1
ମାର୍କଲିଖିତ ସୁସମାଚାର 16:15
ପବିତ୍ର ବାଇବଲ (CL) NT (BSI)
ପୁଣି ସେ କହିଲେ, “ସମଗ୍ର ଜଗତକୁ ଯାଇ ମୋର ଏହି ଶୁଭବାର୍ତ୍ତା ସମସ୍ତଙ୍କ ନିକଟରେ ପ୍ରଚାର କର।
Compare
Explore ମାର୍କଲିଖିତ ସୁସମାଚାର 16:15
2
ମାର୍କଲିଖିତ ସୁସମାଚାର 16:17-18
ବିଶ୍ୱାସୀମାନେ ଅଲୌକିକ କାର୍ଯ୍ୟ କରିବାକୁ ଶକ୍ତି ପାଇବେ। ମୋ’ ନାମରେ ସେମାନେ ଭୂତ ଛଡ଼ାଇବେ, ଅଜଣା ଭାଷାରେ କଥା କହିବେ, ସାପକୁ ଧରିଲେ କିମ୍ବା ବିଷପାନ କଲେ, ସେମାନଙ୍କର କିଛି କ୍ଷତି ହେବ ନାହିଁ। ସେମାନେ ପୀଡ଼ିତ ଲୋକମାନଙ୍କ ଉପରେ ହସ୍ତାର୍ପଣ କଲେ, ସେମାନେ ସୁସ୍ଥ ହେବେ।”
Explore ମାର୍କଲିଖିତ ସୁସମାଚାର 16:17-18
3
ମାର୍କଲିଖିତ ସୁସମାଚାର 16:16
ଯେ କେହି ଏଥିରେ ବିଶ୍ୱାସ କରି ଜଳଦୀକ୍ଷା ଗ୍ରହଣ କରିବ, ସେ ପରିତ୍ରାଣ ପାଇବ। ଯେ ବିଶ୍ୱାସ କରିବ ନାହିଁ, ସେ ଦୋଷୀ ସାବ୍ୟସ୍ତ ହେବ।
Explore ମାର୍କଲିଖିତ ସୁସମାଚାର 16:16
4
ମାର୍କଲିଖିତ ସୁସମାଚାର 16:20
ଶିଷ୍ୟମାନେ ଯାଇ ସର୍ବତ୍ର ପ୍ରଚାର କଲେ। ସେମାନଙ୍କ ବାର୍ତ୍ତା ସତ୍ୟ ବୋଲି ପ୍ରମାଣିତ କରିବାକୁ ପ୍ରଭୁ ସେମାନଙ୍କ ସହିତ ବିଦ୍ୟମାନ ରହି ଅଲୌକିକ କାର୍ଯ୍ୟ କରିବା ପାଇଁ ସେମାନଙ୍କୁ ଶକ୍ତି ଦେଲେ।) (ସେହି ସ୍ତ୍ରୀ ଲୋକମାନେ ପିତର ଓ ତାହାଙ୍କ ସଙ୍ଗୀମାନଙ୍କ ନିକଟକୁ ଯାଇ ଯାହା ଶୁଣିଥିଲେ, ତାହା ସବୁ ସେମାନଙ୍କୁ ଜଣାଇଲେ। ଏହା ପରେ ସ୍ୱୟଂ ଯୀଶୁ ଅନନ୍ତ ପରିତ୍ରାଣର ଏହି ପବିତ୍ର ଚିର ଜୀବନ୍ତ ବାର୍ତ୍ତାକୁ ପୂର୍ବରୁ ପଶ୍ଚିମ ଯାଏ ପ୍ରଚାର କରିବା ପାଇଁ ଶିଷ୍ୟମାନଙ୍କୁ ପ୍ରେରଣ କଲେ।)
Explore ମାର୍କଲିଖିତ ସୁସମାଚାର 16:20
5
ମାର୍କଲିଖିତ ସୁସମାଚାର 16:6
ଯୁବକ କହିଲେ, “ଭୟ କର ନାହିଁ। ମୁଁ ଜାଣେ, ତୁମେ କ୍ରୁଶରେ ହତ ନାଜରିତୀୟ ଯୀଶୁଙ୍କୁ ଖୋଜୁଛ। ସେ ଏଠାରେ ନାହାନ୍ତି। ସେ ପୁନର୍ଜୀବିତ ହୋଇଛନ୍ତି। ଦେଖ, ସେମାନେ ଏ ସ୍ଥାନରେ ତାଙ୍କୁ ରଖିଥିଲେ।
Explore ମାର୍କଲିଖିତ ସୁସମାଚାର 16:6
6
ମାର୍କଲିଖିତ ସୁସମାଚାର 16:4-5
କିନ୍ତୁ ସେମାନେ ଚାହିଁ ଦେଖିଲେ, ପଥରଟି ଗଡ଼ାଇ ଦିଆଯାଇଛି। ପୁଣି କବର ଭିତରକୁ ଯାଇ ଦେଖିଲେ ଯେ ସେଠାରେ ଶୁକ୍ଲବସ୍ତ୍ର ପରିହିତ ଜଣେ ଯୁବକ କବରର ଦକ୍ଷିଣ ପାଶ୍ୱର୍ରେ ବସିଛନ୍ତି। ଏସବୁ ଦେଖି ସେମାନେ ଭୟଭୀତ ହେଲେ।
Explore ମାର୍କଲିଖିତ ସୁସମାଚାର 16:4-5
Home
Bible
Plans
Videos