1
ଯୋହନ 10:10
ପବିତ୍ର ବାଇବଲ (CL) NT (BSI)
ଚୋର ଆସେ ଚୋରି, ହତ୍ୟା ଓ ଧ୍ୱଂସ କରିବାକୁ। ମୁଁ ଆସିଛି, ତୁମ୍ଭମାନଙ୍କୁ ଜୀବନ ଦେବାକୁ- ତୁମ୍ଭେମାନେ ଯେପରି ଜୀବନର ପ୍ରାଚୁର୍ଯ୍ୟ ଉପଭୋଗ କରିପାରିବ।
Compare
Explore ଯୋହନ 10:10
2
ଯୋହନ 10:11
“ମୁଁ ଶ୍ରେଷ୍ଠ ମେଷପାଳକ। ମେଷମାନଙ୍କ ପାଇଁ ମୁଁ ପ୍ରାଣ ଦେବାକୁ ପ୍ରସ୍ତୁତ।
Explore ଯୋହନ 10:11
3
ଯୋହନ 10:27
ମୋ’ ମେଷମାନେ ମୋର ଡାକ ଶୁଣନ୍ତି। ମୁଁ ସେମାନଙ୍କୁ ଜାଣେ ଏବଂ ସେମାନେ ମୋତେ ଅନୁସରଣ କରନ୍ତି।
Explore ଯୋହନ 10:27
4
ଯୋହନ 10:28
ମୁଁ ସେମାନଙ୍କୁ ଅନନ୍ତ ଜୀବନ ଦାନ କରେ, ସେମାନେ କେବେ ବିନଷ୍ଟ ହେବେ ନାହିଁ। ସେମାନଙ୍କୁ ମୋ’ ପାଖରୁ କେହି ଛଡ଼ାଇ ନେଇ ପାରିବ ନାହିଁ।
Explore ଯୋହନ 10:28
5
ଯୋହନ 10:9
ମୁଁ ହେଉଛି ଦ୍ୱାର। ଯେ ମୋ’ ଦେଇ ପ୍ରବେଶ କରେ, ସେ ରକ୍ଷା ପାଇବ ଏବଂ ଭିତରକୁ ଓ ବାହାରକୁ ଯାଇ ଚରା ପାଇବ।
Explore ଯୋହନ 10:9
6
ଯୋହନ 10:14
ମୁଁ ଶ୍ରେଷ୍ଠ ମେଷପାଳକ। ପିତା ଈଶ୍ୱର ମୋତେ ଯେପରି ଜାଣନ୍ତି ଓ ମୁଁ ଯେପରି ପିତା ଈଶ୍ୱରଙ୍କୁ ଜାଣେ
Explore ଯୋହନ 10:14
7
ଯୋହନ 10:29-30
ମୋର ପିତା ମୋତେ ଯାହା ଦେଇଛନ୍ତି, ତାହା ସବୁଠାରୁ ବହୁମୂଲ୍ୟ। ପିତାଙ୍କ ତତ୍ତ୍ୱାବଧାନରୁ କେହି ସେମାନଙ୍କୁ ଛଡ଼ାଇ ନେଇ ପାରିବ ନାହିଁ। ପିତା ଈଶ୍ୱର ଓ ମୁଁ ଏକ।”
Explore ଯୋହନ 10:29-30
8
ଯୋହନ 10:15
ମୁଁ ସେହିପରି ମୋ’ ମେଷମାନଙ୍କୁ ମଧ୍ୟ ଜାଣେ ଏବଂ ସେମାନେ ମଧ୍ୟ ମୋତେ ଜାଣନ୍ତି। ମୁଁ ସେମାନଙ୍କ ପାଇଁ ମୋ ଜୀବନ ଦେବାକୁ ପ୍ରସ୍ତୁତ।
Explore ଯୋହନ 10:15
9
ଯୋହନ 10:18
ମୋ’ ଜୀବନକୁ ଅନ୍ୟ କେହି ନେଇ ପାରିବ ନାହିଁ। ତାହା ମୁଁ ସ୍ୱେଚ୍ଛାରେ ଦାନ କରିବି। ନିଜ ଜୀବନ ଦାନ କରିବା ପାଇଁ ଓ ତାକୁ ଫେରାଇ ଆଣିବା ପାଇଁ ମୋର ଅଧିକାର ଅଛି। ଏହା କରିବା ପାଇଁ ପିତା ଈଶ୍ୱର ମୋତେ ଆଜ୍ଞା ଦେଇଛନ୍ତି।”
Explore ଯୋହନ 10:18
10
ଯୋହନ 10:7
ତେଣୁ ଯୀଶୁ ପୁନର୍ବାର କହିଲେ, “ସତ କହୁଛି- ମୁଁ ମେଷମାନଙ୍କ ପାଇଁ ଦ୍ୱାର।
Explore ଯୋହନ 10:7
11
ଯୋହନ 10:12
ଯେ ମୂଲ ନେଇ ମେଷପଲ ଜଗିଥାଏ, ସେ ମେଷପାଳକ ନୁହେଁ, କିମ୍ବା ପଲଟିର ମାଲିକ ନୁହେଁ; ସୁତରାଂ ହେବାବାଘ ଆସିବାର ଦେଖିଲେ, ସେ ମେଷମାନଙ୍କୁ ଛାଡ଼ି ଚାଲିଯାଏ; ହେଟା ମେଣ୍ଢା ନେଇ ପଳାଇଯାଏ ଏବଂ ପଲଟିକୁ ଛିନ୍ନଭିନ୍ନ କରିଦିଏ।
Explore ଯୋହନ 10:12
12
ଯୋହନ 10:1
ଯୀଶୁ କହିଲେ: “ମୁଁ ସତ୍ୟ କହୁଛି, ଯେଉଁ ଲୋକ ଦ୍ୱାର ଦେଇ ମେଣ୍ଢାଶାଳରେ ପ୍ରବେଶ ନ କରି ଅନ୍ୟ ପଟୁ ବାଡ଼ ଡେଇଁ ପଶେ, ସେ ଚୋର ବା ଡକାଇତ।
Explore ଯୋହନ 10:1
Home
Bible
Plans
Videos