1
ମାଥିଉ 10:16
ପବିତ୍ର ବାଇବଲ (Re-edited) - (BSI)
ଦେଖ, ବାଘମାନଙ୍କ ମଧ୍ୟରେ ମେଣ୍ଢାମାନଙ୍କ ପରି ମୁଁ ତୁମ୍ଭମାନଙ୍କୁ ପଠାଉଅଛି, ଅତଏବ ସର୍ପ ପରି ବୁଦ୍ଧିମାନ ଓ କପୋତ ପରି ଅହିଂସକ ହୁଅ।
Compare
Explore ମାଥିଉ 10:16
2
ମାଥିଉ 10:39
ଯେ ଆପଣା ଜୀବନ ବଞ୍ଚାଏ, ସେ ତାହା ହରାଇବ, ଆଉ ଯେ ମୋʼ ନିମନ୍ତେ ଆପଣା ଜୀବନ ହରାଏ, ସେ ତାହା ବଞ୍ଚାଇବ।
Explore ମାଥିଉ 10:39
3
ମାଥିଉ 10:28
ଆଉ, ଯେଉଁମାନେ ଶରୀରକୁ ବଧ କରନ୍ତି, କିନ୍ତୁ ଆତ୍ମାକୁ ବଧ ପରି ପାରନ୍ତି ନାହିଁ, ସେମାନଙ୍କୁ ଭୟ କର ନାହିଁ; ବରଂ ଯେ ଶରୀର ଓ ଆତ୍ମା ଉଭୟକୁ ନରକରେ ବିନଷ୍ଟ କରି ପାରନ୍ତି, ତାହାଙ୍କୁ ହିଁ ଭୟ କର।
Explore ମାଥିଉ 10:28
4
ମାଥିଉ 10:38
ଆଉ, ଯେ ଆପଣା କ୍ରୁଶ ନେଇ ମୋହର ଅନୁଗମନ ନ କରେ, ସେ ମୋହର ଯୋଗ୍ୟ ନୁହେଁ।
Explore ମାଥିଉ 10:38
5
ମାଥିଉ 10:32-33
ଆଉ, ଯେ କେହି ଲୋକଙ୍କ ସାକ୍ଷାତରେ ମୋତେ ସ୍ଵୀକାର କରିବ, ମୁଁ ମଧ୍ୟ ମୋହର ସ୍ଵର୍ଗସ୍ଥ ପିତାଙ୍କ ସାକ୍ଷାତରେ ତାହାକୁ ସ୍ଵୀକାର କରିବି। ମାତ୍ର ଯେ କେହି ଲୋକଙ୍କ ସାକ୍ଷାତରେ ମୋତେ ଅସ୍ଵୀକାର କରିବ, ମୁଁ ମଧ୍ୟ ମୋହର ସ୍ଵର୍ଗସ୍ଥ ପିତାଙ୍କ ସାକ୍ଷାତରେ ତାହାକୁ ଅସ୍ଵୀକାର କରିବି।
Explore ମାଥିଉ 10:32-33
6
ମାଥିଉ 10:8
ପୀଡ଼ିତମାନଙ୍କୁ ସୁସ୍ଥ କର, ମୃତମାନଙ୍କୁ ଉଠାଅ, କୁଷ୍ଠୀମାନଙ୍କୁ ଶୁଚି କର, ଭୂତମାନଙ୍କୁ ଛଡ଼ାଅ। ତୁମ୍ଭେମାନେ ବିନାମୂଲ୍ୟରେ ପାଇଅଛ, ବିନାମୂଲ୍ୟରେ ଦାନ କର।
Explore ମାଥିଉ 10:8
7
ମାଥିଉ 10:31
ଏଣୁ ଭୟ କର ନାହିଁ, ତୁମ୍ଭେମାନେ ଅନେକ ଘରଚଟିଆଠାରୁ ଶ୍ରେଷ୍ଠ।
Explore ମାଥିଉ 10:31
8
ମାଥିଉ 10:34
ମୁଁ ଯେ ପୃଥିବୀରେ ଶାନ୍ତି ଦେବାକୁ ଆସିଅଛି, ଏହା ମନେ କର ନାହିଁ; ଶାନ୍ତି ଦେବାକୁ ନ ଆସି ବରଂ ଖଡ଼୍ଗ ଦେବାକୁ ଆସିଅଛି।
Explore ମାଥିଉ 10:34
Home
Bible
Plans
Videos