1
ମାର୍କ 5:34
ପବିତ୍ର ବାଇବଲ (Re-edited) - (BSI)
ତହିଁରେ ଯୀଶୁ ତାହାକୁ କହିଲେ, ବତ୍ସେ, ତୋହର ବିଶ୍ଵାସ ତୋତେ ସୁସ୍ଥ କରିଅଛି; ଶାନ୍ତିରେ ଚାଲି ଯା ଓ ତୋହର ରୋଗରୁ ଆରୋଗ୍ୟ ହୋଇଥା।
Compare
Explore ମାର୍କ 5:34
2
ମାର୍କ 5:25-26
ସେତେବେଳେ ବାର ବର୍ଷ ପର୍ଯ୍ୟନ୍ତ ପ୍ରଦର-ରୋଗଗ୍ରସ୍ତା ଜଣେ ସ୍ତ୍ରୀଲୋକ, ଯେ କି ଅନେକ ବୈଦ୍ୟଙ୍କ ଦ୍ଵାରା ବହୁ କ୍ଳେଶ ଭୋଗ କରି ସର୍ବସ୍ଵ ବ୍ୟୟ କରିଥିଲେ ହେଁ କିଛିମାତ୍ର ଉପକାର ନ ପାଇ ବରଂ ଅଧିକ ପୀଡ଼ିତ ହୋଇ ପଡ଼ିଥିଲା
Explore ମାର୍କ 5:25-26
3
ମାର୍କ 5:29
ସେହିକ୍ଷଣି ତାହାର ରକ୍ତସ୍ରାବ ଶୁଷ୍କ ହେଲା, ପୁଣି ସେ ଯେ ରୋଗରୁ ଆରୋଗ୍ୟ ହୋଇଅଛି, ଏହା ସେ ନିଜ ଦେହରେ ଅନୁଭବ କଲା।
Explore ମାର୍କ 5:29
4
ମାର୍କ 5:41
ଆଉ ପିଲାର ହାତ ଧରି ତାହାକୁ କହିଲେ, ‘ଟଲିଥାକୂମ୍ʼ, ଅର୍ଥାତ୍ ଆଗୋ ବାଳିକା, ମୁଁ ତୋତେ କହୁଅଛି, ଉଠ୍।
Explore ମାର୍କ 5:41
5
ମାର୍କ 5:35-36
ସେ ଏହି କଥା କହୁଥିବା ସମୟରେ ସମାଜଗୃହର ଅଧ୍ୟକ୍ଷଙ୍କ ଘରୁ ଲୋକେ ଆସି କହିଲେ, ଆପଣଙ୍କ ଝିଅଟି ମରିଗଲାଣି, ଗୁରୁଙ୍କୁ କାହିଁକି ଆଉ କଷ୍ଟ ଦେଉଅଛନ୍ତି? କିନ୍ତୁ ଯୀଶୁ ସେ କଥା ଶୁଣି ନ ଶୁଣିଲା ପରି ସମାଜଗୃହର ଅଧ୍ୟକ୍ଷଙ୍କୁ କହିଲେ, ଭୟ କର ନାହିଁ, କେବଳ ବିଶ୍ଵାସ କର।
Explore ମାର୍କ 5:35-36
6
ମାର୍କ 5:8-9
କାରଣ ଯୀଶୁ ତାହାକୁ କହିବାକୁ ଯାଉଥିଲେ, ଆରେ ଅଶୁଚି ଆତ୍ମା, ଏହି ଲୋକଠାରୁ ବାହାରିଯା। ଆଉ, ଯୀଶୁ ତାହାକୁ ପଚାରିଲେ, ତୋର ନାଁ କଅଣ? ସେ ତାହାଙ୍କୁ କହିଲା, ମୋର ନାଁ ବାହିନୀ, ଯେଣୁ ଆମେ ଅନେକ।
Explore ମାର୍କ 5:8-9
Home
Bible
Plans
Videos