1
ମାର୍କଲିଖିତ ସୁସମାଚାର 9:23
ପବିତ୍ର ବାଇବଲ (CL) NT (BSI)
ଯୀଶୁ କହିଲେ, “ହଁ! ଯେ ବିଶ୍ୱାସ କରେ, ତା’ ପକ୍ଷରେ ସବୁ ସମ୍ଭବ।”
Compare
Explore ମାର୍କଲିଖିତ ସୁସମାଚାର 9:23
2
ମାର୍କଲିଖିତ ସୁସମାଚାର 9:24
ବାଳକର ବାପା ଉଚ୍ଚସ୍ୱରରେ କହିଲା, “ମୋର ବିଶ୍ୱାସ ଅଛି, କିନ୍ତୁ ଯଥେଷ୍ଟ ନୁହେଁ। ମୋ’ ବିଶ୍ୱାସ ବଢ଼ାଇବା ପାଇଁ ମୋତେ ସାହାଯ୍ୟ କରନ୍ତୁ।”
Explore ମାର୍କଲିଖିତ ସୁସମାଚାର 9:24
3
ମାର୍କଲିଖିତ ସୁସମାଚାର 9:28-29
ଯୀଶୁ ଘର ଭିତରକୁ ଯିବା ପରେ ଶିଷ୍ୟମାନେ ତାଙ୍କୁ ନିଭୃତରେ ପଚାରିଲେ, “ଆମେ କାହିଁକି ସେହି ପ୍ରେତାତ୍ମାକୁ ତଡ଼ିଦେଇ ପାରିବୁ ନାହିଁ?” ଯୀଶୁ ଉତ୍ତର ଦେଲେ, “ଏହି ପ୍ରକାର ପ୍ରେତାତ୍ମାମାନଙ୍କୁ କେବଳ ପ୍ରାର୍ଥନାର ଶକ୍ତି ଦ୍ୱାରା ବାହାର କରି ଦିଆଯାଇ ପାରିବ - ଅନ୍ୟ ଉପାୟ ନାହିଁ।”
Explore ମାର୍କଲିଖିତ ସୁସମାଚାର 9:28-29
4
ମାର୍କଲିଖିତ ସୁସମାଚାର 9:50
“ଲବଣ ଗୋଟିଏ ଉତ୍ତମ ପଦାର୍ଥ; କିନ୍ତୁ ଲବଣ ଯଦି ତା’ର ଲବଣତ୍ୱ ହରାଏ, ତାକୁ କିପରି ଲବଣାକ୍ତ କରାଯାଇପାରେ? “ତୁମ୍ଭମାନଙ୍କ ଅନ୍ତରରେ ବନ୍ଧୁତ୍ୱ ରୂପକ ଲବଣ ରହୁ, ତା’ହେଲେ ତୁମ୍ଭେମାନେ ପରସ୍ପର ସହିତ ଶାନ୍ତିରେ ବାସ କରିପାରିବ।”
Explore ମାର୍କଲିଖିତ ସୁସମାଚାର 9:50
5
ମାର୍କଲିଖିତ ସୁସମାଚାର 9:37
“ଯେ କେହି ମୋ’ ନାମରେ ଏଭଳି ଗୋଟିଏ ଶିଶୁକୁ ସ୍ୱାଗତ କରେ, ସେ ମୋତେ ସ୍ୱାଗତ କରେ ଏବଂ ଯେ ମୋତେ ଗ୍ରହଣ କରେ, ସେ କେବଳ ମୋତେ ନୁହେଁ, ମୋର ପ୍ରେରଣକର୍ତ୍ତାଙ୍କୁ ମଧ୍ୟ ଗ୍ରହଣ କରେ।”
Explore ମାର୍କଲିଖିତ ସୁସମାଚାର 9:37
6
ମାର୍କଲିଖିତ ସୁସମାଚାର 9:41
ମୁଁ ପ୍ରତିଜ୍ଞା କରି କହୁଛି, ମୋର ଅନୁଗାମୀ ବୋଲି ତୁମ୍ଭମାନଙ୍କୁ କେହି ଯଦି ପିଇବା ପାଇଁ ଗିଲାସେ ପାଣି ଦିଏ, ସେ ନିଶ୍ଚୟ ସେଥିପାଇଁ ପୁରସ୍କୃତ ହେବ।
Explore ମାର୍କଲିଖିତ ସୁସମାଚାର 9:41
7
ମାର୍କଲିଖିତ ସୁସମାଚାର 9:42
“ଯେ କେହି ମୋର ଏହି ବିଶ୍ୱାସୀମାନଙ୍କ ମଧ୍ୟରୁ ସବୁଠାରୁ ନଗଣ୍ୟ ଜଣକର ବିଶ୍ୱାସରେ ବିଘ୍ନ ଘଟାଏ, ତା’ ଗଳାରେ ଗୋଟିଏ ଚକିପଥର ବାନ୍ଧି ତାକୁ ସମୁଦ୍ର ଭିତରେ ଫୋପାଡ଼ି ଦେବା ତା’ ପାଇଁ ଶ୍ରେୟସ୍କର ହେବ।
Explore ମାର୍କଲିଖିତ ସୁସମାଚାର 9:42
8
ମାର୍କଲିଖିତ ସୁସମାଚାର 9:47
ଯଦି ତୁମର ଗୋଟିଏ ଆଖି ଯୋଗୁ ବିଶ୍ୱାସ ହରାଉଥାଅ, ତାକୁ ଓପାଡ଼ି ଦିଅ। ଦୁଇଟି ଆଖି ଥାଇ ନରକରେ ନିକ୍ଷିପ୍ତ ହେବାଠାରୁ, ଗୋଟିଏ ଆଖି ଥାଇ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ଶ୍ରେୟସ୍କର।
Explore ମାର୍କଲିଖିତ ସୁସମାଚାର 9:47
Home
Bible
Plans
Videos