1
ଯୋହନ 11:25-26
ପବିତ୍ର ବାଇବଲ
ଯୀଶୁ ତାକୁ କହିଲେ, “ମୁଁ ସେହି ପୁନରୁତ୍ଥାନ ଓ ଜୀବନ, ମୋ'ଠାରେ ବିଶ୍ୱାସ କରୁଥିବା ଲୋକ ମୃତ୍ୟୁ ପରେ ପୁଣି ବଞ୍ଚି ଉଠିବ ଓ ଜୀବିତ ରହିବ। ମୋ'ଠାରେ ରହୁଥିବା ଓ ବିଶ୍ୱାସ କରୁଥିବା ଲୋକ କଦାପି ମରିବ ନାହିଁ। ମାର୍ଥା ତୁମେ କ'ଣ ଏହା ବିଶ୍ୱାସ କର?”
Compare
Explore ଯୋହନ 11:25-26
2
ଯୋହନ 11:40
ଯୀଶୁ ତାହାଙ୍କୁ କହିଲେ, “ମୁଁ ତୁମ୍ଭକୁ ଯାହା କହିଥିଲି, ତାହା ମନେପକାଅ। ମୁଁ ତୁମ୍ଭକୁ କହିଥିଲି, ଯଦି ତୁମ୍ଭେ ବିଶ୍ୱାସ କରିବ ତେବେ ପରମେଶ୍ୱରଙ୍କର ଗୌରବ ଦେଖି ପାରିବ।”
Explore ଯୋହନ 11:40
3
ଯୋହନ 11:35
ଯୀଶୁ କାନ୍ଦିଲେ।
Explore ଯୋହନ 11:35
4
ଯୋହନ 11:4
ଯୀଶୁ ଏହି କଥା ଶୁଣି କହିଲେ, “ତାହାର ପୀଡ଼ା ମୃତ୍ୟୁଜନକ ନୁହେଁ। କିନ୍ତୁ ତା'ର ଅସୁସ୍ଥତା ପରମେଶ୍ୱରଙ୍କର ଗୌରବ ନିମନ୍ତେ। ପରମେଶ୍ୱରଙ୍କର ପୁତ୍ର ଏହା ଦ୍ୱାରା ଗୌରବାନ୍ୱିତ ହେବେ।”
Explore ଯୋହନ 11:4
5
ଯୋହନ 11:43-44
ଏହା ପରେ ଯୀଶୁ ଉଚ୍ଚ ସ୍ୱରରେ ଡାକିଲେ, “ଲାଜାର, ବାହାରି ଆସ।” ମୃତ ଲୋକଟି ବାହାରି ଆସିଲା। ତାହାଙ୍କର ହାତ ଗୋଡ଼ରେ ଖଣ୍ଡ ଖଣ୍ଡ କନା ଗୁଡ଼େଇ ହୋଇଥିଲା। ତାହାଙ୍କ ମୁହଁରେ ଗୋଟିଏ ରୁମାଲ ବନ୍ଧା ହୋଇଥିଲା। ଯୀଶୁ ଲୋକମାନଙ୍କୁ କହିଲେ, “କନାଗୁଡ଼ିକ କାଢ଼ି ନିଅ ଓ ତାହାଙ୍କୁ ଯିବାକୁ ଦିଅ।”
Explore ଯୋହନ 11:43-44
6
ଯୋହନ 11:38
ଯୀଶୁ ପୁଣି ବହୁତ ବ୍ୟତିବ୍ୟସ୍ତ ହେଲେ। ସେ ଲାଜାରଙ୍କ କବର ନିକଟକୁ ଆସିଲେ। ତାହା ଗୋଟିଏ ଗୁହା ଥିଲା ଓ ତା ମୁହଁରେ ଗୋଟିଏ ବଡ଼ ପଥର ଘୋଡ଼େଇ ଦିଆଯାଇଥିଲା।
Explore ଯୋହନ 11:38
7
ଯୋହନ 11:11
ଯୀଶୁ ଏ କଥା କହିବା ସାରିବା ପରେ, କହିଲେ, “ଆମ୍ଭର ବନ୍ଧୁ ଲାଜାର ବର୍ତ୍ତମାନ ଶୋଇଛନ୍ତି। ମୁଁ ତାହାଙ୍କୁ ଉଠେଇବା ପାଇଁ ସେଠାକୁ ଯାଉଛି।”
Explore ଯୋହନ 11:11
Home
Bible
Plans
Videos