ଅନନ୍ତର ଇସ୍ରାଏଲ ଯୋଷେଫଙ୍କୁ ଆଶୀର୍ବାଦ କରି କହିଲେ,
“ଯେଉଁ ପରମେଶ୍ୱରଙ୍କ ସାକ୍ଷାତରେ ମୋର ପୂର୍ବପୁରୁଷ ଅବ୍ରହାମ ଓ ଇସ୍ହାକ ଗମନାଗମନ କରିଥିଲେ।
ଯେଉଁ ପରମେଶ୍ୱର ଜନ୍ମାବଧି ଆଜି ପର୍ଯ୍ୟନ୍ତ ମୋତେ ପ୍ରତିପାଳନ କରିଅଛନ୍ତି।
ସେ ଦୂତ ଥିଲେ ଯିଏ ମୋତେ ବିପଦରୁ ଉଦ୍ଧାର କରିଛନ୍ତି।
ମୁଁ ପ୍ରାର୍ଥନା କରୁଛି ସେ ଏହି ବାଳକମାନଙ୍କୁ ଆଶୀର୍ବାଦ କରନ୍ତୁ।
ସେମାନେ ମୋ’ ନାମ
ମୋର ପୂର୍ବପୁରୁଷ ଅବ୍ରହାମ ଓ ଇସ୍ହାକଙ୍କ ନାମ ବହନ କରିବେ।
ମୁଁ ପ୍ରାର୍ଥନା କରୁଛି, ସେମାନେ ବୃଦ୍ଧି ପାଇବେ ଏବଂ ଦେଶ ସେମାନଙ୍କର ପରିବାର ଦ୍ୱାରା ଜନପୂର୍ଣ୍ଣ ହୋଇଯିବ।”