1
ମାର୍କଲିଖିତ ସୁସମାଚାର 6:31
ପବିତ୍ର ବାଇବଲ (CL) NT (BSI)
ଏତେ ଜନସମାଗମ ଭିତରେ ଯୀଶୁ ଓ ତାଙ୍କ ଶିଷ୍ୟମାନେ ଖାଇବାକୁ ବେଳ ପାଉ ନ ଥିଲେ। ଯୀଶୁ ସେମାନଙ୍କୁ କହିଲେ, “ଚାଲ, ଆମେ ଗୋଟିଏ ନିରୋଳା ସ୍ଥାନକୁ ଯିବା। ସେଠାରେ ତୁମେ କିଛି ସମୟ ବିଶ୍ରାମ ନେଇ ପାରିବ।”
Compare
Explore ମାର୍କଲିଖିତ ସୁସମାଚାର 6:31
2
ମାର୍କଲିଖିତ ସୁସମାଚାର 6:4
ଯୀଶୁ ସେମାନଙ୍କୁ କହିଲେ, “ଭାବବାଦୀ ନିଜ ଗ୍ରାମ, ପରିବାର ଓ ଆତ୍ମୀୟସ୍ୱଜନମାନଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କ ଦ୍ୱାରା ସମ୍ମାନିତ ହୁଅନ୍ତି।”
Explore ମାର୍କଲିଖିତ ସୁସମାଚାର 6:4
3
ମାର୍କଲିଖିତ ସୁସମାଚାର 6:34
ଯୀଶୁ ନୌକାରୁ ଓହ୍ଲାଇ ଏହି ବିରାଟ ଜନତାକୁ ଦେଖି ତାଙ୍କ ହୃଦୟ ଦୟାରେ ବିଗଳିତ ହେଲା। କାରଣ ସେମାନେ ଅରକ୍ଷକ ମେଷପଲ ପରି ଥିଲେ। ସେଠାରେ ଯୀଶୁ ସେମାନଙ୍କୁ ଅନେକ ବିଷୟରେ ଶିକ୍ଷା ଦେବାକୁ ଲାଗିଲେ।
Explore ମାର୍କଲିଖିତ ସୁସମାଚାର 6:34
4
ମାର୍କଲିଖିତ ସୁସମାଚାର 6:5-6
ତେଣୁ କେତେକ ପୀଡ଼ିତ ଲୋକଙ୍କ ଉପରେ ହାତ ଥୋଇ ସେମାନଙ୍କୁ ସୁସ୍ଥ କରିବା ବ୍ୟତୀତ ଯୀଶୁ ସେଠାରେ ଅନ୍ୟ କୌଣସି ଅଲୌକିକ କର୍ମ କରି ପାରିଲେ ନାହିଁ। ସେମାନଙ୍କ ଅବିଶ୍ୱାସ ଦେଖି ଯୀଶୁ ବିସ୍ମିତ ହେଲେ। ତା’ପରେ ଯୀଶୁ ନିକଟବର୍ତ୍ତୀ ଗ୍ରାମମାନଙ୍କୁ ଯାଇ ଲୋକଙ୍କୁ ଶିକ୍ଷା ଦେଲେ।
Explore ମାର୍କଲିଖିତ ସୁସମାଚାର 6:5-6
5
ମାର୍କଲିଖିତ ସୁସମାଚାର 6:41-43
ତା’ପରେ ଯୀଶୁ ସେହି ପାଞ୍ଚଟି ରୋଟୀ ଓ ଦୁଇଟି ମାଛ ନେଇ ସ୍ୱର୍ଗ ଆଡ଼କୁ ଉଦ୍ଧ୍ୱର୍ଦୃଷ୍ଟି କରି ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ। ପୁଣି ସେହି ରୋଟୀଗୁଡ଼ିକୁ ଭାଙ୍ଗି ଲୋକମାନଙ୍କ ମଧ୍ୟରେ ବିତରଣ କରିବାକୁ ଶିଷ୍ୟମାନଙ୍କୁ ଦେଲେ। ସେହିପରି ମାଛ ଦୁଇଟିକୁ ସେମାନଙ୍କ ମଧ୍ୟରେ ବିତରଣ କରିବାକୁ ଦେଲେ। ସମସ୍ତେ ଖାଇ ପରିତୃପ୍ତ ହେଲେ। ଏହାପରେ ଶିଷ୍ୟମାନେ ବଳି ଯାଇଥିବା ରୋଟୀ ଓ ମାଛ ଖଣ୍ଡଗୁଡ଼ିକୁ ସାଉଁଟି ବାର ଝୁଡ଼ି ପୂର୍ଣ୍ଣ କଲେ।
Explore ମାର୍କଲିଖିତ ସୁସମାଚାର 6:41-43
Home
Bible
Plans
Videos