1
ଆଦି ପୁସ୍ତକ 32:28
ପବିତ୍ର ବାଇବଲ
ଏହା ପରେ ସେହି ମନୁଷ୍ୟଟି କହିଲେ, “ଆଉ ତୁମ୍ଭର ନାମ ଯାକୁବ ହେବ ନାହିଁ। ତୁମ୍ଭର ନାମ ଇସ୍ରାଏଲ ହେବ ଏବଂ ତୁମ୍ଭେ ସେହି ନାମରେ ପରିଚିତ ହେବ କାରଣ ତୁମ୍ଭେ ପରମେଶ୍ୱରଙ୍କ ସହିତ ଏବଂ ମନୁଷ୍ୟ ସହିତ ଯୁଦ୍ଧ କରି ଜୟଲାଭ କଲ।”
对照
探索 ଆଦି ପୁସ୍ତକ 32:28
2
ଆଦି ପୁସ୍ତକ 32:26
ଆଉ ସେହି ଲୋକଟି ଯାକୁବଙ୍କୁ କହିଲେ, “ମୋତେ ଯିବାକୁ ଦିଅ କାରଣ ପ୍ରଭାତ ହୋଇଗଲା।” କିନ୍ତୁ ଯାକୁବ କହିଲେ, “ମୁଁ ତୁମ୍ଭକୁ ଯିବାକୁ ଦେବି ନାହିଁ, ଯେପର୍ଯ୍ୟନ୍ତ ମୋତେ ଆଶୀର୍ବାଦ ନ କରିଛ।”
探索 ଆଦି ପୁସ୍ତକ 32:26
3
ଆଦି ପୁସ୍ତକ 32:24
ଯାକୁବ ଏକୁଟିଆ ରହିଗଲେ ଏବଂ ଜଣେ ମନୁଷ୍ୟ ତାଙ୍କ ସହିତ ସକାଳ ପର୍ଯ୍ୟନ୍ତ ମଲ୍ଲଯୁଦ୍ଧ କଲେ।
探索 ଆଦି ପୁସ୍ତକ 32:24
4
ଆଦି ପୁସ୍ତକ 32:30
ତେଣୁ ଯାକୁବ ସେହି ସ୍ଥାନର ନାମ ପନୂୟେଲ ଦେଲେ। ତା'ପରେ ସେ କହିଲେ, “ମୁଁ ପରମେଶ୍ୱରଙ୍କୁ ମୁହାଁମୁହିଁ ଦେଖିଲେ ବି ମୋର ଜୀବନ ବଞ୍ଚି ରହିଲା।”
探索 ଆଦି ପୁସ୍ତକ 32:30
5
ଆଦି ପୁସ୍ତକ 32:25
ସେହି ଲୋକଟି ଦେଖିଲେ ସେ ଯାକୁବଙ୍କୁ ପରାସ୍ତ କରି ପାରିବେ ନାହିଁ। ତେଣୁ ସେ ଯାକୁବଙ୍କର ଗୋଡ଼କୁ ଟାଣି ଦେବାରୁ ତାଙ୍କର ଗୋଡ଼ ଖଞ୍ଜାରୁ ଛାଡ଼ିଗଲା।
探索 ଆଦି ପୁସ୍ତକ 32:25
6
ଆଦି ପୁସ୍ତକ 32:27
ଏବଂ ସେହି ଲୋକଟି ତାଙ୍କୁ କହିଲେ, “ତୁମ୍ଭର ନାମ କ’ଣ?” ଏବଂ ଯାକୁବ ଉତ୍ତର ଦେଲେ, “ମୋର ନାମ ଯାକୁବ ଅଟେ।”
探索 ଆଦି ପୁସ୍ତକ 32:27
7
ଆଦି ପୁସ୍ତକ 32:29
ଏହା ପରେ ଯାକୁବ ତାଙ୍କୁ ପଗ୍ଭରିଲେ, “ଦୟାକରି ତୁମ୍ଭର ନାମ କୁହ।” କିନ୍ତୁ ସେହି ଲୋକଟି କହିଲେ, “ତୁମ୍ଭେ କାହିଁକି ଆମ୍ଭର ନାମ ପଗ୍ଭରୁ ଅଛ?” ଏହି ସମୟରେ ସେହି ଲୋକଟି ଯାକୁବଙ୍କୁ ଆଶୀର୍ବାଦ କଲେ।
探索 ଆଦି ପୁସ୍ତକ 32:29
8
ଆଦି ପୁସ୍ତକ 32:10
ତୁମ୍ଭେ ମୋତେ ଦୟା ଦେଖାଇ ଆସିଅଛ। ତୁମ୍ଭେ ମୋର ବହୁତ ମଙ୍ଗଳ କରିଅଛ। ମୁଁ ସେ କୌଣସି ବିଷୟ ପାଇଁ ଯୋଗ୍ୟ ନୁହେଁ। ମୁଁ ଯେତେବେଳେ ପ୍ରଥମ ଥର ଯର୍ଦ୍ଦନ ନଦୀ ପାରି ହେଲି, କେବଳ ଏ ବାଡ଼ି ଛଡ଼ା ମୋର କିଛି ନ ଥିଲା। କିନ୍ତୁ ବର୍ତ୍ତମାନ ମୋର ପରିବାର, ଜୀବଜନ୍ତୁ ଏତେ ବେଶୀ ଯେ ଦୁଇଟା ଶିବିର ହୋଇପାରେ।
探索 ଆଦି ପୁସ୍ତକ 32:10
9
ଆଦି ପୁସ୍ତକ 32:32
ତେଣୁ ଆଜି ପର୍ଯ୍ୟନ୍ତ ଇସ୍ରାଏଲର ସନ୍ତାନମାନେ ଉପରିସ୍ଥ ସନ୍ଧିଶିରା ବା ଏ ସନ୍ଧିଶିରାର ମାଂସ ଭୋଜନ କରନ୍ତି ନାହିଁ। କାରଣ ସନ୍ଧିଶିରାରେ ଯାକୁବଙ୍କୁ ଆଘାତ ଲାଗିଥିଲା।
探索 ଆଦି ପୁସ୍ତକ 32:32
10
ଆଦି ପୁସ୍ତକ 32:9
ସେତେବେଳେ ଯାକୁବ କହିଲେ, “ହେ ମୋର ପିତା ଅବ୍ରହାମଙ୍କର ପରମେଶ୍ୱର! ମୋର ପିତା ଇସ୍ହାକର ପରମେଶ୍ୱର! ହେ ସଦାପ୍ରଭୁ ତୁମ୍ଭେ ମୋତେ କହିଲ, ମୋର ଜନ୍ମିତ ସ୍ଥାନକୁ ଫେରିଯିବା ପାଇଁ। ତୁମ୍ଭେ ମୋର ସହାୟ ହେବ।
探索 ଆଦି ପୁସ୍ତକ 32:9
11
ଆଦି ପୁସ୍ତକ 32:11
ମୁଁ ବିନତି କରୁଅଛି କୃପାକରି ମୋତେ ମୋର ଭାଇଠାରୁ ରକ୍ଷା କର। ମୋତେ ଏଷୌଠାରୁ ରକ୍ଷା କର। ମୁଁ ତାଙ୍କୁ ଭୟ କରୁଛି। ମୁଁ ଭୟ କରୁଛି ଯେ ସେ ଆମ୍ଭ ସମସ୍ତଙ୍କୁ ହତ୍ୟା କରିବ। ଏପରିକି ମା’ ଓ ତାଙ୍କ ପିଲାମାନଙ୍କୁ ମଧ୍ୟ।
探索 ଆଦି ପୁସ୍ତକ 32:11
主页
圣经
计划
视频