“ମୁଁ କେବଳ ସେମାନଙ୍କ ପାଇଁ ଏହି ପ୍ରାର୍ଥନା କରୁ ନାହିଁ। ଯେଉଁମାନେ ସେମାନଙ୍କ ବାର୍ତ୍ତା ଶୁଣି ମୋ’ଠାରେ ବିଶ୍ୱାସ ସ୍ଥାପନ କରନ୍ତି, ସେ ସମସ୍ତଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରୁଛି। ସେମାନେ ସମସ୍ତେ ଏକ ହୁଅନ୍ତୁ- ଏହା ମୋର ପ୍ରାର୍ଥନା। ପିତା, ତୁମେ ଯେପରି ମୋ’ଠାରେ ଓ ମୁଁ ତୁମଠାରେ ବିଦ୍ୟମାନ, ସେହିପରି ସେମାନେ ସମସ୍ତେ ଆମଠାରେ ରହନ୍ତୁ। ଏହାଦ୍ୱାରା ଜଗତ ବିଶ୍ୱାସ କରିବ ଯେ ତୁମେ ମୋତେ ପ୍ରେରଣ କରିଛ।