ଗୀତସଂହିତା 120
120
ସାହାଯ୍ୟ ପ୍ରାର୍ଥନା
ଆରୋହଣ ଗୀତ।
1ମୁଁ ଆପଣା ବିପଦରେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲି, ତହିଁରେ ସେ ମୋତେ ଉତ୍ତର ଦେଲେ।
2ହେ ସଦାପ୍ରଭୋ, ମିଥ୍ୟାବାଦୀ ଓଷ୍ଠାଧରରୁ ଓ ପ୍ରବଞ୍ଚକ ଜିହ୍ଵାରୁ ମୋʼ ପ୍ରାଣକୁ ଉଦ୍ଧାର କର।
3ହେ ପ୍ରବଞ୍ଚକ ଜିହ୍ଵେ, ତୁମ୍ଭକୁ କଅଣ ଦିଆଯିବ ଓ ତୁମ୍ଭ ପ୍ରତି ଅଧିକ କଅଣ କରାଯିବ?
4ବୀରର ତୀକ୍ଷ୍ଣ ତୀର ଓ ରେତମ କାଷ୍ଠର ଅଙ୍ଗାର।
5ହାୟ, ହାୟ, ମୁଁ ମେଶକରେ ପ୍ରବାସ କରେ। ମୁଁ କେଦାରର ତମ୍ଵୁସମୂହ ମଧ୍ୟରେ ବାସ କରେ।
6ଶାନ୍ତି ଘୃଣାକାରୀ ଲୋକ ସହିତ ମୋʼ ପ୍ରାଣ ଦୀର୍ଘ କାଳ ବାସ କରିଅଛି।
7ମୁଁ ଶାନ୍ତି ଚାହେଁ; ମାତ୍ର ମୁଁ କଥା କହିଲେ, ସେମାନେ ଯୁଦ୍ଧ ଚାହାନ୍ତି।
Currently Selected:
ଗୀତସଂହିତା 120: ODIAOV-BSI
Highlight
Share
Copy
Want to have your highlights saved across all your devices? Sign up or sign in
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.