1
ଆଦି ପୁସ୍ତକ 2:24
ପବିତ୍ର ବାଇବଲ
ମନୁଷ୍ୟ ପିତାମାତାଙ୍କୁ ଛାଡ଼ି ସ୍ତ୍ରୀ ସହିତ ଏକତ୍ରିତ ହେବ। ଯେପରି ସେମାନେ ଏକ ବ୍ୟକ୍ତି, ଏହା ଏପରି ଭାବରେ ହେବ।
Vertaa
Tutki ଆଦି ପୁସ୍ତକ 2:24
2
ଆଦି ପୁସ୍ତକ 2:18
ଏହା ପରେ ସଦାପ୍ରଭୁ ପରମେଶ୍ୱର କହିଲେ, “ମୁଁ ଦେଖି ପାରୁଛି ଯେ ମନୁଷ୍ୟ ଏକାକୀ ଥିବା ଭଲ ନୁହେଁ, ମୁଁ ଆଉ ଜଣେ ଉପଯୁକ୍ତ ସହକାରିଣୀ ନିର୍ମାଣ କରିବି।”
Tutki ଆଦି ପୁସ୍ତକ 2:18
3
ଆଦି ପୁସ୍ତକ 2:7
ଏହା ପରେ ସଦାପ୍ରଭୁ ପରମେଶ୍ୱର ଭୂମିରୁ ଧୂଳି ନେଇ ମନୁଷ୍ୟ ସୃଷ୍ଟି କଲେ। ସଦାପ୍ରଭୁ ତା'ର ନାସିକା ରନ୍ଧ୍ରରେ ଫୁଙ୍କ ଦେଇ ପ୍ରାଣବାୟୁ ପ୍ରବେଶ କରାଇଲେ। ତହିଁରେ ମନୁଷ୍ୟ ଜୀବିତ ପ୍ରାଣୀ ହେଲା।
Tutki ଆଦି ପୁସ୍ତକ 2:7
4
ଆଦି ପୁସ୍ତକ 2:23
ସେହି ମନୁଷ୍ୟ କହିଲା, “ସେ ମୋ’ ପରି, ତା'ର ହାଡ଼ ମୋର ହାଡ଼ରୁ ଆସିଛି। ତା'ର ଶରୀର ମୋର ଶରୀରରୁ ଆସିଛି। ଯେହେତୁ ସେ ନରଠାରୁ ଆସିଛି, ତାହାର ନାମ ‘ନାରୀ।’”
Tutki ଆଦି ପୁସ୍ତକ 2:23
5
ଆଦି ପୁସ୍ତକ 2:3
ତା'ପରେ ପରମେଶ୍ୱର ଏହି ଦିନଟିକୁ ଆଶୀର୍ବାଦ କଲେ ଏବଂ ଏହାକୁ ଏକ ପବିତ୍ର ଦିନ କଲେ। କାରଣ ପରମେଶ୍ୱର ସମସ୍ତ ସୃଷ୍ଟି କରି ସାରିଲା ପରେ ବିଶ୍ରାମ ନେଲେ।
Tutki ଆଦି ପୁସ୍ତକ 2:3
6
ଆଦି ପୁସ୍ତକ 2:25
ମନୁଷ୍ୟ ଓ ତାଙ୍କର ସ୍ତ୍ରୀ ଉଲଗ୍ନ ଥିଲେ, କିନ୍ତୁ ସେମାନେ ଲଜ୍ଜାବୋଧ କରୁ ନ ଥିଲେ।
Tutki ଆଦି ପୁସ୍ତକ 2:25
Koti
Raamattu
Suunnitelmat
Videot