YouVersion 标志
圣经计划视频
获取软件
选择语言
搜索图标

ଆଦି ପୁସ୍ତକ 1 的热门经文

1

ଆଦି ପୁସ୍ତକ 1:26-27

ପବିତ୍ର ବାଇବଲ

ଏହା ପରେ ପରମେଶ୍ୱର କହିଲେ, “ଆମ୍ଭେମାନେ ଆପଣା ପ୍ରତିମୂର୍ତ୍ତିରେ ଓ ଆପଣା ସାଦୃଶ୍ୟରେ ମନୁଷ୍ୟର ନିର୍ମାଣ କରୁ। ସେମାନେ ଜଳଚର ମତ୍ସ୍ୟଗଣ ଓ ଆକାଶର ପକ୍ଷୀଗଣ, ପଶୁଗଣ ଓ ସମସ୍ତ ପୃଥିବୀ ଓ ଭୂମିରେ ଗମନଶୀଳ ସବୁ ଉରୋଗାମୀ ଜନ୍ତୁ ଉପରେ କର୍ତ୍ତୃତ୍ୱ କରିବେ ଏବଂ ପ୍ରତ୍ୟେକ ଭୂଚର ପ୍ରାଣୀ ପୃଥିବୀ ଉପରେ ଗମନ କରୁଥିଲା।” ତେଣୁ ପରମେଶ୍ୱର, ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ସୃଷ୍ଟି କଲେ। ପରମେଶ୍ୱର ସେମାନଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ।

对照

探索 ଆଦି ପୁସ୍ତକ 1:26-27

2

ଆଦି ପୁସ୍ତକ 1:28

ପବିତ୍ର ବାଇବଲ

ସେଥିପାଇଁ ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କଲେ ଏବଂ କହିଲେ, “ବହୁତ ସନ୍ତାନ-ସନ୍ତତି ସହ ଆଶୀର୍ବାଦ ପ୍ରାପ୍ତ ହୁଅ। ପୃଥିବୀରେ ଶାସନ କରି, ପୃଥିବୀକୁ ପରିପୂର୍ଣ୍ଣ କର। ଆଉ ଜଳରେ ଥିବା ମତ୍ସ୍ୟଗଣ ଉପରେ ଏବଂ ବୃହତ୍ ପ୍ରାଣୀଗଣ ଉପରେ ଏବଂ ପୃଥିବୀ ଉପରେ ଗମନକାରୀ ଭୂଚର ପ୍ରାଣୀଗଣ ଉପରେ ଶାସନ କର।”

对照

探索 ଆଦି ପୁସ୍ତକ 1:28

3

ଆଦି ପୁସ୍ତକ 1:1

ପବିତ୍ର ବାଇବଲ

ଆରମ୍ଭରେ ପରମେଶ୍ୱର ଆକାଶ ଓ ପୃଥିବୀକୁ ସୃଷ୍ଟି କଲେ।

对照

探索 ଆଦି ପୁସ୍ତକ 1:1

4

ଆଦି ପୁସ୍ତକ 1:2

ପବିତ୍ର ବାଇବଲ

ପୃଥିବୀ ସେତେବେଳେ ସମ୍ପୂର୍ଣ୍ଣଭାବେ ଶୂନ୍ୟ ଓ କିଛି ନ ଥିଲା। ଜଳଭାଗ ଉପରେ ଅନ୍ଧକାର ଘୋଡ଼େଇ ରଖିଥିଲା ଏବଂ ପରମେଶ୍ୱରଙ୍କର ଆତ୍ମା ଜଳଭାଗ ଉପରେ ବ୍ୟାପ୍ତ ଥିଲେ।

对照

探索 ଆଦି ପୁସ୍ତକ 1:2

5

ଆଦି ପୁସ୍ତକ 1:3

ପବିତ୍ର ବାଇବଲ

ଏହା ପରେ ପରମେଶ୍ୱର କହିଲେ, “ଆଲୋକିତ ହେଉ!” ତହିଁରେ ଆଲୋକିତ ହେଲା।

对照

探索 ଆଦି ପୁସ୍ତକ 1:3

6

ଆଦି ପୁସ୍ତକ 1:31

ପବିତ୍ର ବାଇବଲ

ପରମେଶ୍ୱର ଆପଣା ନିର୍ମିତ ସମସ୍ତ ବସ୍ତୁ ପ୍ରତି ଦୃଷ୍ଟି ଦେଲେ। ଏହା ପରମେଶ୍ୱରଙ୍କ ଦୃଷ୍ଟିରେ ଅତି ଉତ୍ତମ ଦିଶିଥିଲା। ଏହା ପରେ ସନ୍ଧ୍ୟା ଓ ତା'ପରେ ସକାଳ ହେଲା। ଏହା ଷଷ୍ଠ ଦିବସ ଥିଲା।

对照

探索 ଆଦି ପୁସ୍ତକ 1:31

7

ଆଦି ପୁସ୍ତକ 1:4

ପବିତ୍ର ବାଇବଲ

ପରମେଶ୍ୱର ଆଲୋକକୁ ଦେଖିଲେ ଏବଂ ସେ ଜାଣିଲେ, ତାହା ଉତ୍ତମ, ଏହା ପରେ ପରମେଶ୍ୱର ଆଲୋକକୁ ଅନ୍ଧକାରରୁ ଅଲଗା କଲେ।

对照

探索 ଆଦି ପୁସ୍ତକ 1:4

8

ଆଦି ପୁସ୍ତକ 1:29

ପବିତ୍ର ବାଇବଲ

ପରମେଶ୍ୱର କହିଲେ, “ମୁଁ ତୁମ୍ଭମାନଙ୍କୁ ସମସ୍ତ ପ୍ରକାର ବୀଜୋଉତ୍ପାଦକ ଗଛ ଦେଉଛି ଏବଂ ପ୍ରତ୍ୟେକ ଗଛ ଯାହାର ଫଳ ମଧ୍ୟରେ ବୀଜ ଅଛି ତାହା ତୁମ୍ଭର ଖାଦ୍ୟ ହେବ।

对照

探索 ଆଦି ପୁସ୍ତକ 1:29

9

ଆଦି ପୁସ୍ତକ 1:5

ପବିତ୍ର ବାଇବଲ

ପରମେଶ୍ୱର ସେହି ଆଲୋକର ନାମ ଦେଲେ “ଦିନ” ଏବଂ ଅନ୍ଧକାରର ନାମ ଦେଲେ “ରାତି।” ତହୁଁ ସନ୍ଧ୍ୟା ଓ ପ୍ରାତଃକାଳ ହେଲା। ଏହା ପ୍ରଥମ ଦିନ ଥିଲା।

对照

探索 ଆଦି ପୁସ୍ତକ 1:5

10

ଆଦି ପୁସ୍ତକ 1:6

ପବିତ୍ର ବାଇବଲ

ଏହା ପରେ ପରମେଶ୍ୱର କହିଲେ, “ଜଳ ମଧ୍ୟରେ ବୃହତ ଗମ୍ବୁଜ ଜାତ ହୋଇ ଜଳକୁ ଦୁଇଭାଗ କରୁ!”

对照

探索 ଆଦି ପୁସ୍ତକ 1:6

11

ଆଦି ପୁସ୍ତକ 1:30

ପବିତ୍ର ବାଇବଲ

ସମସ୍ତ ଗ୍ଭରା ଗଛ ଜୀବିତ ପ୍ରାଣୀଙ୍କର ଖାଦ୍ୟ ପାଇଁ ଦେଲି, ଆକାଶରେ ଉଡ଼ୁଥିବା ପ୍ରତ୍ୟେକ ପକ୍ଷୀ, ପ୍ରତ୍ୟେକ ଭୂଚର ପ୍ରାଣୀ ଏବଂ ପ୍ରତ୍ୟେକ ଜୀବନ୍ତ ଏବଂ ନିଶ୍ୱାସ ନେଉଥିବା ପ୍ରାଣୀ ମୁଁ ତୁମ୍ଭଙ୍କୁ ଦେଲି।” ଏବଂ ଏହିପରି ହେଲା।

对照

探索 ଆଦି ପୁସ୍ତକ 1:30

12

ଆଦି ପୁସ୍ତକ 1:14

ପବିତ୍ର ବାଇବଲ

ଏହା ପରେ ପରମେଶ୍ୱର କହିଲେ, “ଆକାଶର ତୋରଣରେ ଜ୍ୟୋତିର୍ଗଣ ଉତ୍ପନ୍ନ ହୁଅନ୍ତୁ। ସେହି ଜ୍ୟୋତିର୍ଗଣ ରାତ୍ରିରୁ ଦିନକୁ ପୃଥକ କରିବେ। ସେହି ଜ୍ୟୋତିର୍ଗଣ ଋତୁ, ଦିନ ଓ ବର୍ଷଗୁଡ଼ିକର ସମୟକାଳ ଦେଖାଇବା ପାଇଁ ଚିହ୍ନ ରୂପେ ବ୍ୟବହୃତ ହେବ।

对照

探索 ଆଦି ପୁସ୍ତକ 1:14

13

ଆଦି ପୁସ୍ତକ 1:11

ପବିତ୍ର ବାଇବଲ

ପରମେଶ୍ୱର କହିଲେ, “ପୃଥିବୀ ତୃଣ ଓ ସବୀଜ ଶାକ, ବୀଜ ସମ୍ବଳିତ ନିଜ ନିଜ ଜାତି ଅନୁଯାୟୀ ଫଳ ଉତ୍ପନ୍ନ କରୁ,” ଏହିପରି ହେଲା।

对照

探索 ଆଦି ପୁସ୍ତକ 1:11

14

ଆଦି ପୁସ୍ତକ 1:7

ପବିତ୍ର ବାଇବଲ

ଏହିପରି ପରମେଶ୍ୱର ତୋରଣ ନିର୍ମାଣ କଲେ ଏବଂ ତୋରଣ ଉପର ଜଳଠାରୁ ତୋରଣ ତଳ ଜଳକୁ ଅଲଗା କଲେ। ତହିଁରେ ସେହିପରି ହେଲା।

对照

探索 ଆଦି ପୁସ୍ତକ 1:7

15

ଆଦି ପୁସ୍ତକ 1:12

ପବିତ୍ର ବାଇବଲ

ପୃଥିବୀ ତୃଣ ଓ ନିଜ ନିଜ ଜାତି ଅନୁସାରେ ବୀଜୋଉତ୍ପାଦକ ଶାକ ଓ ନିଜ ନିଜ ଜାତି ଅନୁସାରେ ସବୀଜ ଫଳଉତ୍ପାଦକ ବୃକ୍ଷ ଉତ୍ପନ୍ନ କଲା, ଏହା ପରମେଶ୍ୱରଙ୍କ ଦୃଷ୍ଟିରେ ଅତି ଉତ୍ତମ ଦିଶିଥିଲା।

对照

探索 ଆଦି ପୁସ୍ତକ 1:12

16

ଆଦି ପୁସ୍ତକ 1:16

ପବିତ୍ର ବାଇବଲ

ତେଣୁ ପରମେଶ୍ୱର ଦୁଇଟି ମହାଜ୍ୟୋତି ସୃଷ୍ଟି କଲେ। ପରମେଶ୍ୱର ଦିନରେ କର୍ତ୍ତୃତ୍ୱ କରିବା ପାଇଁ ବଡ଼ ଜ୍ୟୋତି ଓ ରାତ୍ରିରେ କର୍ତ୍ତୃତ୍ୱ କରିବା ପାଇଁ ସାନ ଜ୍ୟୋତି ନିର୍ମାଣ କଲେ। ପରମେଶ୍ୱର ତାରାଗଣକୁ ମଧ୍ୟ ସୃଷ୍ଟି କଲେ।

对照

探索 ଆଦି ପୁସ୍ତକ 1:16

17

ଆଦି ପୁସ୍ତକ 1:9-10

ପବିତ୍ର ବାଇବଲ

ଏହା ପରେ ପରମେଶ୍ୱର କହିଲେ, “ଆକାଶମଣ୍ଡଳ ଅଧଃସ୍ଥ ସମଗ୍ର ଜଳ ଏକ ସ୍ଥାନରେ ସଂଗୃହୀତ ହେଉ, ଯଦ୍ଦ୍ୱାରା ଭୂମି ଶୁଖିଲା ଦେଖାଯିବ” ଏବଂ ଏହିପରି ହେଲା। ପରମେଶ୍ୱର ଶୁଖିଲା ଭୂମିର ନାମ “ପୃଥିବୀ” ଦେଲେ ଏବଂ ଜଳସମୂହ ଭାଗର ନାମ ଦେଲେ, “ସମୁଦ୍ର” ଏହା ପରମେଶ୍ୱରଙ୍କ ଦୃଷ୍ଟିରେ ଅତି ଉତ୍ତମ ଦିଶିଥିଲା।

对照

探索 ଆଦି ପୁସ୍ତକ 1:9-10

18

ଆଦି ପୁସ୍ତକ 1:22

ପବିତ୍ର ବାଇବଲ

ପରମେଶ୍ୱର ପ୍ରାଣୀମାନଙ୍କୁ ଆଶୀର୍ବାଦ କଲେ। ପରମେଶ୍ୱର ସେମାନଙ୍କୁ କହିଲେ, ବହୁବଂଶ ହୋଇ ସମୁଦ୍ର ଜଳକୁ ପରିପୂର୍ଣ୍ଣ କର। ପୃଥିବୀରେ ପକ୍ଷୀଗଣ ବହୁସଂଖ୍ୟକ ହୁଅନ୍ତୁ।

对照

探索 ଆଦି ପୁସ୍ତକ 1:22

19

ଆଦି ପୁସ୍ତକ 1:24

ପବିତ୍ର ବାଇବଲ

ଏହା ପରେ ପରମେଶ୍ୱର କହିଲେ, “ନିଜ ଜାତି ଅନୁସାରେ ପୃଥିବୀ ଜୀବିତ ପ୍ରାଣୀ ଉତ୍ପାଦନ କରୁ। ଜାତି ଶ୍ରେଣୀ ଅନୁସାରେ ବନ୍ୟଜନ୍ତୁଗଣ ଉତ୍ପନ୍ନ ହୁଅନ୍ତୁ।” ଏହା ପରେ ସେହିପରି ହେଲା।

对照

探索 ଆଦି ପୁସ୍ତକ 1:24

20

ଆଦି ପୁସ୍ତକ 1:20

ପବିତ୍ର ବାଇବଲ

ଏହା ପରେ ପରମେଶ୍ୱର କହିଲେ, “ଜଳ ଜୀବିତ ପ୍ରାଣୀରେ ପୂର୍ଣ୍ଣ ହେଉ ଏବଂ ପକ୍ଷୀମାନେ ପୃଥିବୀ ଉପରେ ଓ ଆକାଶ ତୋରଣ ତଳେ ଉଡ଼ନ୍ତୁ।”

对照

探索 ଆଦି ପୁସ୍ତକ 1:20

21

ଆଦି ପୁସ୍ତକ 1:25

ପବିତ୍ର ବାଇବଲ

ଏହିପରି ପରମେଶ୍ୱର ବିଭିନ୍ନ ପ୍ରକାର ଜୀବିତ ପ୍ରାଣୀ ସୃଷ୍ଟି କଲେ। ପରମେଶ୍ୱର ସମସ୍ତ ଜୀବିତ ପ୍ରାଣୀଙ୍କୁ ସୃଷ୍ଟି କଲେ, ବିଭିନ୍ନ ପ୍ରକାରର ବୃହତ୍ ପ୍ରାଣୀ ଏବଂ ପ୍ରତ୍ୟେକ ସରୀସୃପ ପ୍ରାଣୀ ଆପଣା ଜାତି ଅନୁସାରେ ପୃଥିବୀ ଉପରେ ଗୁରୁଣ୍ଡୁ ଥିଲେ। ଏହା ପରମେଶ୍ୱରଙ୍କ ଦୃଷ୍ଟିରେ ଅତି ଉତ୍ତମ ଦିଶିଥିଲା।

对照

探索 ଆଦି ପୁସ୍ତକ 1:25

下一章
YouVersion

我们要鼓励、挑战你每天亲近上帝。

事工

关于我们

就职机会

义工

博客

新闻区

有用链接

帮助

捐赠

圣经译本

音频圣经

译本语言

今日经文


此数字事工属于

Life.Church
English (US)

©2025 Life.Church / YouVersion

隐私政策使用条款
漏洞披露方案
FacebookTwitterInstagramYouTubePinterest

主页

圣经

计划

视频