ମୁଁ ମୋ’ ପିତାଙ୍କୁ ପ୍ରାର୍ଥନା କରିବି ଓ ତୁମ୍ଭମାନଙ୍କ ସହିତ ଚିରକାଳ ରହିବା ପାଇଁ ସେ ଆଉ ଜଣେ ସହାୟକଙ୍କୁ ପ୍ରେରଣ କରିବେ। ସେ ହେଉଛନ୍ତି, ‘ସତ୍ୟମୟ ଆତ୍ମା’। ଏହି ଜଗତ ତାଙ୍କୁ ଗ୍ରହଣ କରିପାରିବ ନାହିଁ, କାରଣ ଜଗତ ତାଙ୍କୁ ଦେଖିପାରିବ ନାହିଁ, କି ଚିହ୍ନି ପାରିବ ନାହିଁ। କିନ୍ତୁ ତୁମ୍ଭେମାନେ ତାଙ୍କୁ ଜାଣିବ। କାରଣ ତୁମ୍ଭମାନଙ୍କ ସହିତ ସେ ବାସ କରିବେ। ତୁମ ଅନ୍ତରରେ ସେ ରହିବେ।