1
ଆଦି ପୁସ୍ତକ 35:11-12
ପବିତ୍ର ବାଇବଲ
ପରମେଶ୍ୱର ତାଙ୍କୁ କହିଲେ, “ଆମ୍ଭେ ସର୍ବଶକ୍ତିମାନ ପରମେଶ୍ୱର, ତୁମ୍ଭର ପରିବାର ବହୁତ ବଡ଼ ହେବ। ତୁମ୍ଭର ପରିବାରରୁ ଅନେକ ଜାତିଗଣ ହେବ। ରାଜାମାନେ ତୁମ୍ଭ ଶରୀରରୁ ଆସିବେ। ଆମ୍ଭେ ଅବ୍ରହାମ ଓ ଇସ୍ହାକଙ୍କୁ ଯେଉଁ ଦେଶ ଦାନ କରିଅଛୁ, ସେହି ଦେଶ ତୁମ୍ଭକୁ ଓ ତୁମ୍ଭର ଭବିଷ୍ୟଦ୍ ବଂଶଧରକୁ ଦେବା।”
Uporedi
Istraži ଆଦି ପୁସ୍ତକ 35:11-12
2
ଆଦି ପୁସ୍ତକ 35:3
ଆମ୍ଭେମାନେ ଏହି ସ୍ଥାନ ପରିତ୍ୟାଗ କରି ବୈଥେଲ୍କୁ ଯିବା। ମୁଁ ସେଠାରେ ଏକ ଯଜ୍ଞବେଦି ନିର୍ମାଣ କରିବି ଏବଂ ତାହା ପରମେଶ୍ୱରଙ୍କୁ ଉତ୍ସର୍ଗ କରିବି ଯିଏ ମୋର ଅସୁବିଧା ସମୟରେ ମୋତେ ଦୟା କରିଛନ୍ତି, ଯେଉଁଠାକୁ ମୁଁ ଗଲି ପରମେଶ୍ୱର ମୋ’ ସହିତ ରହି ଆସିଛନ୍ତି।”
Istraži ଆଦି ପୁସ୍ତକ 35:3
3
ଆଦି ପୁସ୍ତକ 35:10
ପରମେଶ୍ୱର ଯାକୁବଙ୍କୁ କହିଲେ, “ତୁମ୍ଭର ନାମ ଯାକୁବ କିନ୍ତୁ ଆମ୍ଭେ ସେହି ନାମକୁ ପରିବର୍ତ୍ତନ କରିବା। ତୁମ୍ଭକୁ ଯାକୁବ ଡକା ଯିବ ନାହିଁ। ତୁମ୍ଭର ନୂତନ ନାମ ଇସ୍ରାଏଲ ହେବ।” ଆଉ ସେ ତାଙ୍କର ନାମ ଇସ୍ରାଏଲ ରଖିଲେ।
Istraži ଆଦି ପୁସ୍ତକ 35:10
4
ଆଦି ପୁସ୍ତକ 35:2
ତେଣୁ ଯାକୁବ ତାଙ୍କର ପରିବାର ଓ ଦାସମାନଙ୍କୁ କହିଲେ, “ତୁମ୍ଭମାନଙ୍କ ନିକଟରେ ଯେସବୁ ବିଦେଶୀୟ ଦେବତାଗଣ ଅଛନ୍ତି ସେମାନଙ୍କୁ ଦୂର କର, ନିଜ ନିଜକୁ ଶୁଚି କର ଏବଂ ବସ୍ତ୍ର ପରିବର୍ତ୍ତନ କର।
Istraži ଆଦି ପୁସ୍ତକ 35:2
5
ଆଦି ପୁସ୍ତକ 35:1
ପରମେଶ୍ୱର ଯାକୁବଙ୍କୁ କହିଲେ, “ବୈଥେଲ୍କୁ ଯାଅ, ସେଠାରେ ବାସ କର ଏବଂ ସେଠାରେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କରିବା ପାଇଁ ଏକ ଯଜ୍ଞବେଦି ସ୍ଥାପନ କର। ଯିଏ ତୁମ୍ଭ ଭାଇ ଏଷୌଠାରୁ ତୁମ୍ଭର ପଳାୟନ ବେଳେ ଆବିର୍ଭାବ ହୋଇଥିଲେ।”
Istraži ଆଦି ପୁସ୍ତକ 35:1
6
ଆଦି ପୁସ୍ତକ 35:18
ରାହେଲ ପୁତ୍ର ସନ୍ତାନ ଜନ୍ମ ଦେଇ ମଲେ। ମଲା ପୂର୍ବରୁ ରାହେଲ ସେହି ସନ୍ତାନର ନାମ ଦେଇଥିଲେ, ବିନୋନୀ। କିନ୍ତୁ ଯାକୁବ ତାକୁ ଡାକିଲେ ବିନ୍ୟାମିନ୍।
Istraži ଆଦି ପୁସ୍ତକ 35:18
Početna
Biblija
Planovi
Video zapisi