ମିଶରର ମନ୍ତ୍ରଜ୍ଞମାନେ ସେମାନଙ୍କର ଗୁପ୍ତ ଯାଦୁବିଦ୍ୟା ଦ୍ୱାରା ଏପରି କରିବାକୁ ଚେଷ୍ଟା କଲେ, କିନ୍ତୁ ବିଫଳ ହେଲେ, ମନ୍ତ୍ରଜ୍ଞମାନେ ଧୂଳିରୁ ଉକୁଣିଆ ପୋକମାନ ସୃଷ୍ଟି କରି ପାରିଲେ ନାହିଁ। ଉକୁଣିଆ ପୋକମାନେ ପଶୁ ଓ ମନୁଷ୍ୟମାନଙ୍କଠାରେ ରହିଗଲେ। ତେଣୁ ମନ୍ତ୍ରଜ୍ଞମାନେ ଫାରୋଙ୍କୁ କହିଲେ, ପରମେଶ୍ୱର ଏହା କରିଛନ୍ତି। କିନ୍ତୁ ଫାରୋ ପୁଣି ଜିଦ୍ଖୋର ହେଲେ। ସେ ସେମାନଙ୍କ କଥା ଶୁଣିଲେ ନାହିଁ।