1
ଯାତ୍ରା ପୁସ୍ତକ 5:1
ପବିତ୍ର ବାଇବଲ
ମୋଶା ଏବଂ ହାରୋଣ ଏପରି କହି ସାରିବା ପରେ ଫାରୋଙ୍କ ନିକଟକୁ ଗଲେ। ସେମାନେ କହିଲେ, “ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର କହିଛନ୍ତି, ‘ମୋର ଲୋକମାନଙ୍କୁ ଯିବାକୁ ଦିଅ। ସେମାନେ ମୋ’ ସମ୍ମାନାର୍ଥେ ମରୁଭୂମିରେ ଏକ ଉତ୍ସବ ପାଳନ କରିବେ।’”
Compare
Explore ଯାତ୍ରା ପୁସ୍ତକ 5:1
2
ଯାତ୍ରା ପୁସ୍ତକ 5:23
ମୁଁ ଫାରୋଙ୍କ ନିକଟକୁ ଯାଇ ତୁମ୍ଭେ ଯାହା କହିବାକୁ ମୋତେ କହିଥିଲ, ମୁଁ କହିଲି। କିନ୍ତୁ ସେହି ସମୟଠାରୁ ସେ ତୁମ୍ଭର ଲୋକମାନଙ୍କ ପାଇଁ ନିଷ୍ଠୁର ହେଲେ। କିନ୍ତୁ ତୁମ୍ଭେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ କିଛି କଲ ନାହିଁ।”
Explore ଯାତ୍ରା ପୁସ୍ତକ 5:23
3
ଯାତ୍ରା ପୁସ୍ତକ 5:22
ଏହା ପରେ ମୋଶା ସଦାପ୍ରଭୁଙ୍କ ପାଖକୁ ଫେରିଗଲେ ଓ କହିଲେ, “ହେ ପ୍ରଭୁ, କାହିଁକି ତୁମ୍ଭର ଲୋକମାନଙ୍କ ପାଇଁ ଏପରି ବିପଦମାନ ସୃଷ୍ଟି କଲ। ତୁମ୍ଭେ ମୋତେ କାହିଁକି ଏହି ସ୍ଥାନକୁ ପଠାଇଲ?
Explore ଯାତ୍ରା ପୁସ୍ତକ 5:22
4
ଯାତ୍ରା ପୁସ୍ତକ 5:2
କିନ୍ତୁ ଫାରୋ କହିଲେ, “ସଦାପ୍ରଭୁ କିଏ? ମୁଁ କାହିଁକି ତାଙ୍କୁ ମାନିବି? ମୁଁ କାହିଁକି ଇସ୍ରାଏଲୀୟମାନଙ୍କୁ ଯିବାକୁ ଦେବି? ସଦାପ୍ରଭୁ କିଏ ମୁଁ ତାହା ଜାଣେ ନାହିଁ। ତେଣୁ ମୁଁ ଇସ୍ରାଏଲୀୟମାନଙ୍କୁ ଯିବାକୁ ଦେବି ନାହିଁ।”
Explore ଯାତ୍ରା ପୁସ୍ତକ 5:2
5
ଯାତ୍ରା ପୁସ୍ତକ 5:8-9
କିନ୍ତୁ ସେମାନେ ପୂର୍ବପରି ଯେତେ ସଂଖ୍ୟକ ଇଟା ତିଆରି କରୁଥିଲେ, ସେମାନଙ୍କୁ ସେତିକ ଇଟା ତିଆରି କରାଅ। ସେମାନେ ଅଳସୁଆ ହୋଇଛନ୍ତି। ଯେଉଁଥିପାଇଁ ସେମାନେ ଯିବା ପାଇଁ ମୋତେ ଅନୁମତି ମାଗୁଛନ୍ତି। ତାଙ୍କର କିଛି କାର୍ଯ୍ୟ କରିବାକୁ ଇଚ୍ଛା ନାହିଁ। ଯେଣୁ ସେମାନେ ସେମାନଙ୍କର ପରମେଶ୍ୱରଙ୍କ ପାଇଁ ବଳିଦାନ ଉତ୍ସର୍ଗ କରିବାକୁ ଗ୍ଭହୁଛନ୍ତି। ତେଣୁ ଏହି ଲୋକମାନଙ୍କୁ କଠିନ ପରିଶ୍ରମ କରାଇ ସେମାନଙ୍କୁ ସର୍ବଦା ବ୍ୟସ୍ତ ରଖ। ଯେଉଁଥିରେ ସେମାନେ ମିଥ୍ୟା କଥା ଶୁଣିବାକୁ ସମୟ ପାଇବେ ନାହିଁ।”
Explore ଯାତ୍ରା ପୁସ୍ତକ 5:8-9
Home
Bible
Plans
Videos