରୁ କଥା କହିପାରୁ ନ ଥିଲା। ଯୀଶୁ ତାକୁ ସୁସ୍ଥ କଲେ। ସେ ଦେଖି ପାରିଲା ଓ କଥା କହି ପାରିଲା। 23ଯୀଶୁଙ୍କର ଏହି କାର୍ଯ୍ୟରେ ଲୋକେ ବିସ୍ମିତ ହୋଇ ପ୍ରଶ୍ନ କଲେ, “ଏ କ’ଣ ସେହି ଦାଉଦ-ବଂଶଜ?”
24ଫାରୁଶୀମାନେ ଏହାଶଉଣି କହିଲେ, “ସେ ପ୍ରେତପତି ବାଆଲଜିବୂଲଠାରୁ ଶକ୍ତି ପାଇ ଭୂତ ଛଡ଼ାଉଛି।”#ମାଥିଉ ୯:୩୪; ୧୦:୨୫।
25ସେମାନେ କ’ଣ ଚିନ୍ତା କରୁଛନ୍ତି ଯୀଶଉ ଜଣାପାରି କହିଲେ, “ଗୋଟଏ ଦେଶର ଲୋକେ ଭିନ୍ନ ଭନ୍ନ ଦଳରେ ବିଭକ୍ତ ହୋଇ ପରସ୍ପର ଭିତରେ ଲଢ଼େଇ କଲେ, ସେ ଦେଶ ଦିନ ତିଷ୍ଠି ପାରିବ ନାହିଁ। କୌଣସି ସାହର ବା ପରିବାର ଭିତରେ ବିଭିନ୍ନ ଦଳ ସୃଷ୍ଟି ହୋଇ କଳି କନ୍ଦଳ ଲାଗିଲେ, ସେମାନେ ଶୀଘ୍ର ଛାରଖାର ହୋଇଯିବେ। 26ତାହାହେଲେ, ଶୟତାନ ରାଜ୍ୟରେ ଯଦି ଗୋଟିଏ ଦଳ ଅନ୍ୟ ଦଳ ବିରୁଦ୍ଧରେ ଲଢ଼ୁଛି, ଜାଣିବାକୁ ହେବ ଯେ ତାହା ଖଣ୍ଡ ବିଖଣ୍ଡ ହୋଇ ଅଚିରେ ଧ୍ୱଂସ ପାଇବ। 27ତୁମ୍ଭେମାନେ କହୁଛ, ମୁଁ ବାଆଲଜିବୂଲ୍ର ଶକ୍ତିରେ ପ୍ରେତାତ୍ମାମାନଙ୍କୁ ବିତାଡ଼ିତ କରୁଛି। ତେବେ ସେମାନଙ୍କୁ ତଡ଼ିଦେବା ପାଇଁ ତୁମ ଶିଷ୍ୟମାନଙ୍କୁ କିଏ ଶକ୍ତି ଦେଉଛି? ତୁମ ଶିଷ୍ୟମାନଙ୍କର ଏହି କାର୍ଯ୍ୟ ଦ୍ୱାରା ତୁମ ଅଭିଯୋଗ ମିଥ୍ୟା ବୋଲି ପ୍ରମାଣିତ ହେଉଛି। 28ଭୂତ ଛଡ଼ାଇବା ଶକ୍ତି ମୁଁ ବାଆଲଜିବୁଲ୍ଠାରୁ ପାଇ ନାହିଁ। ଈଶ୍ୱରଙ୍କ ଆତ୍ମାଙ୍କଠାରୁ ତାହା ମୁଁ ପାଇଛି। ଏହାଦ୍ୱାରା ଆଉ ଗୋଟିଏ ବିଷୟ ପ୍ରମାଣିତ ହେଉଛି-ସ୍ୱର୍ଗରାଜ୍ୟ ତୁମ୍ଭମାନଙ୍କ ନିକଟକୁ ଆସି ଗଲାଣି।
29“ଗୋଟିଏ ବଳବାନ୍ ଲୋକକୁ ଆଗେ ବାନ୍ଧି ନ ପକାଇଲେ, କେହି ତା’ ଘରେ ଜବରଦସ୍ତ ପଶି ତା’ର ସମ୍ପତ୍ତି ଲୁଟ ନେଇ ପାରିବ ନାହିଁ।
30ଯେ ମୋ’ ସପକ୍ଷରେ ନାହିଁ, ସେ ପ୍ରକୃତରେ ମୋ’ ବିରୁଦ୍ଧରେ ଅଛି। ଯେ ମୋ’ ସହିତ ମିଶି ସଂଗ୍ରହ କରୁନାହିଁ, ସେ ବାସ୍ତବିକ ବିକ୍ଷିପ୍ତ କରୁଛି।#ମାର୍କ ୯:୪୦। 31ଅତଏବ ମୁଁ ତୁମ୍ଭମାନଙ୍କୁ କହୁଛି, ମନୁଷ୍ୟ ଯେ କୌଣସି ପାପ କରୁ ବା ଅସତ୍ କଥା କହୁ, ସେଥିପାଇଁ ତାକୁ କ୍ଷମା ଦିଆଯାଇପାରେ। କିନ୍ତୁ ଯଦି କେହି ପବିତ୍ରାତ୍ମାଙ୍କ ବିରୁଦ୍ଧରେ କିଛି କହେ, ତା’ର କ୍ଷମା ନାହିଁ। 32କେହି ମନୁଷ୍ୟପୁତ୍ର ବିରୁଦ୍ଧରେ କିଛି କହିଲେ, ସେ କ୍ଷମା ପାଇପାରେ। କିନ୍ତୁ ଯେ କେହି ପବିତ୍ରାତ୍ମାଙ୍କ ବିରୁଦ୍ଧରେ କହେ, ସେ ବର୍ତ୍ତମାନ ବ ଭବିଷ୍ୟତରେ କେବେହେଲେ କ୍ଷମା ପାଇବ ନାହିଁ।#ଲୂକ ୧୨:୧୦।
ଗଛ ଓ ତା ଫଳ
(ଲୂକ ୬:୪୩-୪୫)
33“ଭଲ ଫଳ ଧରିବା ପାଇଁ ଗଛଟି ବଳିଷ୍ଠ ହେବା ଦରକାର। ଦୁର୍ବଳ ଗଛରେ ନିକୃଷ୍ଠ ଫଳ ହୁଏ। ଗଛଟି କି ପ୍ରକାର, ତା’ ଫଳ ଦ୍ୱାରା ଜଣାପଡ଼େ।#ମାଥିଉ ୭:୨୦; ଲୂକ ୬:୪୪। 34ଆରେ ସର୍ପପରି ଖଳଲୋକେ! ନିଜେ ଖଳ ହୋଇ ତୁମ୍ଭେମାନେଳ କ’ଣ ଭଲ କଥା କହି ପାରିବ? ହୃଦୟର ଭାବ ମୁଖ ଦେଇ ପ୍ରକାଶ ପାଏ।#ମାଥିଉ ୩:୭; ୨୩:୩୩; ୧୫:୧୮; ଲୂକ ୩:୭; ୬:୪୫। 35ଜଣେ ଭଲ ଲୋକ ଉତ୍ତମ ଦ୍ରବ୍ୟରେ ପୂର୍ଣ୍ଣ ହୋଇଥିବା ତା’ ଭଣ୍ଡାରରୁ ଉତ୍ତମ ଚିନିମଷ ବାହାର କରି ଆଣେ। ଜଣେ ଖଳ ପ୍ରକୃତିର ଲୋକ ଖରାପ ଜିନିଷ ବାହାର କରି ଆଣେ।
36“ତୁମେ କହିଥିବା ପ୍ରତ୍ୟେକ ଅସାର କଥା ପାଇଁ ବିଚାର ଦିନରେ ତୁମକୁ କୈଫିୟତ୍ ଦେବାକୁ ପଡ଼ିବ।
37“ତୁମ କଥା ଦ୍ୱାରା ତୁମେ ବିଚାରିତ ହୋଇ ନିର୍ଦ୍ଦୋଷ ବା ଦୋଷୀ ସାବ୍ୟସ୍ତ ହେବ।”
ଅଲୌକିକ କାର୍ଯ୍ୟ ପାଇଁ ଦାବୀ
(ମାର୍କ ୮:୧୧-୧୨; ଲୂକ ୧୧:୨୯-୩୨)
38ଦିନେ କେତେକ ଫାରୁଶୀ ଓ ଧର୍ମଗୁରୁ ଯୀଶଉଙ୍କୁ କହିଲେ, “ଗୁରୁ, ଆପଣଙ୍କର ଗୋଟିଏ ଅଲୌକିକ କାର୍ଯ୍ୟ ଦେଖିବାକୁ ଆମେ ଚାହୁଁଛୁ।”#ମାଥିଉ ୧୬:୧; ମାର୍କ ୮:୧୧; ଲୂକ ୧୧:୧୬।
39ଯୀଶଉ ବିସ୍ମୟ ପ୍ରକାଶ କରି କହିଲେ, “ଏ ଯୁଗର ଲୋକମାନେ କେଡ଼େ ଦୁଷ୍ଟ ଓ ଈଶ୍ୱର ଅବିଶ୍ୱାସୀ। ତୁମ୍ଭେମାନେ ମୋତେ ଗୋଟିଏ ଆଶ୍ଚର୍ଯ୍ୟ କର୍ମ ଦେଖାଇବାକୁ କହୁଛ? କେବଳ ଭାବବାଦୀ ଯୂପସଙ୍କ ଜୀବନରେ ଘଟିଥିବା ଆଶ୍ଚର୍ଯ୍ୟ କର୍ମ ହିଁ ତୁମ୍ଭମାନଙ୍କୁ ଦେଖାଇ ଦିଆଯିବ।#ମାଥିଉ ୧୬:୪; ମାର୍କ ୮:୧୨।
40“ଯୁନସ ଯେପରି ମାଛ ପେଟରେ ତିନି ଦିନ ଓ ତିନି ରାତି ରହିଥିଲେ, ସେହିପରି ମନୁଷ୍ୟପୁତ୍ର ମଧ୍ୟ ଭୂଗର୍ଭରେ ତିନି ଦିନ ଓ ତିନି ରାତି ଅତିବାହିତ କରିବେ।#ଯୂନସ ୧:୧୭। 41ବିଚାର ଦିନରେ ନିନିବୀର ଲୋକମାନେ ତୁମ୍ଭମାନଙ୍କ ବିରୁଦ୍ଧରେ ଅଭିଯୋଗ କରିବାକୁ ଠିଆ ହେବେ, କାରଣ ଯୂନସଙ୍କ ପ୍ରଚାର ଶୁଣି ସେମାନେ ପାପ ପଥରୁ ଫେରି ଆସିଲେ। ମୁଁ ତୁମ୍ଭମାନଙ୍କୁ କହୁଛି, ଯୂନସଙ୍କଠାରୁ ମହାନ୍ ଜଣେ ଏଠାରେ ଅଛନ୍ତି।#ଯୂନସ ୩:୫। 42ବିଚାର ଦିନରେ ଶିବାର ରାଣୀ ତୁମ୍ଭମାନଙ୍କର ଦୋଷ ଦେଖାଇବା ନାଇଁ ଠିଆ ହେବେ, କାରଣ ଶଲୋମନଙ୍କ ଜ୍ଞାନପୂର୍ଣ କଥା ଶୁଣିବା ପାଇଁ ସୁଦୂର ଦେଶରୁ ସେ ଆସିତିଲେ; କିନ୍ତୁ ମୁଁ ତୁମ୍ଭମାନଙ୍କୁ ନିଶ୍ଚିତ ଭାବରେ କହୁଛି, ଶଲୋମନଙ୍କଠାରୁ ମହୀୟାନ ଜଣେ ଏରଡାରେ ଅଛନ୍ତି।#୧ ରାଜାବଳୀ 9:1-12।
ପ୍ରେତାତ୍ମାର ପ୍ରତ୍ୟାବର୍ତ୍ତନ
(ଲୂକ ୧୧:୨୪-୨୬)
43“ମନୁଷ୍ୟ। ଦେହରୁ ବାହାରି ଯିବା ପରେ ଗୋଟିଏ ପ୍ରେତାତ୍ମା ମରୁଞ୍ଚଳରେ ବିଚରଣ କରି ଆଉ ଗୋଟିଏ ଆଶ୍ରୟ ସ୍ଥଳ ଖୋଜେ। 44ତା’ ନ ଉଚ୍ଛା କରେ। ଯଦି ଫେରିଯାଇ ଦେଖେ, ସେହି ଘର ସଫାସୁତ୍ରୁରା ହୋଇ ଖଶଲି ପଡ଼ିଛି, 45ତା’ଠାରୁ ଆହୁରି ଦୁଷ୍ଟ ସାତ ଜଣେ ପ୍ରେରିତ ନିମନ୍ତ୍ରଣ କରି ଆ;ଣ ଏବଂ ସେମାନେ ସମସ୍ତେ ସେହି ଘରେ ବାସ କରନ୍ତି। ଏହାଦ୍ୱାରା, ସେହି ଭୂତଗ୍ରସ୍ତ ମନୁଷ୍ୟର ଶେଷ ଦଶା ପୂର୍ବ ଦଶା ଅପେକ୍ଷା ଅଧିକ ଶୋଚନୀୟ ହୁଏ। ଏହି ଯୁଗର ଖଳ ଲୋକମାନେ ଏହିପରି ଶୋଚନୀୟ ଦଶା ଭୋଗିବେ।”
ଯୀଶୁଙ୍କ ମାଆ ଓ ଭାଇମାନେ
(ମାର୍କ ୩:୩୧-୩୫; ଲୂକ ୮:୧୯-୨୧)
46ଯୀଶୁ ଲୋକମାନଙ୍କ ସହିତ କଥାବାର୍ତ୍ତା ହେବାବେଳେ ତାଙ୍କ ମାଆ ଓ ଭାଇମାନେ ସେହି ସ୍ଥାନରେ ପହଞ୍ଚି ତାଙ୍କୁ କିଛି କହତବା ପାଇଁ ବାହାରେ ଅପେକ୍ଷା କରି ତାଙ୍କୁ ଡକାଇଲେ। 47ଜଣେ ଲୋକ ଆସି ଯୀଶୁଙ୍କୁ କହିଲା, “ଦେଖନ୍ତୁ, ଆପଣଙ୍କ ମାଆ ଓ ଭାଇମାନେ ଆପଣଙ୍କ ପାଇଁ ବାହାରେ ଅପେକ୍ଷା କରିଛନ୍ତି।”
48ଯୀଶୁ ଉତ୍ତର ଦେଲେ, “କିଏ ମୋର ମାଆ ଓ କିଏ ମୋର ଭାଇ?” 49ଶିଷ୍ୟମାନଙ୍କ ଆଡ଼କୁ ହାତ ଦେଖାଇ କହିଲେ, “ଏହିମାନେ ହେଉଛନ୍ତି ମୋର ମାଆ ଓ ଭାଇ। 50ଯେ କେହି ମୋହର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଡ଼ନ କରେ, ସେ ମୋର ଭାଇ, ମୋର ଭଉଣୀ ଓ ମୋର ମାଆ।”

Highlight

Share

Copy

None

Want to have your highlights saved across all your devices? Sign up or sign in