1
ଲୂକ 13:24
ପବିତ୍ର ବାଇବଲ
ଯୀଶୁ କହିଲେ, “ତୁମ୍ଭେମାନେ ଅଣଓସାରିଆ ଦ୍ୱାର ଦେଇ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବା ପାଇଁ କଠିନ ପରିଶ୍ରମ କର। ଅନେକ ଲୋକ ସେଠାରେ ପ୍ରବେଶ କରିବାକୁ ଚେଷ୍ଟା କରିବେ। କିନ୍ତୁ ସେମାନେ ପ୍ରବେଶ କରିବାକୁ ସମର୍ଥ ହେବେ ନାହିଁ।
Salīdzināt
Izpēti ଲୂକ 13:24
2
ଲୂକ 13:11-12
ସେଠାରେ ଏପରି ଗୋଟିଏ ସ୍ତ୍ରୀ ଲୋକ ଥିଲା, ଯାହା ଦେହରେ ଗୋଟିଏ ଭୂତ ପ୍ରବେଶ କରି ରହିଥିଲା। ଭୂତ ସ୍ତ୍ରୀ ଲୋକଟିକୁ ଅଠର ବର୍ଷ ଧରି ପଙ୍ଗୁ କରି ପକାଇଥିଲା। ସେ କୁଜ୍ଜା ହୋଇ ନଇଁ ଯାଉଥିଲା। ସେ ଜମା ସିଧା ଠିଆ ହୋଇ ପାରୁ ନ ଥିଲା। ଯୀଶୁ ତାକୁ ଡାକି ପାଖରେ ଦେଖି କହିଲେ, “ହେ ନାରୀ ତୁମ୍ଭର ପୀଡ଼ିତା ଅବସ୍ଥା ବର୍ତ୍ତମାନ ଗ୍ଭଲିଯାଇଛି।”
Izpēti ଲୂକ 13:11-12
3
ଲୂକ 13:13
ଯୀଶୁ ନିଜ ହାତ ସ୍ତ୍ରୀ ଲୋକଟି ଉପରେ ରଖିଲେ। ତା'ପରେ ସ୍ତ୍ରୀ ଲୋକଟି ସିଧା ଠିଆ ହେବାକୁ ସକ୍ଷମ ହେଲା। ସେ ପରମେଶ୍ୱରଙ୍କ ସ୍ତୁତି କଲା।
Izpēti ଲୂକ 13:13
4
ଲୂକ 13:30
କେତେକ ଲୋକ ଥିବେ, ଯେଉଁମାନଙ୍କର ଜାଗତିକ ପଦ ମର୍ଯ୍ୟଦା ସବୁଠାରୁ ନିମ୍ନରେ ଅଛି, ସେମାନେ ପରମେଶ୍ୱରଙ୍କ ରାଜ୍ୟରେ ସବୁଠାରୁ ଉଚ୍ଚ ଆସନ ଲାଭ କରିବେ। ଆଉ ଶେଷରେ ଥିବା କେତେକ ଲୋକ ପ୍ରଥମ ହେବେ ଓ ପ୍ରଥମରେ ଥିବା କେତେକ ଲୋକ ପରମେଶ୍ୱରଙ୍କ ରାଜ୍ୟରେ ସବୁଠାରୁ ଶେଷରେ ରହିବେ।”
Izpēti ଲୂକ 13:30
5
ଲୂକ 13:25
ଯଦି ଜଣେ ଲୋକ ତା'ର ଘରର କବାଟ ବନ୍ଦ କରି ଦିଏ ତେବେ ତୁମ୍ଭେମାନେ ବାହାରେ ଠିଆ ହୋଇ କବାଟ ବାଡ଼େଇବ। କିନ୍ତୁ ସେ କବାଟ ଖୋଲିବ ନାହିଁ। ତୁମ୍ଭେମାନେ କହିବ, ‘ଆଜ୍ଞା, ଆମ୍ଭ ପାଇଁ ଦ୍ୱାର ଫିଟାନ୍ତୁ।’ କିନ୍ତୁ ଲୋକଟି କହିବ, ‘ମୁଁ ତୁମ୍ଭକୁ ଜାଣି ନାହିଁ। ତୁମ୍ଭେମାନେ କେଉଁଠାରୁ ଆସିଛ?’
Izpēti ଲୂକ 13:25
6
ଲୂକ 13:5
ନା, ସେମାନେ ତା’ ନ ଥିଲେ। ମୁଁ କିନ୍ତୁ ତୁମ୍ଭମାନଙ୍କୁ କହୁଛି ଯେ, ତୁମ୍ଭେମାନେ ଯଦି ତୁମ୍ଭମାନଙ୍କର ହୃଦୟ ଓ ଜୀବନଯାପନ ପ୍ରଣାଳୀରେ ପରିବର୍ତ୍ତନ ନ ଆଣିବ, ତେବେ ତୁମ୍ଭେମାନେ ସବୁ ବିନଷ୍ଟ ହେବ।”
Izpēti ଲୂକ 13:5
7
ଲୂକ 13:27
ତା'ପରେ ତୁମ୍ଭମାନଙ୍କୁ କହିବେ, ‘ମୁଁ ତୁମ୍ଭମାନଙ୍କୁ ଜାଣି ନାହିଁ। ତୁମ୍ଭେମାନେ କେଉଁଠାରୁ ଆସିଛ? ତୁମ୍ଭେମାନେ ମନ୍ଦ କାମ କରୁଥିବା ଲୋକ। ମୋ’ ପାଖରୁ ଦୂର ହୁଅ।’
Izpēti ଲୂକ 13:27
8
ଲୂକ 13:18-19
ଯୀଶୁ କହିଲେ, “ପରମେଶ୍ୱରଙ୍କ ରାଜ୍ୟ କିଭଳି? ମୁଁ ଏହାକୁ କାହା ସହିତ ତୁଳନା କରି ପାରିବି? ପରମେଶ୍ୱରଙ୍କ ରାଜ୍ୟ ଗୋଟିଏ ସୋରିଷଦାନା ଭଳି। ଜଣେ ଲୋକ ସେ ସୋରିଷ ମଞ୍ଜିଟି ତା’ ବଗିଗ୍ଭରେ ବୁଣେ। ମଞ୍ଜିଟିରୁ ଗଜା ବାହାରି ଗଛ ହୁଏ। ପକ୍ଷୀମାନେ ଏହାର ଡାଳରେ ବସା ବାନ୍ଧନ୍ତି।”
Izpēti ଲୂକ 13:18-19
Mājas
Bībele
Plāni
Video