1
ମାଥିଉ 5:15-16
ପବିତ୍ର ବାଇବଲ
ଲୋକେ ଦୀପଟିଏ ଜଳେଇ ତାକୁ ହାଣ୍ଡି ତଳେ ରଖନ୍ତି ନାହିଁ। ଲୋକେ ତାକୁ ଦୀପରୂଖା ଉପରେ ରଖନ୍ତି। ତଦ୍ଦ୍ୱାରା ଦୀପଟି ଘର ଭିତରର ସବୁ ଲୋକଙ୍କୁ ଆଲୋକ ଦିଏ। ଲୋକଙ୍କ ଆଗରେ ତୁମ୍ଭେମାନେ ଆଲୋକ ଭଳି ପ୍ରକାଶିତ ହୁଅ। ସେମାନେ ତୁମ୍ଭର ଭଲ କାମଗୁଡ଼ିକ ଦେଖନ୍ତୁ ଓ ସ୍ୱର୍ଗରେ ରହୁଥିବା ତୁମ୍ଭ ପରମପିତାଙ୍କୁ ପ୍ରଶଂସା ଗାନକରନ୍ତୁ।
Compare
Explore ମାଥିଉ 5:15-16
2
ମାଥିଉ 5:14
“ତୁମ୍ଭେ ଜଗତର ଆଲୋକ। ପାହାଡ଼ ଉପରେ ଅବସ୍ଥିତ କୌଣସି ନଗରକୁ କେବେ ହେଲେ ଲୁଚେଇ ରଖାଯାଇ ପାରିବ ନାହିଁ।
Explore ମାଥିଉ 5:14
3
ମାଥିଉ 5:8
ନିର୍ମଳ ହୃଦୟ ଥିବା ଲୋକମାନେ ଧନ୍ୟ; କାରଣ ସେମାନେ ପରମେଶ୍ୱରଙ୍କୁ ଦେଖିବେ।
Explore ମାଥିଉ 5:8
4
ମାଥିଉ 5:6
ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ସତ୍କର୍ମ କରିବାକୁ ଆଗ୍ରହୀ ଲୋକମାନେ ଧନ୍ୟ, କାରଣ ସେମାନେ ସମ୍ପୂର୍ଣ୍ଣ ତୃପ୍ତି ଲାଭ କରିବେ।
Explore ମାଥିଉ 5:6
5
ମାଥିଉ 5:44
କିନ୍ତୁ ମୁଁ କହୁଛି: ତୁମ୍ଭେ ତୁମ୍ଭର ଶତ୍ରୁକୁ ମଧ୍ୟ ପ୍ରେମ କର। ତୁମ୍ଭକୁ ଯାତନା ଦେଉଥିବା ଲୋକମାନଙ୍କ ପାଇଁ ପ୍ରାର୍ଥନା କର।
Explore ମାଥିଉ 5:44
6
ମାଥିଉ 5:3
“ଆତ୍ମାରେ ଦିନହୀନ ଲୋକମାନେ ଧନ୍ୟ, କାରଣ ସ୍ୱର୍ଗରାଜ୍ୟ ସେହିମାନଙ୍କର।
Explore ମାଥିଉ 5:3
7
ମାଥିଉ 5:9
ଶାନ୍ତି ପାଇଁ କାମ କରୁଥିବା ଲୋକମାନେ ଧନ୍ୟ, କାରଣ ସେମାନେ ପରମେଶ୍ୱରଙ୍କ ସନ୍ତାନ ଭାବେ ଡକାଯିବେ।
Explore ମାଥିଉ 5:9
8
ମାଥିଉ 5:4
ବର୍ତ୍ତମାନ ଦୁଃଖିତ ଲୋକମାନେ ଧନ୍ୟ; କାରଣ ପରମେଶ୍ୱର ସେମାନଙ୍କୁ ସାନ୍ତ୍ୱନା ଦେବେ।
Explore ମାଥିଉ 5:4
9
ମାଥିଉ 5:10
ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ଧର୍ମକାର୍ଯ୍ୟ କରି କଷ୍ଟ ସହୁଥିବା ଲୋକମାନେ ଧନ୍ୟ; କାରଣ ସ୍ୱର୍ଗରାଜ୍ୟ ସେହିମାନଙ୍କର।
Explore ମାଥିଉ 5:10
10
ମାଥିଉ 5:7
ଅନ୍ୟମାନଙ୍କୁ ଦୟା ଦେଖାଉଥିବା ଲୋକମାନେ ଧନ୍ୟ; କାରଣ ପରମେଶ୍ୱର ସେହିମାନଙ୍କୁ ଦୟା କରିବେ।
Explore ମାଥିଉ 5:7
11
ମାଥିଉ 5:11-12
“ତୁମ୍ଭେମାନେ ମୋର ଅନୁଗାମୀ ହୋଇଥିବା ଯୋଗୁଁ ଲୋକେ ତୁମ୍ଭମାନଙ୍କୁ ଅପମାନ ଦେବେ, ତୁମ୍ଭମାନଙ୍କୁ ଯାତନା ଦେବେ ଓ ତୁମ୍ଭମାନଙ୍କ ବିରୁଦ୍ଧରେ ମିଛରେ ନାନା କଥା କହିବେ। କିନ୍ତୁ ତୁମ୍ଭେମାନେ ଧନ୍ୟ। ତେଣୁ ଖୁସୀ ହୋଇ ଆନନ୍ଦ କର। କାରଣ ସ୍ୱର୍ଗରେ ତୁମ୍ଭେମାନେ ଏକ ମହତ୍ ପୁରସ୍କାର ପାଇବ। ତୁମ୍ଭର ପୂର୍ବବର୍ତ୍ତୀ ଭବିଷ୍ୟଦ୍ବକ୍ତାମାନଙ୍କୁ ମଧ୍ୟ ଲୋକମାନେ ଏହିଭଳି ଯାତନା ଦେଇଥିଲେ।
Explore ମାଥିଉ 5:11-12
12
ମାଥିଉ 5:5
ନମ୍ର ଓ ସୁଶୀଳ ଲୋକମାନେ ଧନ୍ୟ; କାରଣ ଏ ପୃଥିବୀ ସେହିମାନଙ୍କର ହେବ।
Explore ମାଥିଉ 5:5
13
ମାଥିଉ 5:13
“ତୁମ୍ଭେମାନେ ସମଗ୍ର ପୃଥିବୀ ପାଇଁ ଲୁଣ ସଦୃଶ। କିନ୍ତୁ ଲୁଣ ଯଦି ନିଜେ ସ୍ୱାଦହୀନ ହୋଇଯାଏ, ତେବେ ତାକୁ ଆଉଥରେ ଲୁଣିଆ କରା ଯାଇ ନ ପାରେ। ଲୁଣ ଆପଣା ଲୁଣିଆ ସ୍ୱାଦ ହରାଇଲେ ଆଉ କୌଣସି କାମରେ ଲାଗିପାରିବ ନାହିଁ। ତାକୁ ବାହାରେ ଫିଙ୍ଗି ଦିଆଯିବ। ଲୋକେ ତାକୁ ପାଦରେ ଚକଟି ଗ୍ଭଲିଯିବେ।
Explore ମାଥିଉ 5:13
14
ମାଥିଉ 5:48
ଏଣୁ ସ୍ୱର୍ଗରେ ରହୁଥିବା ତୁମ୍ଭର ପରମପିତା ଯେପରି ସିଦ୍ଧ, ତୁମ୍ଭେମାନେ ମଧ୍ୟ ସେହିପରି ସିଦ୍ଧ ହୁଅ।
Explore ମାଥିଉ 5:48
15
ମାଥିଉ 5:37
ଯଦି ତୁମ୍ଭେ ଠିକ୍ ମନେ କରୁଛ ତେବେ ‘ହଁ’ କୁହ ଏବଂ ତୁମ୍ଭେ ଯଦି ଭୁଲ୍ ବୋଲି ମନେ କରୁଛ ତେବେ ‘ନାଁ’ କୁହ। ‘ହଁ’ ବା ‘ନାଁ’ ଠାରୁ ଅଧିକା ବିଷୟ ପାପାତ୍ମାଠାରୁ ଆସିଥାଏ।
Explore ମାଥିଉ 5:37
16
ମାଥିଉ 5:38-39
“ତୁମ୍ଭେ ଶୁଣିଛ ଯେ ଏ କଥା କୁହାଯାଇଛି, ‘ଆଖି ବଦଳରେ ଆଖି ଓ ଦାନ୍ତ ବଦଳରେ ଦାନ୍ତ।’ କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, କୌଣସି ମନ୍ଦ ଲୋକର ବିରୁଦ୍ଧରେ ଠିଆ ହୁଅ ନାହିଁ। ବରଂ ଯଦି କେହି ତୁମ୍ଭର ଡାହାଣ ଗାଲରେ ଗ୍ଭପୁଡ଼ାଟିଏ ମାରେ, ତେବେ ତୁମ୍ଭେ ତା ଆଡ଼କୁ ଆର ଗାଲଟି ମଧ୍ୟ ଦେଖେଇ ଦିଅ।
Explore ମାଥିଉ 5:38-39
17
ମାଥିଉ 5:29-30
ଯଦି ତୁମ୍ଭର ଡାହାଣ ଆଖି ତୁମ୍ଭର ପାପର କାରଣ ହୁଏ, ତେବେ ସେହି ଆଖିଟିକୁ କାଢ଼ି ଫିଙ୍ଗିଦିଅ। ତୁମ୍ଭର ସମ୍ପୂର୍ଣ୍ଣ ଶରୀର ନର୍କରେ ପଡ଼ିବା ଅପେକ୍ଷା ଶରୀରର ଗୋଟିଏ ଅଙ୍ଗ ନଷ୍ଟ ହୋଇଯିବା ଭଲ। ଯଦି ତୁମ୍ଭର ଡାହାଣ ହାତଟି ତୁମ୍ଭ ପାପର କାରଣ ହୁଏ, ତାକୁ କାଟି ଫିଙ୍ଗିଦିଅ। କାରଣ ତୁମ୍ଭର ସମ୍ପୂର୍ଣ୍ଣ ଶରୀର ନର୍କରେ ପଡ଼ିବା ଅପେକ୍ଷା ଶରୀରର ଗୋଟିଏ ଅଙ୍ଗ ନଷ୍ଟ ହୋଇଯିବା ଭଲ।
Explore ମାଥିଉ 5:29-30
Home
Bible
Plans
Videos