1
ମାର୍କ 6:31
ପବିତ୍ର ବାଇବଲ
ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ବହୁତ ଗହଳି ସ୍ଥାନରେ ଥିଲେ। ସେଠାରେ ବହୁତ ଲୋକ ଥିଲେ। ତେଣୁ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ସେଠାରେ ଖାଇବାକୁ ମଧ୍ୟ ଟିକିଏ ସମୟ ପାଉ ନ ଥିଲେ। ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ତୁମ୍ଭେମାନେ ମୋ’ ସହିତ ଗୋଟିଏ ନିର୍ଜନ ସ୍ଥାନକୁ ଗ୍ଭଲ ଓ ସେଠାରେ ଆମ୍ଭେ ଟିକେ ବିଶ୍ରାମ ନେବା।”
Compare
Explore ମାର୍କ 6:31
2
ମାର୍କ 6:4
ତେଣୁ ଯୀଶୁ ଲୋକମାନଙ୍କୁ କହିଲେ, “ଅନ୍ୟମାନେ ଜଣେ ଭବିଷ୍ୟଦ୍ବକ୍ତାଙ୍କୁ ସମ୍ମାନ ଦେଇଥା’ନ୍ତି। କିନ୍ତୁ ତାହାଙ୍କ ନିଜ ସହର ଲୋକେ, ତାହାଙ୍କର ସମ୍ପର୍କୀୟମାନେ ଓ ତାହାଙ୍କ ନିଜ ପରିବାରର ଲୋକମାନେ ତାହାଙ୍କୁ ସମ୍ମାନ କରନ୍ତି ନାହିଁ।”
Explore ମାର୍କ 6:4
3
ମାର୍କ 6:34
ଯୀଶୁ ଯେତେବେଳେ ସେଠାରେ ପହଞ୍ଚିଲେ, ସେ ଦେଖିଲେ ଯେ ବହୁତ ଲୋକ ଅପେକ୍ଷା କରିଛନ୍ତି। ଯୀଶୁ ସେମାନଙ୍କ ପାଇଁ ଦୁଃଖ ଅନୁଭବ କଲେ। କାରଣ ସେମାନେ ମେଷପାଳକ ବିହୀନ ଅରକ୍ଷିତ ମେଣ୍ଢାପଲ ଭଳି ଥିଲେ। ଯୀଶୁ ସେମାନଙ୍କୁ ଅନେକ ଉପଦେଶ ଦେଲେ।
Explore ମାର୍କ 6:34
4
ମାର୍କ 6:5-6
ଅତଏବ ସେଠାରେ ଯୀଶୁ କୌଣସି ଆଶ୍ଚର୍ଯ୍ୟକାର୍ଯ୍ୟ ପ୍ରଦର୍ଶନ କରି ପାରିଲେ ନାହିଁ। କେବଳ କେତେକ ରୋଗୀଙ୍କ ଉପରେ ହାତ ରଖି ସେ ସେମାନଙ୍କୁ ସୁସ୍ଥ କରିଲେ। ଏ ଲୋକମାନଙ୍କର କୌଣସି ବିଶ୍ୱାସ ନ ଥିବାରୁ ଯୀଶୁ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ। ତା'ପରେ ଯୀଶୁ ସେ ଅଞ୍ଚଳର ଅନ୍ୟ ସବୁ ଗାଁକୁ ଯାଇ ସେଠାରେ ଶିକ୍ଷା ଦେବାକୁ ଲାଗିଲେ।
Explore ମାର୍କ 6:5-6
5
ମାର୍କ 6:41-43
ତା'ପରେ ଯୀଶୁ ପାଞ୍ଚୋଟି ରୋଟୀ ଓ ଦୁଇଟି ମାଛକୁ ଟେକି ସ୍ୱର୍ଗ ଆଡ଼କୁ ଗ୍ଭହିଁ ପରମେଶ୍ୱରଙ୍କୁ ରୋଟୀ ପାଇଁ ଧନ୍ୟବାଦ ଦେଲେ। ସେ ରୋଟୀ ଗୁଡ଼ିକୁ ଛିଣ୍ଡାଇ ଖଣ୍ଡ ଖଣ୍ଡ କରି ଶିଷ୍ୟମାନଙ୍କୁ ଲୋକମାନଙ୍କ ମଧ୍ୟରେ ପରଶିବାକୁ ଦେଲେ। ତା'ପରେ ମାଛକୁ ମଧ୍ୟ ସେ ଖଣ୍ଡ ଖଣ୍ଡ କଲେ ଓ ଲୋକଙ୍କ ମଧ୍ୟରେ ସେହିଭଳି ବାଣ୍ଟି ଦେଲେ। ସମସ୍ତେ ପେଟପୁରା ଖାଇ ତୃପ୍ତ ହେଲେ। ସମସ୍ତେ ଖାଇ ସାରିବା ପରେ ଶିଷ୍ୟମାନେ ବଳକା ରୋଟୀ ଖଣ୍ଡ ଓ ମାଛ ଖଣ୍ଡଗୁଡ଼ିକୁ ବାରଟି ଟୋକେଇରେ ସମ୍ପୂର୍ଣ୍ଣ କରି ଭର୍ତ୍ତିକଲେ।
Explore ମାର୍କ 6:41-43
Home
Bible
Plans
Videos