1
ମାର୍କ 4:39-40
ପବିତ୍ର ବାଇବଲ
ଯୀଶୁ ଉଠି ପଡ଼ିଲେ, ସେ ପବନକୁ ଧମକ ଦେଲେ ଓ ଢେଉକୁ କହିଲେ, “ଶାନ୍ତ ହୁଅ, ସ୍ଥିର ହୁଅ।” ତା'ପରେ ଝଡ଼ ବନ୍ଦ ହୋଇଗଲା। ହ୍ରଦ ଶାନ୍ତ ହୋଇଗଲା। ତା'ପରେ ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ତୁମ୍ଭେମାନେ କାହିଁକି ଭୟ କରୁଛ? ଏ ପର୍ଯ୍ୟନ୍ତ କ’ଣ ତୁମ୍ଭମାନଙ୍କର ବିଶ୍ୱାସ ହୋଇ ନାହିଁ?”
Compare
Explore ମାର୍କ 4:39-40
2
ମାର୍କ 4:41
ସେମାନେ କିନ୍ତୁ ବହୁତ ଡରି ଯାଇଥିଲେ। ସେମାନେ ନିଜ ଭିତରେ ପଚରା ଉଚରା ହେଲେ, “ଏ କେଉଁ ପ୍ରକାରର ଲୋକ? ଏପରିକି ପବନ ଓ ପାଣି ମଧ୍ୟ ତାହାଙ୍କୁ ମାନୁଛନ୍ତି।”
Explore ମାର୍କ 4:41
3
ମାର୍କ 4:38
ଯୀଶୁ ଡଙ୍ଗା ଭିତରେ ପଛ ମଙ୍ଗରେ ଗୋଟିଏ ତକିଆରେ ମୁଣ୍ଡ ଦେଇ ଶୋଇ ପଡ଼ିଥିଲେ। ତାହାଙ୍କ ଶିଷ୍ୟମାନେ ତାହାଙ୍କ ପାଖକୁ ଯାଇ ତାହାଙ୍କୁ ଉଠାଇଲେ। ସେମାନେ କହିଲେ, “ଗୁରୁ, ତୁମ୍ଭେ କ’ଣ ଆମ୍ଭ କଥା କିଛି ଚିନ୍ତା କରୁ ନାହଁ, ବର୍ତ୍ତମାନ ଆମ୍ଭେ ବୁଡ଼ିଯିବା।”
Explore ମାର୍କ 4:38
4
ମାର୍କ 4:24
“ତୁମ୍ଭେ ଯାହା ଶୁଣୁଛ, ତାହା ଉପରେ ସାବଧାନ ହୋଇ ବିଗ୍ଭର କର ତୁମ୍ଭେ ଯେଉଁଭଳି ଭାବରେ ଅନ୍ୟକୁ ଦେଉଛ, ପରମେଶ୍ୱର ତୁମ୍ଭକୁ ଠିକ୍ ସେହିଭଳି ଭାବରେ ଦେବେ। ବରଂ ପରମେଶ୍ୱର ତୁମ୍ଭକୁ ଆହୁରି ଅଧିକ ଦେବେ।
Explore ମାର୍କ 4:24
5
ମାର୍କ 4:26-27
ଯୀଶୁ ପୁଣି କହିଲେ, “ପରମେଶ୍ୱରଙ୍କ ରାଜ୍ୟ, ବୀଜ ବୁଣୁଥିବା ଲୋକଟିଏ ଭଳି। ବୀଜରୁ ଅଙ୍କୁର ବାହାରି ଦିନରାତି ବଢ଼ିବାକୁ ଲାଗେ। ସେହି ଲୋକ ଦିନରେ ଚେଇଁଥାଉ କି ରାତିରେ ଶୋଇଥାଉ, ସେଥିରେ କିଛି ଯାଏ ଆସେ ନାହିଁ। ତଥାପି ଅଙ୍କୁରଟି ଆପଣା ଛାଁଏ ବଢ଼ି ଗ୍ଭଲୁଥାଏ। ସେହ ଲୋକ ଜାଣି ପାରେ ନାହିଁ ଯେ ଅଙ୍କୁରଟି କିପରି ବଢ଼ୁଛି।
Explore ମାର୍କ 4:26-27
6
ମାର୍କ 4:23
ମୋତେ ଶୁଣିଥିବା ଲୋକମାନେ ଶୁଣନ୍ତୁ।
Explore ମାର୍କ 4:23
Home
Bible
Plans
Videos