1
ମାଥିଉ 15:18-19
ପବିତ୍ର ବାଇବଲ
କିନ୍ତୁ ଜଣେ ଲୋକ ଯେଉଁ ମନ୍ଦ କଥା ପାଟିରେ କହେ, ତାହା ପ୍ରକୃତରେ ତା'ର ମନ ଭିତରୁ ଆସିଥାଏ। ଏହା ଲୋକକୁ ଅପବିତ୍ର କରିଥାଏ। କାରଣ ଖରାପ ଭାବନା, ହତ୍ୟା, ବ୍ୟଭିଗ୍ଭର, ଯୌନାଗ୍ଭର, ଗ୍ଭେରି, ମିଥ୍ୟାସାକ୍ଷ୍ୟ ଓ ନିନ୍ଦା ଆଦି ଖରାପ ବିଷୟଗୁଡ଼ିକ ପ୍ରଥମେ ମଣିଷର ମନ ଭିତରେ ସୃଷ୍ଟି ହୁଏ।
Compare
Explore ମାଥିଉ 15:18-19
2
ମାଥିଉ 15:11
ମଣିଷ ମୁହଁ ଭିତରକୁ ଯାଇଥିବା ବିଷୟ ଯୋଗୁଁ ଅପବିତ୍ର ହୋଇଯାଏ ନାହିଁ ବରଂ ତା'ର ମୁଖରୁ ବାହାରୁଥିବା ବିଷୟ ଯୋଗୁଁ ସେ ଅପବିତ୍ର ହୋଇଥାଏ।”
Explore ମାଥିଉ 15:11
3
ମାଥିଉ 15:8-9
ଏମାନେ କେବଳ ମୁଖରେ ମୋର ଆଦର କରନ୍ତି, କିନ୍ତୁ ସେମାନଙ୍କ ମନକଥା ମୋ'ଠାରୁ ବହୁତ ଦୂରରେ ରହିଥାଏ। ସେମାନେ ମୋତେ ଯେଉଁ ଉପାସନା କରନ୍ତି, ତାହା ମୂଲ୍ୟହୀନ। ସେମାନେ ଯେଉଁସବୁ ବିଷୟ ଶିକ୍ଷା ଦିଅନ୍ତି ତାହା କେବଳ ମଣିଷ ତିଆରି ବିଧିବିଧାନ।’”
Explore ମାଥିଉ 15:8-9
4
ମାଥିଉ 15:28
ତା'ପରେ ଯୀଶୁ କହିଲେ, “ହେ ନାରୀ! ତୁମ୍ଭର ଗଭୀର ବିଶ୍ୱାସ ରହିଛି। ତୁମ୍ଭେ ମୋ'ଠାରୁ ଯାହା ଗ୍ଭହିଁଛ, ମୁଁ ତାହା କରିଦେବି।” ଏହା କହିବା ମାତ୍ରେ ସେହି ସ୍ତ୍ରୀର ଝିଅଟି ସମ୍ପୂର୍ଣ୍ଣ ରୂପେ ଭଲ ହୋଇଗଲା।
Explore ମାଥିଉ 15:28
5
ମାଥିଉ 15:25-27
ତା'ପରେ ସେ ସ୍ତ୍ରୀ ଯୀଶୁଙ୍କ ନିକଟକୁ ପୁଣି ଥରେ ଆସିଲା। ସେ ଯୀଶୁଙ୍କୁ ପ୍ରଣାମ କରି କହିଲା, “ହେ ପ୍ରଭୁ! ମୋତେ ସାହାଯ୍ୟ କରନ୍ତୁ।” ଯୀଶୁ କହିଲେ, “ପିଲାମାନଙ୍କ ଖାଦ୍ୟନେଇ କୁକୁରଗୁଡ଼ିକୁ ଦେଇଦେବା ଠିକ୍ କାମ ହେବ ନାହିଁ।” ସେହି ସ୍ତ୍ରୀ କହିଲା, “ହଁ ପ୍ରଭୁ, ଏହା ଠିକ୍ କଥା। କିନ୍ତୁ ସେମାନଙ୍କ ମାଲିକମାନଙ୍କର ଖାଇବା ଟେବୁଲ ଉପରୁ ଖସି ପଡ଼ୁଥିବା ଖାଦ୍ୟ କଣିକାସବୁ କୁକୁରଗୁଡ଼ିକ ଖାଇଥା’ନ୍ତି।”
Explore ମାଥିଉ 15:25-27
Home
Bible
Plans
Videos