1
ମାର୍କଲିଖିତ ସୁସମାଚାର 10:45
ପବିତ୍ର ବାଇବଲ (CL) NT (BSI)
ମନୁଷ୍ୟପୁତ୍ର ସୁଦ୍ଧା ସେବା ପାଇବାକୁ ଆସି ନାହାନ୍ତି, କିନ୍ତୁ ସେବା କରିବାକୁ ଏବଂ ସମସ୍ତଙ୍କ ମୁକ୍ତିର ମୂଲ୍ୟ ସ୍ୱରୂପ ନିଜର ଜୀବନ ଉତ୍ସର୍ଗ କରିବାକୁ ଆସିଛନ୍ତି।”
Compare
Explore ମାର୍କଲିଖିତ ସୁସମାଚାର 10:45
2
ମାର୍କଲିଖିତ ସୁସମାଚାର 10:27
ଯୀଶୁ ସେମାନଙ୍କୁ ସିଧା ସଳଖ ଚାହିଁ କହିଲେ, “ମନୁଷ୍ୟ ପକ୍ଷରେ ଏହା ଅସାଧ୍ୟ, କିନ୍ତୁ ଈଶ୍ୱରଙ୍କ ପକ୍ଷରେ ନୁହେଁ; ଈଶ୍ୱର ସବୁ କରିପାରନ୍ତି।”
Explore ମାର୍କଲିଖିତ ସୁସମାଚାର 10:27
3
ମାର୍କଲିଖିତ ସୁସମାଚାର 10:52
ଅନ୍ଧ କହିଲା, “ଗୁରୁ! ମୁଁ ଦୃଷ୍ଟିଶକ୍ତି ଫେରି ପାଇବାକୁ ଚାହେଁ।” ଯୀଶୁ ତାକୁ କହିଲେ, “ଯାଅ, ତୁମର ବିଶ୍ୱାସ ତୁମକୁ ସୁସ୍ଥ କରିଛି।” ସଙ୍ଗେ ସଙ୍ଗେ ଅନ୍ଧ ତା’ର ଦୃଷ୍ଟିଶକ୍ତି ଫେରି ପାଇଲା ଏବଂ ସେ ମଧ୍ୟ ଯୀଶୁଙ୍କ ପଛେ ପଛେ ଚାଲିଲା।
Explore ମାର୍କଲିଖିତ ସୁସମାଚାର 10:52
4
ମାର୍କଲିଖିତ ସୁସମାଚାର 10:9
ଈଶ୍ୱର ଯେଉଁମାନଙ୍କୁ ସଂଯୁକ୍ତ କରିଛନ୍ତି, ମନୁଷ୍ୟ ସେମାନଙ୍କୁ ବିଚ୍ଛିନ୍ନ ନ କରୁ।”
Explore ମାର୍କଲିଖିତ ସୁସମାଚାର 10:9
5
ମାର୍କଲିଖିତ ସୁସମାଚାର 10:21
ଯୀଶୁ ତା’ ଆଡ଼କୁ ସ୍ନେହଭରା ଦୃଷ୍ଟିରେ ଚାହିଁ କହିଲେ, “ଗୋଟିଏ ବିଷୟ କେବଳ ତୁମର ଅଭାବ ରହିଛି। ଯାଅ, ତୁମର ସମସ୍ତ ସମ୍ପତ୍ତି ବିକ୍ରୟ କରି ସେହି ଧନ, ଗରିବମାନଙ୍କୁ ଦାନ କର, ତା’ହେଲେ ତୁମେ ସ୍ୱର୍ଗରେ ଧନ ପାଇବ। ଏହାପରେ ଆସି ମୋର ଅନୁଗମନ କର।”
Explore ମାର୍କଲିଖିତ ସୁସମାଚାର 10:21
6
ମାର୍କଲିଖିତ ସୁସମାଚାର 10:51
ଯୀଶୁ ତାକୁ ପଚାରିଲେ, “ତୁମ ପାଇଁ ମୁଁ କ’ଣ କରିବି ବୋଲି ଚାହୁଁଛ?”
Explore ମାର୍କଲିଖିତ ସୁସମାଚାର 10:51
7
ମାର୍କଲିଖିତ ସୁସମାଚାର 10:43
କିନ୍ତୁ ତୁମେ ଏହି ନୀତିରେ ଚଳିବ ନାହିଁ। ତୁମ ଭିତରୁ ଜଣେ ଯଦି ବଡ଼ ହେବାକୁ ଚାହେଁ, ସେ ଅନ୍ୟମାନଙ୍କର ସେବକ ହେଉ
Explore ମାର୍କଲିଖିତ ସୁସମାଚାର 10:43
8
ମାର୍କଲିଖିତ ସୁସମାଚାର 10:15
ଏକଥା ମୁଁ ନିଶ୍ଚିତ ଭାବରେ କହୁଛି ଯେ, ଶିଶୁ ପରି ଜଣେ ଈଶ୍ୱରଙ୍କ ରାଜ୍ୟ ଗ୍ରହଣ କରିବାକୁ ପ୍ରସ୍ତୁତ ନ ହେଲେ, ସେ ସେଥିରେ ପ୍ରବେଶ କରିପାରିବ ନାହିଁ।”
Explore ମାର୍କଲିଖିତ ସୁସମାଚାର 10:15
9
ମାର୍କଲିଖିତ ସୁସମାଚାର 10:31
ଯେଉଁମାନେ ବର୍ତ୍ତମାନ ଆଗରେ ଅଛନ୍ତି, ସେମାନଙ୍କ ମଧ୍ୟରୁ ଅନେକେ ପଛରେ ପଡ଼ିଯିବେ ଏବଂ ଯେଉଁମାନେ ଏବେ ପଛରେ ଅଛନ୍ତି; ସେମାନଙ୍କ ମଧ୍ୟରୁ ଅନେକେ ଆଗକୁ ଯିବେ।”
Explore ମାର୍କଲିଖିତ ସୁସମାଚାର 10:31
10
ମାର୍କଲିଖିତ ସୁସମାଚାର 10:6-8
କିନ୍ତୁ ସୃଷ୍ଟି ସମୟରେ ଈଶ୍ୱର ମନୁଷ୍ୟକୁ ନର ଓ ନାରୀ ରୂପେ ଗଢ଼ିଥିଲେ ଏବଂ ଶାସ୍ତ୍ରରେ କୁହାଯାଇଛି ଯେ, ସେଥିପାଇଁ ପୁରୁଷ ପିତାମାତାଙ୍କୁ ଛାଡ଼ି ତା’ର ସ୍ତ୍ରୀ ସହିତ ସଂଯୁକ୍ତ ହେବ ଏବଂ ସେମାନେ ମିଳିତ ହୋଇ ଏକ ହେବେ। ସେମାନେ ଆଉ ଦୁଇ ହୋଇ ରହିବେ ନାହିଁ, କିନ୍ତୁ ଏକ ହେବେ।
Explore ମାର୍କଲିଖିତ ସୁସମାଚାର 10:6-8
Home
Bible
Plans
Videos