የYouVersion አርማ
የፍለጋ አዶ

ମାର୍କଲିଖିତ ସୁସମାଚାର ଉପକ୍ରମଣିକା

ଉପକ୍ରମଣିକା
ମାର୍କ ତାଙ୍କ ସୁସମାଚାର ଆରମ୍ଭ କରି ଲେଖିଛନ୍ତି, ଏହା ଈଶ୍ୱରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ଶୁଭବାର୍ତ୍ତା। ଏହି ସୁସମାଚାରରେ ଯୀଶୁଙ୍କୁ ଜଣେ କ୍ଷମତାପ୍ରାପ୍ତ କର୍ମବୀର ରୂପେ ଚିହ୍ନିତ କରାଯାଇଛି। ତାଙ୍କର ଶକ୍ତିଶାଳୀ ଶିକ୍ଷାରେ, ପ୍ରେତାତ୍ମାମାନଙ୍କୁ ବିତାଡ଼ିତ କରିବାରେ ଓ ପାପୀମାନଙ୍କୁ କ୍ଷମା ଦେବାରେ ସେ ନିଜ କ୍ଷମତାର ପରିଚୟ ଦେଇଥିଲେ। ଆତ୍ମ ବଳିଦାନ ଦ୍ୱାରା ମନୁଷ୍ୟମାନଙ୍କୁ ପାପରୁ ରକ୍ଷା କରିବାକୁ ସେ “ମନୁଷ୍ୟପୁତ୍ର”ରୂପେ ଆସିଛନ୍ତି - ବୋଲି ନିଜକୁ ଉଲ୍ଲେଖ କରୁଥିଲେ।
ଯୀଶୁଙ୍କ ଜୀବନ ଚରିତକୁ ସରଳ ଅଥଚ ବଳିଷ୍ଠଭାବେ ମାର୍କ ବର୍ଣ୍ଣନା କରିଛନ୍ତି ଏବଂ ସେଥିରେ ଯୀଶୁଙ୍କ ଶିକ୍ଷା ଅପେକ୍ଷା ତାଙ୍କ କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ଜଳଦୀକ୍ଷାଦାତା ଯୋହନ, ଯୀଶୁଙ୍କ ଜଳଦୀକ୍ଷା ଗ୍ରହଣ ଓ ଶୟତାନ ଦ୍ୱାରା ଯୀଶୁଙ୍କ ପରୀକ୍ଷା ବିଷୟରେ ସଂକ୍ଷିପ୍ତ ଭୂମିକା ଦେବା ପରେ ମାର୍କ ଯୀଶୁଙ୍କ ଆରୋଗ୍ୟକାରୀ ସେବା ଓ ଉପଦେଶର ବିବରଣୀ ଦେଇଛନ୍ତି। କାଳକ୍ରମେ ଯୀଶୁଙ୍କ ଅନୁଗାମୀମାନେ ତାଙ୍କର ମହନୀୟତା ଉପଲବ୍ଧ କଲେ, କିନ୍ତୁ ତାଙ୍କ ଶତ୍ରୁମାନେ ଅଧିକ ବୌରଭାବାପନ୍ନ ହେଲେ। ଏହି ସୁସମାଚାରର ଶେଷ ଅଂଶରେ ଇହ ଜଗତରେ ଯୀଶୁଙ୍କର ଶେଷ ସପ୍ତାହର ଘଟଣାବଳୀ, ବିଶେଷତଃ ତାଙ୍କର କ୍ରୁଶାର୍ପଣ ଓ ପୁନରୁତ୍ଥାନ ବିଷୟ ବର୍ଣ୍ଣନା କରାଯାଇଛି।
ବନ୍ଧନୀ ଭିତରେ ଦିଆଯାଇଥିବା ୧୬ ଅଧ୍ୟାୟରେ ଶେଷାଂଶଟି ମାର୍କ ନିଜେ ଲେଖି ନାହାନ୍ତି - ଅନ୍ୟ କେହି ଲେଖିଛନ୍ତି ବୋଲି କେତେକ ଟୀକାକାରଙ୍କ ମତ।
ବିଷୟ ସୂଚୀ
ସୁସମାଚାର ଆରମ୍ଭ ୧:୧-୧୩
ଗାଲିଲୀରେ ଯୀଶୁଙ୍କ ସେବାକାର୍ଯ୍ୟ ୧:୧୪—୯:୫୦
ଗାଲିଲୀରୁ ଯିରୂଶାଲମ ପଥେ ୧୦:୧-୫୨
ଯିରୂଶାଲମ ଓ ତା’ର ସମୀପରେ ଯୀଶୁଙ୍କ ଶେଷ ସପ୍ତାହ ୧୧:୧—୧୫:୪୭
ଯୀଶୁଙ୍କ ପୁନରୁତ୍ଥାନ ୧୬:୧-୮
ଶିଷ୍ୟମାନଙ୍କୁ ଦର୍ଶନ ଓ ସ୍ୱର୍ଗାରୋହଣ ୧୬:୯-୧୦

ማድመቅ

Share

Copy

None

ያደመቋቸው ምንባቦች በሁሉም መሣሪያዎችዎ ላይ እንዲቀመጡ ይፈልጋሉ? ይመዝገቡ ወይም ይግቡ