1
ମାଥିଉ 7:7
ପବିତ୍ର ବାଇବଲ (Re-edited) - (BSI)
ମାଗ, ସେଥିରେ ତୁମ୍ଭମାନଙ୍କୁ ଦିଆଯିବ; ଖୋଜ, ସେଥିରେ ତୁମ୍ଭେମାନେ ସନ୍ଧାନ ପାଇବ; ଦ୍ଵାରରେ ମାର, ସେଥିରେ ତୁମ୍ଭମାନଙ୍କ ନିମନ୍ତେ ଫିଟାଇ ଦିଆଯିବ।
Compare
Explore ମାଥିଉ 7:7
2
ମାଥିଉ 7:8
କାରଣ ଯେକେହି ମାଗେ, ସେ ପାଏ; ଯେ ଖୋଜେ, ସେ ସନ୍ଧାନ ପାଏ; ଆଉ, ଯେ ଦ୍ଵାରରେ ମାରେ, ତାହା ନିମନ୍ତେ ଫିଟାଇ ଦିଆଯାଏ।
Explore ମାଥିଉ 7:8
3
ମାଥିଉ 7:24
ଏଣୁ ଯେକେହି ମୋହର ଏହି ସମସ୍ତ କଥା ଶୁଣେ ଓ ପାଳନ କରେ, ସେ ପାଷାଣ ଉପରେ ଗୃହ ନିର୍ମାଣକାରୀ ଜଣେ ବୁଦ୍ଧିମାନ ଲୋକ ସଦୃଶ ହେବ।
Explore ମାଥିଉ 7:24
4
ମାଥିଉ 7:12
ଅତଏବ, ଲୋକମାନେ ତୁମ୍ଭମାନଙ୍କ ପ୍ରତି ଯାହାସବୁ କରନ୍ତୁ ବୋଲି ଇଚ୍ଛା କର, ତୁମ୍ଭେମାନେ ମଧ୍ୟ ସେମାନଙ୍କ ପ୍ରତି ସେହିସବୁ କର, କାରଣ ଏହା ହିଁ ବ୍ୟବସ୍ଥା ଓ ଭାବବାଦୀ-ମାନଙ୍କ ଧର୍ମଶାସ୍ତ୍ରର ସାର।
Explore ମାଥିଉ 7:12
5
ମାଥିଉ 7:14
ଆଉ, ଜୀବନକୁ ଘେନିଯିବା ଦ୍ଵାର ସଂକୀର୍ଣ୍ଣ ଓ ପଥ ଦୁର୍ଗମ, ପୁଣି ତାହାର ସନ୍ଧାନ ପାଇବା ଲୋକେ ଅଳ୍ପ।
Explore ମାଥିଉ 7:14
6
ମାଥିଉ 7:13
ସଂକୀର୍ଣ୍ଣ ଦ୍ଵାର ଦେଇ ପ୍ରବେଶ କର; କାରଣ ସର୍ବ-ନାଶକୁ ଘେନିଯିବା ଦ୍ଵାର ଓସାର ଓ ପଥ ପ୍ରଶସ୍ତ, ପୁଣି ତାହା ଦେଇ ପ୍ରବେଶ କରିବା ଲୋକେ ଅନେକ।
Explore ମାଥିଉ 7:13
7
ମାଥିଉ 7:11
ଏଣୁ ତୁମ୍ଭେମାନେ ଦୁଷ୍ଟ ହେଲେ ସୁଦ୍ଧା ଯେବେ ଆପଣା ଆପଣା ପିଲାମାନଙ୍କୁ ଉତ୍ତମ ଉତ୍ତମ ଦାନ ଦେଇ ଜାଣ, ତେବେ ତୁମ୍ଭମାନଙ୍କର ସ୍ଵର୍ଗସ୍ଥ ପିତା ତାହାଙ୍କ ଛାମୁରେ ମାଗିବା ଲୋକମାନଙ୍କୁ କେତେ ଅଧିକ ରୂପେ ଉତ୍ତମ ଉତ୍ତମ ବିଷୟ ନ ଦେବେ !
Explore ମାଥିଉ 7:11
8
ମାଥିଉ 7:1-2
ତୁମ୍ଭେମାନେ ଯେପରି ବିଚାରିତ ନ ହେବ, ଏଥିପାଇଁ ବିଚାର କର ନାହିଁ। କାରଣ ଯେଉଁ ବିଚାରରେ ବିଚାର କର, ସେହି ବିଚାରରେ ତୁମ୍ଭେମାନେ ବିଚାରିତ ହେବ; ପୁଣି, ଯେଉଁ ମାପରେ ମାପ କର, ସେହି ମାପରେ ତୁମ୍ଭମାନଙ୍କୁ ମପାଇ ଦିଆଯିବ।
Explore ମାଥିଉ 7:1-2
9
ମାଥିଉ 7:26
ଆଉ, ଯେକେହି ମୋର ଏହିସମସ୍ତ କଥା ଶୁଣି ପାଳନ କରେ ନାହିଁ, ସେ ବାଲୁକା ଉପରେ ଗୃହ ନିର୍ମାଣକାରୀ ଜଣେ ମୂର୍ଖ ଲୋକ ସଦୃଶ ହେବ।
Explore ମାଥିଉ 7:26
10
ମାଥିଉ 7:3-4
ଆଉ, କାହିଁକି ତୁମ୍ଭ ଭାଇର ଆଖିରେ ଥିବା କୁଟାଟିକକ ଦେଖୁଅଛ, କିନ୍ତୁ ତୁମ୍ଭ ନିଜ ଆଖିରେ ଯେଉଁ କଡ଼ିକାଠ ଅଛି, ତାହା ଭାବି ଦେଖୁ ନାହଁ? ଅଥବା ତୁମ୍ଭେ କିପରି ଆପଣା ଭାଇକି କହିବ, ଆସ, ତୁମ୍ଭ ଆଖିରୁ କୁଟାଟିକକ ବାହାର କରିଦିଏ? ଆଉ ଦେଖ, ତୁମ୍ଭ ଆଖିରେ କଡ଼ିକାଠ ଅଛି !
Explore ମାଥିଉ 7:3-4
11
ମାଥିଉ 7:15-16
ଭଣ୍ତ ଭାବବାଦୀମାନଙ୍କଠାରୁ ସାବଧାନ ହୋଇଥାଅ; ସେମାନେ ମେଣ୍ତାବେଶରେ ତୁମ୍ଭମାନଙ୍କ ପାଖକୁ ଆସନ୍ତି, କିନ୍ତୁ ଅନ୍ତରରେ ସେମାନେ ହିଂସ୍ରକ ବାଘ! ସେମାନଙ୍କ ଫଳ ଦ୍ଵାରା ତୁମ୍ଭେମାନେ ସେମାନଙ୍କୁ ଚିହ୍ନିବ। ଲୋକମାନେ କି କଣ୍ଟା ଗଛରୁ ଦ୍ରାକ୍ଷା ଫଳ କିମ୍ଵା କାନକୋଳି ଗଛରୁ ଡିମିରି ଫଳ ତୋଳନ୍ତି?
Explore ମାଥିଉ 7:15-16
12
ମାଥିଉ 7:17
ସେହି ପ୍ରକାରେ ସବୁ ଭଲ ଗଛ ଭଲ ଫଳ ଫଳେ, କିନ୍ତୁ ମନ୍ଦ ଗଛ ମନ୍ଦ ଫଳ ଫଳେ।
Explore ମାଥିଉ 7:17
13
ମାଥିଉ 7:18
ଭଲ ଗଛ ମନ୍ଦ ଫଳ ଫଳି ନ ପାରେ, କିଅବା ମନ୍ଦ ଗଛ ଭଲ ଫଳ ଫଳି ନ ପାରେ।
Explore ମାଥିଉ 7:18
14
ମାଥିଉ 7:19
ଯେକୌଣସି ଗଛ ଭଲ ଫଳ ନ ଫଳେ, ତାହା ହଣାଯାଇ ନିଆଁରେ ପକାଯାଏ।
Explore ମାଥିଉ 7:19
Home
Bible
Plans
Videos