ଯୀଶୁ ଉତ୍ତର ଦେଲେ, “ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଆଦେଶଟି ଏହି ପ୍ରକାରର: ‘ହେ ଇସ୍ରାଏଲ, ଶୁଣ। ଆମ୍ଭ ପ୍ରଭୁ ପରମେଶ୍ୱର ଏକମାତ୍ର ପ୍ରଭୁ। ସମସ୍ତ ହୃଦୟରେ ସମସ୍ତ ଆତ୍ମାରେ, ସମସ୍ତ ମନରେ ଓ ସମସ୍ତ ଶକ୍ତିରେ ତୁମ୍ଭେ ଆପଣା ପ୍ରଭୁ ପରମେଶ୍ୱରଙ୍କୁ ପ୍ରେମ କର।’ ଦ୍ୱିତୀୟ ମହତ୍ତ୍ୱପୂର୍ଣ୍ଣ ଆଦେଶଟି ହେଉଛି ଏହି ପ୍ରକାରର: ‘ତୁମ୍ଭେ ନିଜକୁ ଯେପରି ପ୍ରେମ କର, ନିଜର ପଡ଼ୋଶୀକୁ ସେହିପରି ପ୍ରେମ କର’ ଏହି ଦୁଇଟି ଆଦେଶ ଛଡ଼ା ଆଉ ବଡ଼ ଆଦେଶ କିଛି ନାହିଁ।”