የYouVersion አርማ
የፍለጋ አዶ

ଲୂକ ଉପକ୍ରମଣିକା

ଉପକ୍ରମଣିକା
ଏହି ସୁସମାଚାରରେ ଲୂକ ପ୍ରଭୁ ଯୀଶୁଙ୍କୁ ସମସ୍ତ ମାନବ ଜାତିର ତ୍ରାଣକର୍ତ୍ତାରୂପେ ବର୍ଣ୍ଣନା କରିଛନ୍ତି। ସେ ଲେଖିଛନ୍ତି ଯେ ଦୀନ ଦୁଃଖୀମାନଙ୍କ ମଧ୍ୟରେ ଶୁଭବାର୍ତ୍ତା ପ୍ରଚାର କରିବା ପାଇଁ ପ୍ରଭୁ ଯୀଶୁ ଈଶ୍ୱରଙ୍କ ଆତ୍ମା ଦ୍ୱାରା ଆହୂତ ହୋଇଥିଲେ। ତେଣୁ ଏହି ସୁସମାଚାର ଅଭାବଗ୍ରସ୍ତ ଲୋକମାନଙ୍କ ନିମନ୍ତେ ଆଶ୍ୱାସନା ବାକ୍ୟରେ ପରିପୂର୍ଣ୍ଣ। ଏହାର ଅନ୍ୟ ଏକ ମୁଖ୍ୟ ବିଷୟବସ୍ତୁ ହେଉଛି ଆନନ୍ଦ। ଏହି ପୁସ୍ତକର ଆରମ୍ଭରେ, ଯୀଶୁଙ୍କ ଆଗମନ ବାର୍ତ୍ତା ଘୋଷଣା କରାଯିବା ସମୟରେ ଓ ପରିବେଷଣରେ ଯୀଶୁଙ୍କ ସ୍ୱର୍ଗାରୋହଣ ସମୟରେ, ମାନବ ଜାତି ପାଇଁ ଏହି ଘଟଣାସକଳ ଯେ କେଡ଼େ ଆନନ୍ଦଦାୟକ, ଏହା ବିଶେଷ ଭାବରେ ଦର୍ଶାଯାଇଛି। ଖ୍ରୀଷ୍ଟଧର୍ମର ଅଭିବୃଦ୍ଧି ଓ ସଂପ୍ରସାରଣର ଇତିହାସ ଲୂକ ତାଙ୍କ ଅନ୍ୟତମ ପୁସ୍ତକ “ପ୍ରେରିତମାନଙ୍କ କାର୍ଯ୍ୟ ବିବରଣୀ”ରେ ଲିପିବଦ୍ଧ କରିଛନ୍ତି। ଏହି ପୁସ୍ତକର ବିଭିନ୍ନ ଭାଗ ନିମ୍ନରେ ପ୍ରଦତ୍ତ ହେଲା। ଏହାର ଦ୍ୱିତୀୟ ଓ ଷଷ୍ଠ ଭାଗରେ ସନ୍ନିବେଶିତ କେତେକ ବିଷୟ ଅନ୍ୟ ସୁସମାଚାରମାନଙ୍କରେ ନାହିଁ - ଏଗୁଡ଼ିକ ହେଲା: ସ୍ୱର୍ଗଦୂତଙ୍କ ଗୀତ, ଶିଶୁ ଯୀଶୁଙ୍କୁ ମେଷପାଳକମାନଙ୍କ ସାକ୍ଷାତ, ମନ୍ଦିରରେ ପଣ୍ଡିତମାନଙ୍କ ସହିତ ବାଳକ ଯୀଶୁଙ୍କର କଥୋପକଥନ, ଉତ୍ତମ ଶମିରୋଣୀୟ ଓ ଅପବ୍ୟୟୀ ପୁତ୍ର ଦୃଷ୍ଟାନ୍ତ। ଏହି ସୁସମାଚାରରେ ପ୍ରାର୍ଥନା, ପବିତ୍ରଆତ୍ମା, ପ୍ରଭୁ ଯୀଶୁଙ୍କ କାର୍ଯ୍ୟରେ ମହିଳାମାନଙ୍କ ଭୂମିକା ଓ ପାପୀମାନଙ୍କ ପାଇଁ ଈଶ୍ୱରଙ୍କ କ୍ଷମା ଉପରେ ଗୁରୁତ୍ୱ ଦିଆଯାଇଛି। ଲୂକ ସୁସମାଚାରର
ବିଷୟ ସୂଚୀ
୧। ପୂର୍ବାଭାସ ୧:୧-୪
୨। ଜଳଦୀକ୍ଷାଦାତା ଯୋହନ ଓ ଯୀଶୁଙ୍କର ଜନ୍ମ ଓ ଶୈଶବାବସ୍ଥା ୧:୫—୨:୫୨
୩। ଜଳଦୀକ୍ଷାଦାତା ଯୋହନଙ୍କ ପ୍ରଚାର କାର୍ଯ୍ୟ ୩:୧-୨୦
୪। ଯୀଶୁଙ୍କ ଜଳଦୀକ୍ଷା ଗ୍ରହଣ ଓ ଶୟତାନ ଦ୍ୱାରା ପରୀକ୍ଷା ୩:୨୧—୪:୧୩
୫। ଗାଲିଲୀରେ ଯୀଶୁଙ୍କ ପ୍ରଚାର ଓ ସେବା କାର୍ଯ୍ୟ ୪:୧୪—୯:୫୦
ଯିରୂଶାଲମ ପଥେ ୯:୫୧—୧୯:୨୭
୭। ଯିରୂଶାଲମ ଓ ତାହାର ନିକଟବର୍ତ୍ତୀ ଅଞ୍ଚଳରେ ଯୀଶୁଙ୍କ ଶେଷ ସପ୍ତାହ ଯାପନ ୧୯:୨୮—୨୩:୫୬
୮। ପ୍ରଭୁ ଯୀଶୁଙ୍କ ପୁନରୁତ୍ଥାନ, ଶିଷ୍ୟମାନଙ୍କୁ ଦର୍ଶନ ଓ ସ୍ୱର୍ଗାରୋହଣ ୨୪:୧-୫୩

ማድመቅ

Share

Copy

None

ያደመቋቸው ምንባቦች በሁሉም መሣሪያዎችዎ ላይ እንዲቀመጡ ይፈልጋሉ? ይመዝገቡ ወይም ይግቡ