1
ଆଦି ପୁସ୍ତକ 15:6
ପବିତ୍ର ବାଇବଲ
ଅବ୍ରାମ ସଦାପ୍ରଭୁଙ୍କୁ ବିଶ୍ୱାସ କଲେ ଏବଂ ପରମେଶ୍ୱର ତାଙ୍କର ବିଶ୍ୱାସକୁ ଧାର୍ମିକତାର କାର୍ଯ୍ୟ ବୋଲି ବିବେଚନା କଲେ।
Uporedi
Istraži ଆଦି ପୁସ୍ତକ 15:6
2
ଆଦି ପୁସ୍ତକ 15:1
ଏହିସବୁ ଘଟିଯିବା ପରେ ସଦାପ୍ରଭୁଙ୍କର ବାକ୍ୟ ଦର୍ଶନରେ ଅବ୍ରାମ ନିକଟକୁ ଆସିଲା। ଏହା କହି, “ହେ ଅବ୍ରାମ ଭୟ କର ନାହିଁ। ମୁଁ ତୁମ୍ଭର ଢାଲ। ମୁଁ ତୁମ୍ଭକୁ ମହାପୁରସ୍କାର ଦେବି।”
Istraži ଆଦି ପୁସ୍ତକ 15:1
3
ଆଦି ପୁସ୍ତକ 15:5
ଏହା ପରେ ପରମେଶ୍ୱର ତାଙ୍କୁ ବାହାରକୁ ନେଲେ ଓ କହିଲେ, “ଊର୍ଦ୍ଧ୍ୱରେ ଆକାଶକୁ ଦେଖ ଏବଂ ତାରାଗଣ ଗଣନା କର, ତୁମ୍ଭେ ଯଦି ତାକୁ ଗଣନା କରି ପାରିବ।” ଏବଂ ସେ ମଧ୍ୟ କହିଲେ, “ତୁମ୍ଭର ବଂଶଧର ତାରାଗଣ ପରି ବହୁସଂଖ୍ୟକ ହେବେ।”
Istraži ଆଦି ପୁସ୍ତକ 15:5
4
ଆଦି ପୁସ୍ତକ 15:4
ତା'ପରେ ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, “ଦେଖ ସେହି ଦାସଟି ତୁମ୍ଭର ଉତ୍ତରାଧିକାରୀ ହେବ ନାହିଁ। ମାତ୍ର ଯେ ତୁମ୍ଭ ଔରସରେ ଜାତ ହେବ, ସେହି ତୁମ୍ଭର ଉତ୍ତରାଧିକାରୀ ହେବ।”
Istraži ଆଦି ପୁସ୍ତକ 15:4
5
ଆଦି ପୁସ୍ତକ 15:13
ତା'ପରେ ସଦାପ୍ରଭୁ ଅବ୍ରାମଙ୍କୁ କହିଲେ, “ତୁମ୍ଭେ ଏ ବିଷୟରେ ନିଶ୍ଚିତ ହୋଇ ପାରିବ, ତୁମ୍ଭର ବଂଶଧର ବିଦେଶରେ ପ୍ରବାସୀ ହେବେ ଏବଂ କ୍ରୀତଦାସ ହେବେ ଏବଂ 400 ବର୍ଷ ପର୍ଯ୍ୟନ୍ତ କ୍ଳେଶ ଭୋଗ କରିବେ।
Istraži ଆଦି ପୁସ୍ତକ 15:13
6
ଆଦି ପୁସ୍ତକ 15:2
କିନ୍ତୁ ଅବ୍ରାମ କହିଲେ, “ସଦାପ୍ରଭୁ ପରମେଶ୍ୱର, ମୋତେ ପୁରସ୍କାର ଦେଇ କ’ଣ ଭଲ ହେବ? ମୁଁ ସନ୍ତାନ ବିନା ମରିବାକୁ ଯାଉଛି। ସେଥିପାଇଁ ଦମ୍ମେସକର ମୋର ମୁଖ୍ୟ ସେବକ ଇଲିୟେଜର ମୋର ସମ୍ପତ୍ତି ଅଧିକାର କରିବ।”
Istraži ଆଦି ପୁସ୍ତକ 15:2
7
ଆଦି ପୁସ୍ତକ 15:18
ସେହି ଦିନ ସଦାପ୍ରଭୁ ଅବ୍ରାମଙ୍କ ସହିତ ଏକ ଚୁକ୍ତି କଲେ। ସେ କହିଲେ, “ମୁଁ ଏହି ଦେଶ ତୁମ୍ଭର ବଂଶଧରଙ୍କୁ ଦେଲି। ମିଶରୀୟ ନଦୀଠାରୁ ମହାନ ନଦୀ ଫରାତ୍ ପର୍ଯ୍ୟନ୍ତ ଏହି ଦେଶ ତୁମ୍ଭର ପରିବାରକୁ ମୁଁ ଦେଲି।
Istraži ଆଦି ପୁସ୍ତକ 15:18
8
ଆଦି ପୁସ୍ତକ 15:16
ପୁଣି ଏହି ଦେଶକୁ ତୁମ୍ଭ ବଂଶର ଚତୁର୍ଥ ପୁରୁଷ ଫେରିବେ। କାରଣ ଯେଉଁ ଇମୋରୀୟମାନେ ଏଠାରେ ବାସ କରନ୍ତି, ସେମାନଙ୍କର ପାପ ଏପର୍ଯ୍ୟନ୍ତ ଶେଷ ହୋଇ ନାହିଁ।”
Istraži ଆଦି ପୁସ୍ତକ 15:16
Početna
Biblija
Planovi
Video zapisi