“ତୁମ୍ଭେମାନେ ଯଦି ଗୋଟିଏ କୋଠାଘର ତିଆରି କରିବାକୁ ଗ୍ଭହୁଁଛ, ତେବେ ତୁମ୍ଭେମାନେ ପ୍ରଥମେ ବସି ସ୍ଥିର କରିବ ଯେ, ଏଥିପାଇଁ କେତେ ଖର୍ଚ୍ଚ ହେବ। ତୁମ୍ଭମାନଙ୍କର ହିସାବ କରି ଦେଖିବା ଉଚିତ୍ ଯେ, କାମଟି ସମ୍ପୂର୍ଣ୍ଣ କରିବା ନିମନ୍ତେ ତୁମ୍ଭମାନଙ୍କ ପାଖରେ ଯଥେଷ୍ଟ ଅର୍ଥ ଅଛି କି ନାହିଁ। ତା’ ନ ହେଲେ ତୁମ୍ଭେମାନେ ମୂଳଦୁଆ ପକେଇ ଦେଇ କାମ ଆରମ୍ଭ କରି ପାର, କିନ୍ତୁ ଶେଷ କରି ପାରିବ ନାହିଁ, ତେବେ ଏହାକୁ ଦେଖିଥିବା ଲୋକେ ତୁମ୍ଭମାନଙ୍କୁ ଉପହାସ କରିବେ। ସେମାନେ କହିବେ, ‘ଏ ଲୋକଟା କୋଠା ଆରମ୍ଭ କରିଦେଲା, କିନ୍ତୁ ଶେଷ କରି ପାରିଲା ନାହିଁ।’