1
ଆଦି ପୁସ୍ତକ 1:26-27
ପବିତ୍ର ବାଇବଲ (Re-edited) - (BSI)
ଏଥିଉତ୍ତାରୁ ପରମେଶ୍ଵର କହିଲେ, ଆମ୍ଭେମାନେ ଆପଣା ପ୍ରତିମୂର୍ତ୍ତିରେ ଓ ଆପଣା ସାଦୃଶ୍ୟରେ ମନୁଷ୍ୟର ନିର୍ମାଣ କରୁ। ସେମାନେ ଜଳଚର ମତ୍ସ୍ୟଗଣ ଓ ଖେଚର ପକ୍ଷୀଗଣ ଓ ପଶୁଗଣ ଓ ସମସ୍ତ ପୃଥିବୀ ଓ ଭୂମିରେ ଗମନଶୀଳ ସବୁ ଉରୋଗାମୀ ଜନ୍ତୁ ଉପରେ କର୍ତ୍ତୃତ୍ଵ କରିବେ। ଅନନ୍ତର ପରମେଶ୍ଵର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ସୃଷ୍ଟି କଲେ; ପରମେଶ୍ଵରଙ୍କ ପ୍ରତିମୂର୍ତ୍ତିରେ ସେ ତାହାକୁ ସୃଷ୍ଟି କଲେ; ପୁରୁଷ ଓ ସ୍ତ୍ରୀ କରି ସେ ସେମାନଙ୍କୁ ସୃଷ୍ଟି କଲେ।
موازنہ
تلاش ଆଦି ପୁସ୍ତକ 1:26-27
2
ଆଦି ପୁସ୍ତକ 1:28
ଆଉ ପରମେଶ୍ଵର ସେମାନଙ୍କୁ ଆଶୀର୍ବାଦ କଲେ; ପୁଣି ପରମେଶ୍ଵର ସେମାନଙ୍କୁ କହିଲେ, ପ୍ରଜାବ; ଓ ବହୁବଂଶ ହୁଅ, ପୁଣି ପୃଥିବୀକି ପରିପୂର୍ଣ୍ଣ କରି ବଶୀଭୂତ କର, ଆଉ ଜଳଚର ମତ୍ସ୍ୟଗଣ ଓ ଖେଚର ପକ୍ଷୀଗଣ ଓ ଭୂଚର ଉରୋଗାମୀ ଜନ୍ତୁଗଣ ଉପରେ କର୍ତ୍ତୃତ୍ଵ କର।
تلاش ଆଦି ପୁସ୍ତକ 1:28
3
ଆଦି ପୁସ୍ତକ 1:1
ଆଦ୍ୟରେ ପରମେଶ୍ଵର ସ୍ଵର୍ଗ ଓ ପୃଥିବୀର ସୃଷ୍ଟି କଲେ।
تلاش ଆଦି ପୁସ୍ତକ 1:1
4
ଆଦି ପୁସ୍ତକ 1:2
ପୃଥିବୀ ନିର୍ଜ୍ଜନ ଓ ଶୂନ୍ୟ ଥିଲା, ଆଉ ଗଭୀର ଜଳ ଉପରେ ଅନ୍ଧକାର ଥିଲା; ପୁଣି ପରମେଶ୍ଵରଙ୍କ ଆତ୍ମା ଜଳ ଉପରେ ବ୍ୟାପ୍ତ ଥିଲେ।
تلاش ଆଦି ପୁସ୍ତକ 1:2
5
ଆଦି ପୁସ୍ତକ 1:3
ଅନନ୍ତର ପରମେଶ୍ଵର କହିଲେ, ଦୀପ୍ତି ହେଉ; ତହିଁରେ ଦୀପ୍ତି ହେଲା।
تلاش ଆଦି ପୁସ୍ତକ 1:3
6
ଆଦି ପୁସ୍ତକ 1:31
ପରମେଶ୍ଵର ଆପଣା ନିର୍ମିତ ପ୍ରତ୍ୟେକ ବସ୍ତୁ ପ୍ରତି ଦୃଷ୍ଟି କଲେ, ଆଉ ଦେଖ, ସମସ୍ତ ଅତ୍ୟୁତ୍ତମ। ତହିଁରେ ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ଷଷ୍ଠ ଦିବସ ହେଲା।
تلاش ଆଦି ପୁସ୍ତକ 1:31
7
ଆଦି ପୁସ୍ତକ 1:4
ଆଉ ପରମେଶ୍ଵର ଦୀପ୍ତିକି ଦେଖିଲେ ଯେ ତାହା ଉତ୍ତମ; ତହୁଁ ପରମେଶ୍ଵର ଅନ୍ଧକାରରୁ ଦୀପ୍ତିକି ଭିନ୍ନ କଲେ।
تلاش ଆଦି ପୁସ୍ତକ 1:4
8
ଆଦି ପୁସ୍ତକ 1:29
ପରମେଶ୍ଵର ଆହୁରି କହିଲେ, ଦେଖ, ଆମ୍ଭେ ଭୂମିସ୍ଥ ସବୁ ସବୀଜ ଶାକ ଓ ସବୁ ସବୀଜ ଫଳଦାୟକ ବୃକ୍ଷ ତୁମ୍ଭମାନଙ୍କୁ ଦେଲୁ, ତାହା ତୁମ୍ଭମାନଙ୍କର ଖାଦ୍ୟ ହେବ।
تلاش ଆଦି ପୁସ୍ତକ 1:29
9
ଆଦି ପୁସ୍ତକ 1:5
ପୁଣି ପରମେଶ୍ଵର ଦୀପ୍ତିର ନାମ ଦିବସ ଓ ଅନ୍ଧକାରର ନାମ ରାତ୍ରି ଦେଲେ। ତହୁଁ ସନ୍ଧ୍ୟା ଓ ପ୍ରାତଃକାଳ ହୋଇ ପ୍ରଥମ ଦିବସ ହେଲା।
تلاش ଆଦି ପୁସ୍ତକ 1:5
10
ଆଦି ପୁସ୍ତକ 1:6
ଅନନ୍ତର ପରମେଶ୍ଵର କହିଲେ, ଜଳ ମଧ୍ୟରେ ଶୂନ୍ୟ ଜାତ ହୋଇ ଜଳକୁ ଦୁଇ ଭାଗରେ ଭିନ୍ନ କରୁ।
تلاش ଆଦି ପୁସ୍ତକ 1:6
11
ଆଦି ପୁସ୍ତକ 1:30
ପୁଣି ପୃଥିବୀସ୍ଥ ସମସ୍ତ ପଶୁ ଓ ଖେଚର ପକ୍ଷୀ ଓ ଭୂଚର ଉରୋଗାମୀ ଜନ୍ତୁ, ଏହି ସମସ୍ତ ପ୍ରାଣୀଙ୍କ ଭକ୍ଷ୍ୟ ନିମନ୍ତେ ଆମ୍ଭେ ସବୁ ହରିତ ଶାକ ଦେଲୁ; ତହିଁରେ ସେପରି ହେଲା।
تلاش ଆଦି ପୁସ୍ତକ 1:30
12
ଆଦି ପୁସ୍ତକ 1:14
ଅନନ୍ତର ପରମେଶ୍ଵର କହିଲେ, ରାତ୍ରିରୁ ଦିବସକୁ ପୃଥକ୍ କରିବା ନିମନ୍ତେ ଆକାଶମଣ୍ତଳରେ ଜ୍ୟୋତିର୍ଗଣ ଉତ୍ପନ୍ନ ହେଉନ୍ତୁ; ପୁଣି ସେ ସବୁ ଚିହ୍ନ ଓ ଋତୁ ଓ ଦିବସ ଆଉ ବର୍ଷର କାରଣ ହେଉନ୍ତୁ।
تلاش ଆଦି ପୁସ୍ତକ 1:14
13
ଆଦି ପୁସ୍ତକ 1:11
ଏଉତ୍ତାରୁ ପରମେଶ୍ଵର କହିଲେ, ପୃଥିବୀ ତୃଣ ଓ ସବୀଜ ଶାକ ଓ ବୀଜସମ୍ଵଳିତ ସ୍ଵ ସ୍ଵ ଜାତି ଅନୁଯାୟୀ ଫଳୋତ୍ପାଦକ ଫଳବୃକ୍ଷଭୂମି ଉପରେ ଉତ୍ପନ୍ନ କରୁ; ତହିଁରେ ସେପରି ହେଲା।
تلاش ଆଦି ପୁସ୍ତକ 1:11
14
ଆଦି ପୁସ୍ତକ 1:7
ଏହିରୂପେ ପରମେଶ୍ଵର ଶୂନ୍ୟ ନିର୍ମାଣ କରି ଶୂନ୍ୟର ଊର୍ଦ୍ଧ୍ଵସ୍ଥ ଜଳରୁ ଶୂନ୍ୟର ଅଧଃସ୍ଥ ଜଳକୁ ଭିନ୍ନ କଲେ; ତହିଁରେ ସେହିରୂପ ହେଲା।
تلاش ଆଦି ପୁସ୍ତକ 1:7
15
ଆଦି ପୁସ୍ତକ 1:12
ଅର୍ଥାତ୍, ପୃଥିବୀ ତୃଣ ଓ ସ୍ଵ ସ୍ଵ ଜାତି ଅନୁସାରେ ବୀଜୋତ୍ପାଦକ ଶାକ ଓ ସ୍ଵ ସ୍ଵ ଜାତି ଅନୁସାରେ ସବୀଜ ଫଳୋତ୍ପାଦକ ବୃକ୍ଷ ଉତ୍ପନ୍ନ କଲା; ପୁଣି ପରମେଶ୍ଵର ତାହା ଉତ୍ତମ ଦେଖିଲେ।
تلاش ଆଦି ପୁସ୍ତକ 1:12
16
ଆଦି ପୁସ୍ତକ 1:16
ଏହି ପ୍ରକାରେ ପରମେଶ୍ଵର ଦିବସରେ କର୍ତ୍ତୃତ୍ଵ କରିବାକୁ ଏକ ମହାଜ୍ୟୋତି ଓ ରାତ୍ରିରେ କର୍ତ୍ତୃତ୍ଵ କରିବାକୁ ତାହାଠାରୁ ସାନ ଏକ ଜ୍ୟୋତି, ଏହି ଦୁଇ ମହାଜ୍ୟୋତି, ଆଉ ମଧ୍ୟ ତାରାଗଣ, ନିର୍ମାଣ କଲେ।
تلاش ଆଦି ପୁସ୍ତକ 1:16
17
ଆଦି ପୁସ୍ତକ 1:9-10
ଅନନ୍ତର ପରମେଶ୍ଵର କହିଲେ, ଆକାଶମଣ୍ତଳର ଅଧଃସ୍ଥ ସମଗ୍ର ଜଳ ଏକ ସ୍ଥାନରେ ସଂଗୃହୀତ ହେଉ ଓ ସ୍ଥଳ ପ୍ରକାଶ ହେଉ; ତହିଁରେ ସେହିରୂପ ହେଲା। ପୁଣି ପରମେଶ୍ଵର ସ୍ଥଳର ନାମ ପୃଥିବୀ ଓ ଜଳରାଶିର ନାମ ସମୁଦ୍ର ଦେଲେ; ଆଉ ପରମେଶ୍ଵର ତାହା ଉତ୍ତମ ଦେଖିଲେ।
تلاش ଆଦି ପୁସ୍ତକ 1:9-10
18
ଆଦି ପୁସ୍ତକ 1:22
ପୁଣି ପରମେଶ୍ଵର ସେମାନଙ୍କୁ ଆଶୀର୍ବାଦ କରି କହିଲେ, ପ୍ରଜାବ; ଓ ବହୁବଂଶ ହୋଇ ସମୁଦ୍ରର ଜଳ ପରିପୂର୍ଣ୍ଣ କର, ଆଉ ପୃଥିବୀରେ ପକ୍ଷୀଗଣ ବହୁସଂଖ୍ୟକ ହେଉନ୍ତୁ।
تلاش ଆଦି ପୁସ୍ତକ 1:22
19
ଆଦି ପୁସ୍ତକ 1:24
ଅନନ୍ତର ପରମେଶ୍ଵର କହିଲେ, ପୃଥିବୀରେ ସ୍ଵ ସ୍ଵ ଜାତି ଅନୁସାରେ ପ୍ରାଣୀବର୍ଗ, (ଅର୍ଥାତ୍), ଗ୍ରାମ୍ୟପଶୁ ଓ ଉରୋଗାମୀ ଜନ୍ତୁ ଓ ସ୍ଵ ସ୍ଵ ଜାତି ଅନୁସାରେ ପୃଥିବୀର ବନ୍ୟପଶୁଗଣ ଉତ୍ପନ୍ନ ହେଉନ୍ତୁ; ତହିଁରେ ସେପରି ହେଲା।
تلاش ଆଦି ପୁସ୍ତକ 1:24
20
ଆଦି ପୁସ୍ତକ 1:20
ଏଥିଉତ୍ତାରୁ ପରମେଶ୍ଵର କହିଲେ, ଜଳ ବହୁଳ ରୂପେ ଜଙ୍ଗମ ପ୍ରାଣୀବର୍ଗରେ ପ୍ରାଣୀମୟ ହେଉ ଓ ପୃଥିବୀର ଉପରିସ୍ଥ ଆକାଶମଣ୍ତଳରେ ପକ୍ଷୀଗଣ ଉଡ଼ନ୍ତୁ।
تلاش ଆଦି ପୁସ୍ତକ 1:20
21
ଆଦି ପୁସ୍ତକ 1:25
ଏହି ରୂପେ ପରମେଶ୍ଵର ସ୍ଵ ସ୍ଵ ଜାତି ଅନୁଯାୟୀ ବନ୍ୟପଶୁଗଣ ଓ ସ୍ଵ ସ୍ଵ ଜାତି ଅନୁଯାୟୀ ଗ୍ରାମ୍ୟପଶୁଗଣ ଓ ସ୍ଵ ସ୍ଵ ଜାତି ଅନୁଯାୟୀ ପ୍ରତ୍ୟେକ ଭୂଚର ଉରୋଗାମୀ ଜନ୍ତୁ ନିର୍ମାଣ କଲେ; ଆଉ ପରମେଶ୍ଵର ସେ ସମସ୍ତ ଉତ୍ତମ ଦେଖିଲେ।
تلاش ଆଦି ପୁସ୍ତକ 1:25
صفحہ اول
بائبل
مطالعاتی منصوبہ
Videos