1
ମାର୍କ 14:36
ପବିତ୍ର ବାଇବଲ
ସେ କହିଲେ, “ ଆବ୍ବା ହେ ପରମପିତା ତୁମ୍ଭ ପାଇଁ ସବୁକିଛି ସମ୍ଭବ। ମୋ'ଠାରୁ ଯନ୍ତ୍ରଣାର ଏହି ଗିନାଟିକୁ ଦୂରେଇ ଦିଅ। ତଥାପି ଯାହା ତୁମ୍ଭର ଇଚ୍ଛା, ତାହା କର। କିନ୍ତୁ ମୋ’ ଇଚ୍ଛାରେ କିଛି ନୁହେଁ।”
Compare
Explore ମାର୍କ 14:36
2
ମାର୍କ 14:38
ଜାଗି ରୁହ ଓ ପ୍ରାର୍ଥନା କର ଯେ, ତୁମ୍ଭେମାନେ ଯେପରି ପରୀକ୍ଷାରେ ନ ପଡ଼। ଯାହା ଠିକ୍, ତୁମ୍ଭର ଆତ୍ମା ତାହା କରିବାକୁ ଗ୍ଭହୁଁଛି, କିନ୍ତୁ ତୁମ୍ଭର ଶରୀର ଦୁର୍ବଳ।”
Explore ମାର୍କ 14:38
3
ମାର୍କ 14:9
ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି। ସାରା ସଂସାରରେ ଲୋକମାନଙ୍କ ମଧ୍ୟରେ ସୁସମାଗ୍ଭର ପ୍ରଗ୍ଭର କରାଯିବ। ଯେଉଁ ଯେଉଁ ସ୍ଥାନରେ ସୁସମାଗ୍ଭର ପ୍ରଗ୍ଭରିତ ହେବ, ସେହି ସେହି ସ୍ଥାନରେ ଏହି ସ୍ତ୍ରୀ ଲୋକଟିର ଏହି କାର୍ଯ୍ୟ ବିଷୟରେ କୁହାଯିବ। ଲୋକମାନେ ତାହାକୁ ମନେ ପକେଇବେ।”
Explore ମାର୍କ 14:9
4
ମାର୍କ 14:34
ଯୀଶୁ, ପିତର, ଯାକୁବ ଓ ଯୋହନଙ୍କୁ କହିଲେ, “ମୋର ହୃଦୟ ଦୁଃଖରେ ଭାଙ୍ଗି ପଡ଼ୁଛି। ମୁଁ ପ୍ରାଣ ବାହାରି ଯିବା ବେଳ ଭଳି ଦୁଃଖ ଅନୁଭବ କରୁଛି। ଏଠାରେ ଅପେକ୍ଷା କରି ରୁହ ଓ ଜାଗ୍ରତ ମଧ୍ୟ ରୁହ।”
Explore ମାର୍କ 14:34
5
ମାର୍କ 14:22
ସେମାନେ ଖାଇବା ସମୟରେ ଯୀଶୁ କିଛି ରୋଟୀ ନେଲେ। ସେ ରୋଟୀ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ରୋଟୀ ଛିଣ୍ଡେଇ ଶିଷ୍ୟମାନଙ୍କୁ ଦେଇ କହିଲେ, “ଏହି ରୋଟୀ ନିଅ। ଏହା ମୋର ଦେହ।”
Explore ମାର୍କ 14:22
6
ମାର୍କ 14:23-24
ତା'ପରେ ସେ ଦ୍ରାକ୍ଷାରସର ପାତ୍ରଟି ନେଲେ। ତାହା ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ତା'ପରେ ତାହା ଶିଷ୍ୟମାନଙ୍କୁ ଦେଲେ। ସମସ୍ତ ଶିଷ୍ୟ ସେହି ପାତ୍ରରୁ ଦ୍ରାକ୍ଷାରସ ପିଇଲେ। ତା'ପରେ ଯୀଶୁ କହିଲେ, “ଏହା ମୋର ରକ୍ତ। ମୋର ରକ୍ତ ଏକ ନୂଆ ନିୟମ ଆରମ୍ଭ କରେ। ଏହି ନିୟମଟି ପରମେଶ୍ୱରଙ୍କଠାରୁ ତାହାଙ୍କ ଲୋକଙ୍କ ପାଇଁ ଉଦ୍ଧିଷ୍ଟ। ଏହି ରକ୍ତ ଅନେକ ଲୋକଙ୍କ ପାଇଁ ଦିଆଯାଇଛି।
Explore ମାର୍କ 14:23-24
7
ମାର୍କ 14:27
ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ତୁମ୍ଭେମାନେ ସମସ୍ତେ ତୁମ୍ଭମାନଙ୍କର ବିଶ୍ୱାସ ହରେଇ ବସିବ। ଏହା ଶାସ୍ତ୍ରରେ ଲେଖା ଅଛି: ‘ମୁଁ ମେଷପାଳକଙ୍କୁ ମାରି ଦେବି, ତହିଁରେ ମେଣ୍ଢାମାନେ ଏଣେ ତେଣେ ପଳେଇଯିବେ।’
Explore ମାର୍କ 14:27
8
ମାର୍କ 14:42
ଠିଆ ହୁଅ। ଆମ୍ଭେମାନେ ଏଥର ଯିବା। ଦେଖ, ମୋତେ ବିଶ୍ୱାସଘାତକତା କରି ଧରେଇ ଦେବା ଲୋକ ଏବେ ଆସୁଛି।”
Explore ମାର୍କ 14:42
9
ମାର୍କ 14:30
ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଆଜି ରାତିରେ କୁକୁଡ଼ା ଦ୍ୱିତୀୟ ଥର ଡାକିବା ପୂର୍ବରୁ ତୁମ୍ଭେ ମୋତେ ଚିହ୍ନି ନାହଁ ବୋଲି ତିନିଥର କହିବ।”
Explore ମାର୍କ 14:30
Home
Bible
Plans
Videos