1
ମାଥିଉ 16:24
ପବିତ୍ର ବାଇବଲ
ତା'ପରେ ଯୀଶୁ ତାହାଙ୍କର ଶିଷ୍ୟମାନଙ୍କୁ କହିଲେ, “ଯଦି କେହି ଲୋକ ମୋର ଅନୁସରଣ କରିବାକୁ ଇଚ୍ଛା କରୁଛି, ତେବେ ସେ ନିଜ ବିଷୟରେ ଭୁଲିଯାଉ। ସେ ଲୋକକୁ ଦିଆଯାଇଥିବା ଯାତନାର କ୍ରୁଶ ବହନ କରୁ, ତା'ପରେ ସେ ମୋର ଅନୁସରଣ କରିବା ଉଚିତ୍।
Compare
Explore ମାଥିଉ 16:24
2
ମାଥିଉ 16:18
ମୁଁ ମଧ୍ୟ ତୁମ୍ଭକୁ କହି ରଖୁଛି ଯେ ତୁମ୍ଭେ ହେଉଛ ପିତର ଏବଂ ମୁଁ ଏହି ପଥର ଉପରେ ମୋର ମଣ୍ଡଳୀ ତୋଳିବି। ମୃତ୍ୟୁଶକ୍ତି ମୋର ମଣ୍ଡଳୀକୁ ପରାଜିତ କରିବାକୁ ସମର୍ଥ ହୋଇପାରିବ ନାହିଁ।
Explore ମାଥିଉ 16:18
3
ମାଥିଉ 16:19
ସ୍ୱର୍ଗରାଜ୍ୟର ଗ୍ଭବିଗୁଡ଼ିକ ମୁଁ ତୁମ୍ଭକୁ ଦେବି। ତେଣୁ ଏ ପୃଥିବୀରେ ଯେତେବେଳେ ତୁମ୍ଭେ ନ୍ୟାୟବିଗ୍ଭର କରିବ, ସେହି ନ୍ୟାୟବିଗ୍ଭର ପରମେଶ୍ୱରଙ୍କର ନ୍ୟାୟବିଗ୍ଭର ହେବ। ଏ ପୃଥିବୀରେ ଯେତେବେଳେ ତୁମ୍ଭେ କ୍ଷମା ଦେବ, ସେହି କ୍ଷମା ପରମେଶ୍ୱରଙ୍କର କ୍ଷମା ହେବ।”
Explore ମାଥିଉ 16:19
4
ମାଥିଉ 16:25
ଯେଉଁ ଲୋକ ତା’ ନିଜ ଜୀବନ ରକ୍ଷା କରିବାକୁ ଗ୍ଭହୁଁଥିବ, ସେ ଏହାକୁ ହରେଇ ବସିବ। ମୋ’ ପାଇଁ ଜୀବନ ଦେଉଥିବା ପ୍ରତ୍ୟେକ ଲୋକ ଏହାକୁ ରକ୍ଷା କରିବ।
Explore ମାଥିଉ 16:25
5
ମାଥିଉ 16:26
ଯଦି ଜଣେ ଲୋକ ନିଜ ଆତ୍ମାକୁ ହରେଇ ସାରା ସଂସାର ପାଏ, ତେବେ ସେଥିରେ ତାହାର କି ଲାଭ ହେବ? ନିଜର ଆତ୍ମାକୁ ଥରେ ହରେଇ ପୁଣି ଥରେ କିଣିବା ପାଇଁ କେହି କେବେ ହେଲେ ଯଥେଷ୍ଟ ଧନ ଦେଇ ପାରିବ ନାହିଁ।
Explore ମାଥିଉ 16:26
6
ମାଥିଉ 16:15-16
ଯୀଶୁ କହିଲେ, “ମୁଁ କିଏ ବୋଲି ତୁମ୍ଭେ କ’ଣ କହୁଛ?” ଶିମୋନ ପିତର ଉତ୍ତର ଦେଲେ, “ଆପଣ ହେଉଛନ୍ତି ଖ୍ରୀଷ୍ଟ, ଜୀବନ୍ତ ପରମେଶ୍ୱରଙ୍କ ପୁତ୍ର।”
Explore ମାଥିଉ 16:15-16
7
ମାଥିଉ 16:17
ଉତ୍ତରରେ ଯୀଶୁ କହିଲେ, “ହେ ଶିମୋନ! ଯୂନସଙ୍କ ପୁତ୍ର! ତୁମ୍ଭେ ଧନ୍ୟ! ଏ କଥା ତୁମ୍ଭକୁ କୌଣସି ମଣିଷ ଶିଖାଇ ନାହିଁ। ମୋ’ ସ୍ୱର୍ଗୀୟ ପିତା ତୁମ୍ଭକୁ ଏ କଥା ଶିଖାଇଛନ୍ତି।
Explore ମାଥିଉ 16:17
Home
Bible
Plans
Videos