ସ୍ତ୍ରୀ ଲୋକଟି ଦେଖିଲା ଯେ ସେ ଲୁଚି ରହି ପାରିବ ନାହିଁ, ତେଣୁ ସେ ଥରି ଥରି ଆଗକୁ ଆସିଲା। ସେ ଯୀଶୁଙ୍କ ଆଗରେ ମୁଣ୍ଡ ନୁଆଇଲା। ସେ ଯୀଶୁଙ୍କୁ କାହିଁକି ଛୁଇଁଦେଲା, ସେଇ କଥା ସବୁ ଲୋକମାନଙ୍କ ଆଗରେ କହିଲା। ସେ କହିଲା ଯେ, ଯେତେବେଳେ ସେ ଯୀଶୁଙ୍କୁ ଛୁଇଁଦେଲା, ତତ୍କ୍ଷଣାତ୍ ସେ ସୁସ୍ଥ ହୋଇଗଲା। ଯୀଶୁ ସ୍ତ୍ରୀ ଲୋକଟିକୁ କହିଲେ, “ହେ ଝିଅ, ତୁମ୍ଭେ ବିଶ୍ୱାସ କଲ ସେଥିପାଇଁ ସୁସ୍ଥ ହୋଇଗଲ। ଏଥର ଶାନ୍ତିରେ ଯାଅ।”