የYouVersion አርማ
የፍለጋ አዶ

ମାଥିଉଲିଖିତ ସୁସମାଚାର 10

10
ବାରଜଣ ଶିଷ୍ୟ
(ମାର୍କ ୩:୧୩-୧୯; ଲୂକ ୬:୧୨-୧୬)
1ଯୀଶୁ ତାଙ୍କର ବାରଣ ଶିଷ୍ୟଙ୍କୁ ଡାକି ଭୂତ ଛଡ଼ାଇବା ପାଇଁ ଓ ସବୁ ପ୍ରକାର ରୋଗ ବ୍ୟାଧି ସୁସ୍ଥ କରିବା ପାଇଁ ଶକ୍ତି ପ୍ରଦାନ କରି ସେମାନଙ୍କୁ ପ୍ରେରଣ କଲେ।
2ସେହି ବାରଜଶ ପ୍ରେରିତ ଶିଷ୍ୟଙ୍କ ନାମ ହେଲା-ଶିମୋନ (ପିତର ନାମରେ ମଧ୍ୟ ପରିଚିତ) ଓ ତାଙ୍କ ଭାଇ ଆନ୍ଦ୍ରିୟ; ଜେବଦିଙ୍କ ଦୁଇ ପୁତ୍ର ଯାକୁବ ଓ ଯୋହନ; 3ଫିଲିପ, ବାର୍ଥଲୋମି, ଥୋମା ଓ କରଆଦାୟକାରୀ ମାଥିଉ;ଥଦ୍ଦିୟ, ଆଲଫିଙ୍କ ପୁତ୍ର ଯାକୁବ; 4ଦେଶପ୍ରେମୀ ଶିମୋନ ଓ ଯୀଶୁଙ୍କ ପ୍ରତି ବିଶ୍ୱାସଘାତକତା କରିଥିବା ଇଷକୋରିୟଥ୍ ଯିହୁଦା।
ବାରଣ ଶିଷ୍ୟକଙ୍କୁ ଦିଆଯାଇଥିବା କାର୍ଯ୍ୟଭାର
(ମାର୍କ ୬:୧୩; ଲୂକ ୯:୧-୬)
5ଯୀଶୁ ଏମାନଙ୍କୁ ପଠାଇବାବେଲେ ନିର୍ଦ୍ଦେଶ ଦେଇ କହିଲେ, “ତୁମେ ଅଶଯିହୁଦୀ ଦେଶକୁ ଯାଅ ନାହିଁ। କୌଣସି ଶମିରୋଣୀୟ ସହରକୁ ମଧ୍ୟ ଯାଅ ନାହିଁ। 6ବରଂ ହଜି ଯାଇଥିବା ମେଣ୍ଢା ସଦୃଶ ଈଶ୍ରାୟେଲମାନଙ୍କ ନିକଟକୁ ଯାଅ। 7ସେମାନଙ୍କ ମଧ୍ୟରେ ପ୍ରଚାର କରି କୁହ; ‘ସ୍ୱର୍ଗରାଜ୍ୟ ସମାଗତ’!#ଲୂକ ୧୦:୪-୧୨। 8ବ୍ୟାଧିଗ୍ରସ୍ତ ଲୋକଙ୍କୁ ସୁସ୍ଥ କର, ମୃତବ୍ୟକ୍ତିମାନଙ୍କୁ ପୁନର୍ଜୀବିତ କର, କୁଷ୍ଟୀମାନଙ୍କୁ ରୋଗ ମୁକ୍ତ କର, ଗୂତ ଛଡ଼ାଅ। ଯାହା ବିନା ମୂଲ୍ୟରେ ପାଇଛ, ତାହା ଅନ୍ୟମାନଙ୍କୁ ବିନା ମୂଲ୍ୟରେ ଦାନ କର।
9“ ସାଙ୍ଗରେ ସୁନା, ରୂପା ବା ପଇସା ନିଅ ନାହିଁ, 10କିମ୍ବା ଭିଷା ଥଳି ଧରି ବୁଲ ନାହିଁ। ଖଣ୍ଡେ ଅଧିକ ପୋଷାକ, ଜୋତା ବା ବାଡ଼ି ମଧ୍ୟ ନିଅ ନାହିଁ। କର୍ମୀ ତା’ର ପ୍ରାପ୍ୟ ପାଇବା ପାଇଁ ହକ୍‌ଦାର୍।#୧ କରିନ୍ଥୀ ୯:୧୪; ୧ ତୀମଥି ୫:୧୮।
11“ଗୋଟିଏ ସହର ବା ଗ୍ରାମରେ ପହଞ୍ଚିବା ପରେ ସେଠାରେ କିଏ ତୁମର କରିବ, ସେ କଥା ବୁଝି ତୁମେ ଅନ୍ୟତ୍ର ଯିବା ପଯ୍ୟନ୍ତ ତାଙ୍କ ଘରେ ରହିଯାଅ। 12ଗୋଟିଏ ଘରେ ପ୍ରବେଶ କଲାବେଳେ ସେଠାରେ ଥିବା ଲୋକମାନଙ୍କୁ ଅଭିବାଦନ କରି କୁହ, ‘ତୁମମାନଙ୍କର ଶାନ୍ତି ହେଉ’। 13ସେମାନେ ଯଦି ତୁମକୁ ସ୍ୱାଗତ କରନ୍ତି, ସେମାନେ ପ୍ରତି ତୁମର ଶୁଭେଚ୍ଛା ସଫଳ ହେବ। କିନ୍ତୁ ଯଦି ସେମାନେ ସ୍ୱାଗତ କରନ୍ତି, ତୁମର ଶୁଭେଚ୍ଛା ପ୍ରତ୍ୟାହାର କରି ନିଅ। 14ଯଦି କୌଣସି ଗୃହରେ ବା ସହରେ ତୁମକୁ ଲୋକେ ଗ୍ରହଣ କରନ୍ତି ନାହିଁ, ପାଦରୁ ଧୂଳି ଝାଡ଼ିଦେଇ ସେ ସ୍ଥାନ ପରିତ୍ୟାଗ କର।#ପ୍ରେରିତ ୧୩:୫୧।
15“ମୁଁ ତୁମକୁ ନିଶ୍ଚିମଭାବେ କହୁଛି, ବିଚାର ଦିନରେ ଏମାନଙ୍କଠରୁ ସଦୋମ ଗମୋଚାର ଲୋକମାନଙ୍କ ପ୍ରତି ଈଶ୍ୱର ଅଧିକ ଅନୁଗ୍ରହ ଦେଖାଇବେ।#ମାଥିଉ ୧୧:୨୪; ଆଦି. ୧୯:୨୪-୨୮।
ଆଗାମୀ ଉତ୍‌ପୀଡ଼ନ
(ମାର୍କ ୧୩:୯-୧୩; ଲୂକ ୨୧:୧୨-୧୭)
16“ଶୁଣ, ମେଣ୍ଡାମାନଙ୍କୁ ବାଘ ମୁହଁକୁ ଠେଲିଦେଲା ପରି ମୁଁ ତୁମ୍ଭମାନଙ୍କୁ ପଠାଉଛି। ସୁତଚାଂ ତୁମେ ସର୍ପ ନରି ସତର୍କ ରୁହ, କିନ୍ତୁ କପୋତ ପରି ଅମାୟିକ ହୁଅ।#ଲୂକ ୧୦:୩। 17ସଜାଗ ରୁହ-କାରଣ ଲୋକେ ତୁମ୍ଭମାନଙ୍କୁ ଗିରଫ କରି ବିଚାରାଳୟରକୁ ନେଇଯିବେ। ସମାଜ ଗୃହମାନଙ୍କରେ ସେମାନେ ତୁମକୁ ଚାବୁକ ମାରିବେ।#ମାର୍କ ୧୩:୯-୧୧; ଲୂକ ୧୨:୧୧-୧୨; ୨୧:୧୨-୧୫।
18“ମୋ’ ଲାଗି ତଚମେ ରାଜା ସ ଶାସକମାନଙ୍କ ସମ୍ମୁଖକୁ ଅଣାଯାଇ ବିଚାରିତ ହେବ। ଏହା ଦ୍ୱାରା ସେମାନଙ୍କୁ ଓ ଅନ୍ୟ ଜାତିର ଲୋକମାନଙ୍କୁ ଶୁଭବାର୍ତ୍ତା ଶୁଣାଇବା ପାଇଁ ଅବକାଶ ପାଇବ। 19ତୁମ୍ଭମାନଙ୍କର ବିଚାର ହେବାବେଳେ କ’ଣ କହିବ ଓ କିପରି କହିବ, ଏ ବିଷୟରେ ଚିନ୍ତିତ ହୁଅ ନାହିଁ। 20ଠିକ୍ ସମୟରେ ତାହା ତୁମ୍ଭମାନଙ୍କୁ ଜଣାଇ ଦିଆଯିବ। କାରଣ ତୁମକୁ ନିଜେ କିଛି କହିବାକୁ ପଡ଼ିବ ନାହିଁ। ପିତା ଈଶ୍ୱରଙ୍କର ପବିତ୍ର ଆତ୍ମା ତୁମ ମୁଖଦେଇ କଥା କହିବେ।
21“ଲୋକେ ନିଜ ଭାଇମାନଙ୍କୁ ମୃତ୍ୟଦଣ୍ଡ ଲେଗିବା ପାଇଁ ଧରାଇ ଦେବେ। ନତା ମଧ୍ୟ ନିଜ ସନ୍ତାନମାନଙ୍କ ପ୍ରତି ସେହିପରି ବ୍ୟବହାର କରିବେ। ପୁତ୍ର କନ୍ୟାମାନେ ସେମାନଙ୍କର ପିତାମାତାଙ୍କ ବିରୁଦ୍ଧରେ ଯାଇ, ସେମାନଙ୍କୁ ବଧ କରାଇବେ।#ମାର୍କ ୧୩:୧୨; ଲୂକ ୨୧:୧୬। 22ମୋ’ ଲାଗି ସମସ୍ତେ ତୁମ୍ଭମାନଙ୍କୁ ଘୃଣା କରିବେ; କିନ୍ତିୁ ଯେ କେହି ଶେଷ ପଯ୍ୟନ୍ତ ସ୍ଥିର ରହିବ, ସେ ମୁକ୍ତି ପାଇବ।#ମାଥିଉ ୨୪:୯,୧୩; ମାର୍କ ୧୩:୧୩; ଲୂକ ୨୧:୧୭। 23ଗୋଟିଏ ସହରରେ ତୁମ୍ଭେମାନେ ଉତ୍‌ପୀଡ଼ିତ ହେଲେ ଅନ୍ୟ ସହରକୁ ପଳାଇ ଯାଅ। ମୁଁ ତୁମ୍ଭମାନଙ୍କୁ ନିଶ୍ଚିତ ଭାବରେ କହୁଛି, ତୁମ୍ଭମାନେ ଇଶ୍ରାୟେଲର ସବୁ ସହରରେ କାର୍ଯ୍ୟ ଶେଷ କରିବା ପୂର୍ବରୁ ମନୁଷ୍ୟ ପୁତ୍ର ଫେରି ଆସିଥବେ।
24“କୌଣସି ଶିଷ୍ୟ ତା’ର ଗୁରୁଠାରୁ ବଡ଼ ନୁହେଁ। ମାଲିକଠାରୁ ଦାସ ଶ୍ରେଷ୍ଠ ନୁହେଁ।#ଲୂକ ୬:୪୦; ଯୋହନ ୧୩:୧୬; ୧୫:୨୦। 25ସୁତରାଂ ଶିଷ୍ୟ ଗୁରୁ ପରି ଓ ଦାସ ମାଲିକ ପରି ହୋଇପାରିଲେ ସେମାନେ ସେତିକିରେ ସନ୍ତୁଷ୍ଠ ହେବା ଉଚିତ୍। ଗୋଟିଏ ପରିବାରର କର୍ତ୍ତାକୁ ଯଦି ଲୋକେ ବେଲଜିବୁଲ ବୋଲି ଡାକନ୍ତି ଯଦି ଲୋକେ ବେଲଜିବୁଲ ବୋଲି ଡାକନ୍ତି, ପରିବାରର ଅନ୍ୟମାନଙ୍କୁ ଆହୁରି କେତେ କୁସ୍ଥିତ ନାମ ନ ଦେବେ?#ମାଥିଉ ୯:୩୪; ୧୨:୨୪; ମାର୍କ ୩:୨୨; ଲୂକ ୧୧:୧୫।
କାହାକୁ ଭୟ କରିବ?
(ଲୂକ ୧୨:୨-୭)
26“ସେଥିପାଇଁ ମନୁଷ୍ୟମାନଙ୍କୁ ଭୟ କର ନାହିଁ। ଯାହା ଏବେ ଆବୃତ ହୋଇ ରହିଛି, ତାହା ଅନାବୃତ ହେବ ଏବଂ ସବୁ ଗୋପନ କଥା ପ୍ରକାଶ ପାଇବ।#ମାର୍କ ୪:୨୨; ଲୂକ ୮:୧୭। 27ମୁଁ ତୁମ୍ଭମାନଙ୍କୁ ଯାହା ଅନ୍ଧକାର ସମୟରେ କହୁଛି, ତାହା ଦିବାଲୋରେ ପ୍ରକାଶ କର ଏବଂ ଯାହା ନିଭୃତରେଶୁଣିଛ, ତାହା ଘର ଉପରୁ ଘୋଷଣା କର। 28ଯେଉଁମାନେ କେବଳଶରୀରକୁ ବିନଷ୍ଟ କରନ୍ତି, କିନ୍ତୁ, କିନ୍ତୁଆମାôର କିଛି କ୍ଷତି କରିପାରନ୍ତି ନାହିଁ, ସେମାନଙ୍କୁ ଭୟ କର ନାହିଁ। ବରଂ ଯେଉଁ ଈଶ୍ୱର ତୁମର ଶରୀର ଓ ଆତ୍ମା ଉଭୟକୁ ନରକରେ ଧ୍ୱଂସ କରିପାରନ୍ତି, ତାଙ୍କୁ ଭୟ କର। 29ପଇସାଟିଏ ଦେଇ ଦୁଇଟି ଘର ଚଟିଆ କିଣି ପାରିବ, କିନ୍ତି ପିତା ଈଶ୍ୱରଙ୍କ ବିନାନୁମତିରେ ଗୋଟିଏ ଘର ଚଟିଆ ତଳେ ପଡ଼େ ନାହିଁ। 30ଆଉ ବୁଝିରଖ, ତମ ମୁଣ୍ଡର କେଶ ମଧ୍ୟ ଗଣା ହୋଇଛି। 31ଭୟ କର ନାହିଁ, ଅନେକ ଘର ଚଟିଆଠାରୁ ତୁମର ମୂଲ୍ୟ ଢେର ବେଶୀ।
ଖ୍ରୀଷ୍ଟଙ୍କ ପ୍ରତି ଆନୁଗତ୍ୟ
(ଲୂକ ୧୨:୮-୯)
32“ଯେ କେହି ପ୍ରକାଶ୍ୟରେ ମୋତେ ପ୍ରଭୁ ବୋଲ ମୁଁ ସ୍ୱୀକାର କରେ, ମୋର ସ୍ୱର୍ଗସ୍ଥ ପିତାଙ୍କ ସମ୍ମୁଖରେ ତାକୁ ମୋର ଶିଷ୍ୟ ବୋଲି ମୁଁ ସ୍ୱୀକାର କରିବି। 33କିନ୍ତୁ ଯେ କେହି ପ୍ରକାଶ୍ୟରେ ମେତେ ପ୍ରତ୍ୟାଖ୍ୟାନ କରେ, ତାକୁ ମୁଁ ମଧ୍ୟ ମୋ’ ପିତାଙ୍କ ସମ୍ମ୍ରୁେ ପ୍ରତ୍ୟାଖ୍ୟାନ କରିବି।#୨ ତୀମଥି ୨:୧୨।
ଶାନ୍ତି ପରିବର୍ତ୍ତେ ଖଡ଼୍ଗ
(ଲୂକ ୧୨:୫୧-୫୩; ୧୪:୨୬-୨୭)
34“ମୁଁ ଜଗତରେ ଶାନ୍ତି ପ୍ରତିଷ୍ଠା କରିବାକୁ ଆସିଛି ବୋଲି ମନେକର ନାହିଁ। ନା, ମୁଁ ଶାନ୍ତି ଆଣିବାକୁ ଆସି ନାହିଁ-ଖଡ଼୍ଗ ନେଇ ଆସିଛି। 35ମୋ’ ଲାଘି ପୁଅ ବାପାର କରିବ, ଝିଅ ମାଆର ବିରୋଧ କରିବ ଏବଂ ଶାଶୁ ବିରୁଦ୍ଧରେ ବୋହୁ ବାହାରିବ।#ମୀଖା ୭:୬। 36“ଯେ କେହି ନିଚ ପରିବାରର ଲୋକେ ଜଣକର ସବୁଠାରୁ ବଡ଼ ଶତ୍ରୁ ହେବେ।
37“ଯେ କେହି ନିଜବାପା ବା ମାଆକୁ ମୋ’ ଅପେକ୍ଷା ଅଧିକ ସ୍ନେହ କରେ, ସେ ମୋହର ଶିଷ୍ୟ ହେବାକୁ ଅଯୋଗ୍ୟ। ଯେ କେହି ନିଜ ପୁଅ ବା ଝିଅ ପ୍ରତିଅଧିକ ଅନୁରକ୍ତ, ସେ ମୋହର ଶିଷ୍ୟ ହେବା ପାଇଁ ଯୋଗ୍ୟ ନୁହେଁ। 38ଯେ କେହି ନିଜ କ୍ରୁଶ ବହନ କରି ମୋତେ ଅନୁସରଣ କରେ ନାହିଁ, ସେ ମୋହର ଶିଷ୍ୟ ହେବାକୁ ଯୋଗ୍ୟ ନୁହେଁ।#ମାଥିଉ ୧୬:୨୪; ମାର୍କ ୮:୩୪; ଲୂକ ୯:୨୩। 39ଯେ କେହି ନିଜ ଜୀବନ ରକ୍ଷା କରିବାକୁ ଚେଷ୍ଟା କରେ, ସେ ତାହା ହରାଇବ; ବରଂ ଯେ ମୋ’ପୋଇଁ ନିଜ ଜୀବନକୁ ଉତ୍ସର୍ଗ କରେ, ସେ ପ୍ରକୃତରେ ତାହା ସୁରକ୍ଷା କରିବ।#ମାଥିଉ ୧୬:୨୫; ମାର୍କ ୮:୩୫; ଲୂକ ୯:୨୪; ୧୭:୩୩; ଯୋହନ ୧୨:୨୫।
ପୁରସ୍କାର
(ମାର୍କ ୯:୪୧)
40“ଯିଏ ତୁମ୍ଭମାନଙ୍କୁ ସ୍ୱାଗତ କରେ, ସେ ମୋ’ ପ୍ରତି ତାହା କରେ ଏବଂ ଯିଏ ମୋର ସ୍ୱାଗତ କରେ, ସେ ମୋ’ ପ୍ରେରଣକାରୀଙ୍କ ପ୍ରତି ତାହା କରେ।#ମାର୍କ ୯:୩୭; ଲୂକ ୯:୪୭; ୧୦:୧୬; ଯୋହନ ୧୩:୨୦। 41ଯେ କେହି ଜଣେ ଭାବବାସୀକୁ ଈଶ୍ୱରଙ୍କ ବାର୍ତ୍ତାବହ ରୂପେ ସ୍ୱାଗତ କରେ, ସେ ସେହି ଭାବବାଦୀଙ୍କ ପୁରସ୍କାରରେ ଅଂଶୀ ହେବ; ଏବଂ ଯେ କେହି ଜଣେ ସାଧୁ ବ୍ୟକ୍ତିକୁ ତା’ର ସାଧୁତା ଯୋଗୁ ଅଭ୍ୟର୍ଥନା କରେ, ସେହି ବ୍ୟକ୍ତିର ପୁରସ୍କାରରେ ସେ ଭାଗୀଦାର ହେବ। 42ଯେ କେହି ମୋର ଜଣେ ସବୁଠାରୁ ପ୍ରିୟ ଶିଷ୍ୟକୁ ଗିପାଏ ଥଣ୍ଡା ପାଣି ଦିଏ, ସେ ନିଶ୍ଚୟ ପୁରସ୍କୃତ ହେବ।”

ማድመቅ

Share

Copy

None

ያደመቋቸው ምንባቦች በሁሉም መሣሪያዎችዎ ላይ እንዲቀመጡ ይፈልጋሉ? ይመዝገቡ ወይም ይግቡ

Videos for ମାଥିଉଲିଖିତ ସୁସମାଚାର 10